କର୍ଣ୍ଣାଟକ କଂଗ୍ରେସରେ ମୁଖ୍ୟମନ୍ତ୍ରୀ ପଦବୀ ଉପରେ ମନ୍ଥନ ଜାରି, ଶିବକୁମାର ଓ ସିଦ୍ଧରମୈୟା ଏକାଠି କାଟିଲେ କେକ୍‌

କର୍ଣ୍ଣାଟକ କଂଗ୍ରେସରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। କର୍ଣ୍ଣାଟକର କମାଣ କାହାକୁ ମିଳିବ, ତାହା ଉପରେ ଖୁବ୍‌ଶୀଘ୍ର ନିଷ୍ପତ୍ତି ନିଆଯିବ। ସିଏମ୍ ପଦବୀ ଦୌଡ଼ରେ କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବକୁମାର ଓ ପୂର୍ବତନ ସିଏମ୍ ସିଦ୍ଧରମୈୟାଙ୍କ ନାମ ସାମ୍ନାକୁ ଆସୁଛି।

କର୍ଣ୍ଣାଟକ କଂଗ୍ରେସରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। କର୍ଣ୍ଣାଟକର କମାଣ କାହାକୁ ମିଳିବ, ତାହା ଉପରେ ଖୁବ୍‌ଶୀଘ୍ର ନିଷ୍ପତ୍ତି ନିଆଯିବ। ସିଏମ୍ ପଦବୀ ଦୌଡ଼ରେ କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବକୁମାର ଓ ପୂର୍ବତନ ସିଏମ୍ ସିଦ୍ଧରମୈୟାଙ୍କ ନାମ ସାମ୍ନାକୁ ଆସୁଛି। ଏହାରି ଭିତରେ ଏକ ଫଟୋ ବି ସାମ୍ନାକୁ ଆସିଛି, ଯେଉଁଥିରେ ଶିବକୁମାର ଓ ସିଦ୍ଧରମୈୟା ଏକାଠି କେକ୍ କାଟୁଥିବା ଦେଖାଯାଉଛନ୍ତି।

ଡି.କେ ଶିବକୁମାର ଟ୍ୱିଟ୍ କରି କହିଛନ୍ତି, ‘ମୋ ଜୀବନ କର୍ଣ୍ଣାଟକର ଲୋକଙ୍କ ସେବା ପାଇଁ ସମର୍ପିତ। ମୋ ଜନ୍ମଦିନର ପୂର୍ବ ସନ୍ଧ୍ୟାରେ କର୍ଣ୍ଣାଟକର ଲୋକମାନେ ମୋତେ ସବୁଠାରୁ ଭଲ ଜନ୍ମଦିନ ଉପହାର ଦେଇଥିଲେ। ମୋର କଂଗ୍ରେସ ପରିବାରକୁ ସେମାନଙ୍କର ହାର୍ଦ୍ଦିକ ଶୁଭକାମନା ପାଇଁ ଧନ୍ୟବାଦ’।

ଏହାପୂର୍ବରୁ ଶିବକୁମାର ରବିବାର ବୟାନ ଦେଇଥିଲେ ଯେ ତାଙ୍କର ସିଦ୍ଧରମୈୟାଙ୍କ ସହ କୌଣସି ମତଭେଦ ନାହିଁ। ବାସ୍ତବରେ, ସିଏମ୍ ପଦବୀ ପାଇଁ ଶିବକୁମାରଙ୍କୁ ଜଣେ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିବେଚନା କରାଯାଉଛି। ଏମିତିରେ ଚର୍ଚ୍ଚା ଥିଲା ଯେ ତାଙ୍କର ଓ ସିଦ୍ଧରମୈୟାଙ୍କ ମଧ୍ୟରେ ମତଭେଦ ରହିଛି।

ଶିବକୁମାର କହିଥିଲେ, ‘କିଛି ଲୋକ କୁହନ୍ତି ଯେ ସିଦ୍ଧରମୈୟାଙ୍କ ସହ ମୋର ମତଭେଦ ଅଛି, କିନ୍ତୁ ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଆମ ଭିତରେ କୌଣସି ବି ମତଭେଦ ନାହିଁ। ମୁଁ ଅନେକ ବାର ଦଳ ପାଇଁ ବଳିଦାନ ଦେଇଛି ଏବଂ ସିଦ୍ଧରମୈୟାଙ୍କ ସହିତ ଛିଡା ହୋଇଛି। ମୁଁ ସିଦ୍ଧରମୈୟାଙ୍କୁ ସମର୍ଥନ ଦେଇଛି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.