ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଜୀବନରୁ ମାରିଦେବାର ଧମକ, ଫେସ୍‌ବୁକରେ ମେସେଜ୍‌ ପୋଷ୍ଟ କରି ଯୁବକ ଗିରଫ

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମିଳିଛି ହତ୍ୟା ଧମକ। ସିଏମ୍‌ ଯୋଗୀଙ୍କୁ ଗୁଳି ମାରିଦେବା ନେଇ ଯୁବକ ଦେଇଛନ୍ତି ଧମକ। ଅମନ ରାଜା ନାମକ ଯୁବକ ଯୋଗୀ ଆଦିତ୍ୟନାଥଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକ, ଅମନ ଫେସ୍‌ବୁକରେ ଏକ ମେସେଜ୍‌ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେଇଥିଲେ। ଏ ସମ୍ପର୍କରେ ସୂଚନା ପାଇ ୟୁପି ପୋଲିସ ତୁରନ୍ତ ଆକ୍ସନ ମୋଡ୍‌କୁ ଆସି ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି।

ମିଡିଆ ରିପୋର୍ଟ ମୁତାବକ, ପୋଲିସ କୋତଓ୍ଵାଲିରେ ଏ ନେଇ ମାମଲା ରୁଜୁ କରିଛି। କୋତଓ୍ଵାଲତ ପ୍ରଭାରୀ ଏମ୍‌ଏସ୍‌ ଗିଲ୍‌ଙ୍କ କହିବା ହେଲା, ମାମଲାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ଅମନ ରାଜା ବାଗପତ୍‌ର ବାସିନ୍ଦା।

ସୂଚନାଥାଉ କି, ଉତ୍ତର ପ୍ରଦେଶର ପ୍ରୟାଗରାଜରେ ପୂର୍ବତନ ସାଂସଦ ତଥା ମାଫିଆ ଅତିକ୍‌ ଅହମ୍ମଦ ଓ ଅଶରଫ୍‌ଙ୍କ ହତ୍ୟା ଘଟଣା ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ଏହି ଘଟଣାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ୟୁପି ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ‘ଯଦି କେହି ଜେଲ୍‌ ଯିବେ, ତେବେ କ’ଣ ତାଙ୍କୁ ହତ୍ୟା କରାଯିବ’?

Leave A Reply

Your email address will not be published.