ରାଜଘାଟରେ ପହଞ୍ଚି ମହାତ୍ମା ଗାନ୍ଧିଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ମୋଦି
ଜାତିର ପିତା ମହାତ୍ମା ଗାନ୍ଧିଙ୍କର ଆଜି ୭୫ତମ ପୂଣ୍ୟତିଥି। ରାଜଘାଟରେ ଥିବା ଗାନ୍ଧିଙ୍କ ସମାଧି ନିକଟରେ ସର୍ବଧର୍ମ ପ୍ରାର୍ଥନାର ଆୟୋଜନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ରାଜଘାଟରେ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଚଳି ଦେଇଥିଲେ । ଏହା ପୂର୍ବରୁ ମୋଦି ଟ୍ଵିଟ୍ କରି ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ମୋଦି କହିଛନ୍ତି, ମୁଁ ବାପୁଙ୍କୁ ପୂଣ୍ୟତିଥିରେ ପ୍ରଣାମ କରୁଛି। ତାଙ୍କ ବିଚାରଧାରକୁ ମାନି ଚଳୁଛି । ଏହାଛଡା ରାଷ୍ଟ୍ରସେବା ପାଇଁ ଅନ୍ୟ ଯେଉଁମାନେ ଶହିଦ ହୋଇଛନ୍ତି, ସେମାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଉଛି । ବାପୁଙ୍କ ବଳିଦାନକୁ କେବେ ଭୁଲିପାରିବା ନାହିଁ । ତେଣୁ ଆଜିର ଦିନକୁ ଶହିଦ ଦିବସ ଭାବେ ପାଳନ କରାଯାଉଛି ।
I bow to Bapu on his Punya Tithi and recall his profound thoughts. I also pay homage to all those who have been martyred in the service of our nation. Their sacrifices will never be forgotten and will keep strengthening our resolve to work for a developed India.
— Narendra Modi (@narendramodi) January 30, 2023
ପ୍ରତିବର୍ଷ ଜାନୁଆରୀ ୩୦ ତାରିଖରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରକ୍ଷା ମନ୍ତ୍ରୀ ଏବଂ ତିନି ସେନାର ପ୍ରମୁଖ ଦିଲ୍ଲୀର ରାଜଘାଟରେ ମହାତ୍ମା ଗାନ୍ଧିଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରନ୍ତି।
पूज्य बापू की पुण्यतिथि पर मैं उन्हें नमन करते हुए अपनी विनम्र श्रद्धांजलि अर्पित करता हूँ। विश्व शांति और भारत की प्रगति का जो मार्ग उन्होंने दिखाया वह आज भी बहुत प्रासंगिक है। उनकी प्रेरणा से ही आज एक नए और आत्मनिर्भर भारत का निर्माण प्रगति पर है।
— Rajnath Singh (@rajnathsingh) January 30, 2023
ଜାନୁଆରୀ ୩୦ ତାରିଖ ଦେଶ ପାଇଁ ଏକ କଳାଦିନ । ୧୯୪୮, ଜାନୁଆରୀ ୩୦ରେ ନଥୁରାମ ଗୋଡସେ ମହାତ୍ମାଗାନ୍ଧିଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏହି ଦିନ ପୁରା ଦେଶ ସ୍ତବ୍ଧ ହୋଇପଡିଥିଲା । ଏହି ଦିନକୁ ଭାରତ ଶହିଦ ଦିବସ ଭାବେ ପାଳନ କରାଯାଉଛି ।