ରମ୍‌ଜାନରେ ପାକିସ୍ତାନର ସ୍ଥିତି ଭୟଙ୍କର! କଦଳୀ ଦାମ୍‌ ୫୦୦, ଅଙ୍ଗୁର କିଲୋକୁ ୧୬୦୦

ଭୟଙ୍କର ଆର୍ଥିକ ସଙ୍କଟରେ ଫସିଛି ପାକିସ୍ତାନ, ଯାହାଫଳରେ ପାକିସ୍ତାନ ପାଇଁ ଏଥର ରମଜାନ ବହୁତ କଷ୍ଟସାଧ୍ୟ ହୋଇପଡିଛି। ଦେଶର ଦୈନନ୍ଦିକ ବ୍ୟବହୃତ ଜିନିଷ ବ୍ୟତୀତ ଅଟା ମଧ୍ୟ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ।

ଭୟଙ୍କର ଆର୍ଥିକ ସଙ୍କଟରେ ଫସିଛି ପାକିସ୍ତାନ, ଯାହାଫଳରେ ପାକିସ୍ତାନ ପାଇଁ ଏଥର ରମଜାନ ବହୁତ କଷ୍ଟସାଧ୍ୟ ହୋଇପଡିଛି। ଦେଶର ଦୈନନ୍ଦିକ ବ୍ୟବହୃତ ଜିନିଷ ବ୍ୟତୀତ ଅଟା ମଧ୍ୟ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। ସେହିପରି କଦଳୀ, ଅଙ୍ଗୁର ଭଳି ଫଳ ଏବେ ସ୍ୱପ୍ନ ପରି ହୋଇଯାଇଛି।

ଦେଶରେ ବର୍ତ୍ତମାନ କଦଳୀ ଓ ଅଙ୍ଗୁର ଯେଉଁ ମୂଲ୍ୟରେ ବିକ୍ରି ହେଉଛି, ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆନ୍ତର୍ଜାତୀୟ ମୁଦ୍ରାକୋଷ (ଆଇଏମ୍ଏଫ୍) ରୁ ଦେଶ ବହୁତ ଆଶା ରଖିଥିଲା, କିନ୍ତୁ ପାକିସ୍ତାନ ବଦଳରେ ଏହା ଶ୍ରୀଲଙ୍କାକୁ ସାହାଯ୍ୟ କରିବା ଭଲ ବୋଲି ଭାବିଥିଲା। ତେଣୁ ଭବିଷ୍ୟତରେ ଏହି ଦେଶରେ କ’ଣ ହେବ, ତାହା ବର୍ତ୍ତମାନ କେହି କହିପାରିବେ ନାହିଁ।

ପାକିସ୍ତାନରେ ଏକ ଡଜନ କଦଳୀର ଦାମ୍‌ ୫୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଯାଇଛି। ସେହିପରି ଅଙ୍ଗୁର କିଲୋଗ୍ରାମ ପିଛା ୧୬୦୦ ଟଙ୍କାରେ ବିକ୍ରି ହେଉଛି। ପିଆଜ ଦର ୨୨୮.୨୮ ପ୍ରତିଶତ ବୃଦ୍ଧି ପାଇଛି। ଯେତେବେଳେ କି, ଅଟାର ଦାମ୍‌ ୧୨୦.୬୬ ପ୍ରତିଶତ ବୃଦ୍ଧି ପାଇଛି।

ଅତୀତରେ ଦେଶରେ ୫୧ଟି ଜିନିଷର ମୂଲ୍ୟ ଟ୍ରାକ କରାଯାଇଥିଲା ଏବଂ ପ୍ରତ୍ୟେକ ଜିନିଷ ଅନେକ ଗୁଣା ପର୍ଯ୍ୟନ୍ତ ମହଙ୍ଗା ହୋଇଛି। କଦଳୀ ଦର ୮୯.୮୪ ପ୍ରତିଶତ ବୃଦ୍ଧି ପାଇଛି। ସେପଟେ ଦେଶରେ ଡିଜେଲ ବର୍ତ୍ତମାନ ୧୦୨.୮୪ ପ୍ରତିଶତ ଏବଂ ପେଟ୍ରୋଲ ୮୧.୧୭ ପ୍ରତିଶତ ମୂଲ୍ୟରେ ମହଙ୍ଗା ବିକ୍ରି ହେଉଛି।

ସେହିପରି ଯଦି ଆମେ ଅଣ୍ଡା କଥା ଦେଖିବା, ତେବେ ଏହାର ମୂଲ୍ୟରେ ପାଖାପାଖି ୮୦ ପ୍ରତିଶତ ବୃଦ୍ଧି ଆସିଛି। ପାକିସ୍ତାନର ଆର୍ଥିକ ସଙ୍କଟ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି।

Leave A Reply

Your email address will not be published.