ଭାରତୀୟ ବଜାରରେ ଲଞ୍ଚ କରିବ Royal Enfield ର ୪ ନୂଆ ବାଇକ, ରହିଛି ଜବରଦସ୍ତ ଫିଚର

Royal Enfield ପକ୍ଷରୁ ଏବେ ବିଭିନ୍ନ ସେଗମେଣ୍ଟରେ ନୂଆ ନୂଆ ବାଇକର ବିକାଶ କରାଯାଉଛି । 350 ସିସି, 450ସିସି ଓ 650 ସିସି ସେଗମେଣ୍ଟରେ ନୂଆ ନୂଆ ମଡେଲ ବଜାରକୁ ଆସିବ । ଏଥିରେ ରହିଛି ଅପସାଇଡ-ଡାଉନ ଫ୍ରଣ୍ଟ ଫୋର୍କ୍ସ । ଏହାସହ ସିଙ୍ଗଲ ରିଅର ସସପେନସନ ରହିଛି ।

କେନ୍ୟୁଜ୍‌(ବ୍ୟୁରୋ): Royal Enfield ପ୍ରାୟ ବାଇକ ଲଭରଙ୍କ ପସନ୍ଦର ବାଇକ ହୋଇଥାଏ । ଏହାର ନା ଯେମିତି ସେମିତି ଏହି ବାଇକ ଏକ ରାଜା ବାଇକ । ରାସ୍ତାରେ ଦଉଡ଼ିଲା ବେଳେ ମଧ୍ୟ ରାଜାଭଳି ଦଉଡ଼ିଥାଏ । ସେଇଥି ପାଇଁ ବାଇକ ର ସଉକ ରଖୁଥିବା ବାଇକର ଏହାକୁ ବ୍ୟବହାର କରିଥାନ୍ତି । ଏହାର ବଡ଼ି ସାଙ୍ଗକୁ ଇଞ୍ଜିନ ଦମଦାର ହୋଇଥାଏ । ଏହି ବାଇକ ସବୁବେଳେ ଏକ କ୍ଲାସିକ ଲୁକରେ ନଜର ଆସିଥାଏ । ଏହି କ୍ଲାସିକ ଲୁକ ଏହି ବାଇକକୁ ଅନ୍ୟ ବାଇକଠୁ ଅଲଗା କରିଥାଏ । Royal Enfield ପକ୍ଷରୁ ଏବେ ବିଭିନ୍ନ ସେଗମେଣ୍ଟରେ ନୂଆ ନୂଆ ବାଇକର ବିକାଶ କରାଯାଉଛି । ଯାହା ଲୋକାଲ ଓ ଇଣ୍ଟର ନ୍ୟାସନାଲ ମାର୍କେଟରେ ଉପଲବ୍ଧ ହେବ । ଏଇ କିଛି ବର୍ଷ ଭିତରେ ଗୋଟେ ପରେ ଗୋଟେ ଏହା ବଜାରକୁ ଆସିବ । 350 ସିସି, 450ସିସି ଓ 650 ସିସି ସେଗମେଣ୍ଟରେ ନୂଆ ନୂଆ ମଡେଲ ବଜାରକୁ ଆସିବ । ଏହାସହ ଇଲେକ୍ଟ୍ରି ମଟର ସାଇକେଲର ଟେଷ୍ଟିଂ ଓ ଭେଲିଡେସନ ଡ୍ୟୁଟି ଜାରି ରହିଛି ।

ବୁଲେଟ 350 ସବୁଠୁ ଅଧିକ ବିକ୍ରି ହୋଇଥିବା ରେଟ୍ରୋ ମଡେଲ ମଟର ସାଇକେଲ । ଏହାଏକ ନୂଆ ଜେନେରେସନର ବାଇକ ଯାହା ଯୁବପିଢିଙ୍କ ବେଶ ପସନ୍ଦ ଆସିବ । ଏହାକୁ ଏକ ନୂଆ ଡିଜାଇନ ଦିଆଯାଇଛି । କ୍ଲାସିକ 350 ମଡେଲ ସହ ଏହାର ଅନେକ ସମାନତା ରହିଛି । ଏଥିରେ ରହିଛି ଓଏଚସି ସିଙ୍ଗଲ ସିଲିଣ୍ଡର ଇଞ୍ଜିନ । ଯାହା କ୍ଲାସିକ 350 ମଡେଲରେ ଦେଖିବାକୁ ମିଳିଥିଲା । ଏହାସହ ଏହା Meteor ଓ Hunter ମଡେଲରେ ମଧ୍ୟ ରହିଥିଲା । ଆଗାମୀ କେଇ ମାସ ଭିତରେ ଏହାକୁ ବଜାରରେ ଲଞ୍ଚ କରାଯିବ । ଏହା କ୍ଲାସିକ 350ର ସିଙ୍ଗଲ ସିଟର ଭର୍ଜନରେ ବଜାରକୁ ଆସିବାକୁ ଯାଉଛି । ଏହାସହ ଏହା ଭାରତୀୟ ବଜାରରେ ମଧ୍ୟ ଉପଲବ୍ଧ ହେବ । ଏଥିରେ ରହିବ ହ୍ଵାଇଟଓ୍ଵାଲ ଟାୟାର ଯାହା ଏହାକୁ ଏକ ଭିନଟେଜ ଲୁକ୍‌ ପ୍ରଦାନ କରିବ । ଏହାର ହେଣ୍ଡେଲ ବାର ଟିକିଏ ବଡ଼ ରହିବ ।

Royal Enfield Himalayan 450 ମଧ୍ୟ ଖୁବଶୀଘ୍ର ବିଶ୍ୱ ବଜାରରେ ଉପଲବ୍ଧ ହୋଇପାରେ । ଚଳିତ ବର୍ଷ ଶେଷ ଆଡ଼କୁ ଏହା ବଜାରକୁ ଆସିପାରେ । ଏହାକୁ ସାହାସିକ ରାଇଡ ପାଇଁ ଡିଜାଇନ କରାଯାଇଛି । ବିଶେଷକରି ପାହାଡ଼ିଆ ଅଞ୍ଚଳ ପାଇଁ ଏହି ବାଇକକୁ କମ୍ପାନୀ ପକ୍ଷରୁ ଡିଜାଇନ କରାଯାଇଛି । ଏହି ବାଇକରେ 450 ସିସି ସିଙ୍ଗଲ ସିଲିଣ୍ଡର ଲିକ୍ୟୁଡ କୁଲ ଇଞ୍ଜିନ ରହିଛି । ଏହି ବାଇକ କେଟିଏମ 390 ଏଡଭେନଚର ଓ ବିଏମଡବ୍ଲୁ ଜି310 ଜିଏସ ସହ ସିଧାସଳଖ ଭାବେ ପ୍ରତିଯୋଗିତା କରିବ । ଏଥିରେ ରହିଛି ଅପସାଇଡ-ଡାଉନ ଫ୍ରଣ୍ଟ ଫୋର୍କ୍ସ । ଏହାସହ ସିଙ୍ଗଲ ରିଅର ସସପେନସନ ରହିଛି । ଏହି ବାଇକରେ ୨୧ ଇଞ୍ଚ ଫ୍ରଣ୍ଟ ଓ୍ଵାର ସ୍ପୋକ ହୁଇଲ, ସୁଇଚଏବଲ ଏବିଏସ, ଡିଜିଟାଲ ଇନଷ୍ଟମେଣ୍ଟ କନସଲ, ୟୁଏସବି ଚାର୍ଜିଂ ପୋର୍ଟ ଭଳି ସୁବିଧା ରହିଛି । ଏହାସହ ଏହାର କିଛି ଏସେସୋରିଜ ମଧ୍ୟ କମ୍ପାନୀ ପକ୍ଷରୁ ଲଞ୍ଚ କରାଯିବ ।

ସେହିପରି କମ୍ପାନୀ ପକ୍ଷରୁ ଏକ ରୋଡଷ୍ଟୋର ବାଇକକୁ ସାମାନାକୁ ଅଣାଯିବ । ଏହି ବାଇକ ହେଉଛି ହଣ୍ଟର 450 । ଏଥିରେ ମଧ୍ୟ ଜବରଦସ୍ତ ଫିଚର ରହିଛି । ଏହା ଷ୍ଟାଇଲିସ ଲୁକରେ ବଜାରକୁ ଆସିବାକୁ ଯାଉଛି । ଏହି ବାଇକ ଯୁବପିଢିଙ୍କୁ ବେଶ ଅଧିକ ପସନ୍ଦ ଆସିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.