ସନରୁଫରେ ବାହାରକୁ ବାହାରିଲେ ହଇରାଣରେ ପଡିପାରନ୍ତି ଆପଣ, କଟିବ ୧୦ ହଜାର ରୁ ଅଧିକ ଚାଲାଣ

Sunroof ରେ ବାହାରକୁ ବାହାରିବା ପଡିପାରେ ମହଙ୍ଗା

ଆଜିକାଲି ସନରୁଫର କାରର ଡିମାଣ୍ଡ ବହୁତ ଅଧିକ । ଏହା କେବଳ ଆପଣଙ୍କ ଗାଡିକୁ ଅଧିକ ଷ୍ଟାଇଲିସ୍ ଲୁକ୍ ଦେଇଥାଏ ତାସହିତ ସନରୁଫ୍‌ ଦ୍ୱାରା ଲୋକଙ୍କୁ ଖୋଲା ପବନ ମଧ୍ୟ ମିଳିଥାଏ । ତଥାପି ସନ୍ ରୁଫର ସଠିକ୍ ବ୍ୟବହାର ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି । ପ୍ରାୟତଃ ଲୋକମାନେ ସନ୍ ରୁଫ୍ ଗାଡିରେ ବାହାରକୁ ବାହାରିବା ଦେଖିଥିବେ । ଯାହା ଅତ୍ୟନ୍ତ ବିପଜ୍ଜନକ । ତେବେ ଯେଉଁମାନେ ଏପରି କରୁଛନ୍ତି ସେମାନେ ଏବେ ଠାରୁ ସତର୍କ ହୋଇଯାନ୍ତୁ । ନଚେତ ବର୍ତ୍ତମାନ ଏପରି କରୁଥିବା ଲୋକଙ୍କ ବିରୁଦ୍ଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଏବଂ ତାଙ୍କୁ ୧୦ ହଜାର ଟଙ୍କା ଚାଲାଣ ବି ଦେବାକୁ ପଡିପାରେ ।

୨୦୨୨ରେ ଏଭଳି ଏକ ଘଟଣା ଘଟିଛି । କୋଲକତା ପୋଲି ସନ୍ ରୁଫ୍ ରୁ ବାଟେ ବାହାରିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି । ପୁରା ୧୦,୦୦୦ ଟଙ୍କା ଜୋରିମାନା କାଟିଛି । ସେହିଭଳି ଦେଶର ଅନ୍ୟାନ୍ୟ ସହରରେ ମଧ୍ୟ ଟ୍ରାଫିକ ପୋଲିସ ଏଭଳି ଚାଲାଣ କାଟିୁଥିବା ଜଣାପଡିଛି । ଗାଡି ଚଳାଇବା ସମୟରେ ସନ୍ ରୁଫ୍ ରେ ବାହାରୁଥିବା ଲୋକଙ୍କ ଉପରେ ଜୋରିମାନା ଲାଗୁ କରାଯାଇଛି।

ଯଦି ଜଣେ ବ୍ୟକ୍ତି ଷ୍ଟଣ୍ଟ କରିବା ସମୟରେ ସିସିଟିଭି କ୍ୟାମେରାରେ ଧରାପଡିଯାଏ, ତେବେ ମୋଟର ଯାନ ଅଧିନିୟମର ଧାରା ୧୮୪ (ଏଫ୍) ଅନୁଯାୟୀ ଟ୍ରାଫିକ ପୋଲିସ ଜୋରିମାନା ଲଗାଇପାରେ। ସଂଶୋଧିତ ଏମବିଏ ଅନୁଯାୟୀ, ଯଦି ଗାଡି ଚାଳକମାନଙ୍କୁ ବିପଜ୍ଜନକ ଢଙ୍ଗରେ ଗାଡି ଚଳାଉଥିବାର ଦେଖାଯାଏ ତେବେ ଧାରା ୧୮୪ (ଏଫ୍) ଅନୁଯାୟୀ ଜୋରିମାନା କରାଯାଇପାରେ । ଉଲ୍ଲଂଘନକାରୀଙ୍କୁ ପ୍ରଥମ ଅପରାଧ ପାଇଁ ୫୦୦୦ ଟଙ୍କା ଏବଂ ପରବର୍ତ୍ତୀ ଅପରାଧ ପାଇଁ ୧୦,୦୦୦ ଟଙ୍କା ଜରିମାନା କରାଯାଇପାରେ।

କାରଗୁଡିକରେ ସନ୍ ରୁଫ୍ ସଠିକ୍ ବ୍ୟବହାର?

ସନ୍ ରୁଫ୍ ହେଉଛି ଏକ ବୈଶିଷ୍ଟ୍ୟ ଯାହାକୁ ଆପଣ ନିଜ କାରରେ ପ୍ରାକୃତିକ ଆଲୋକ ପାଇବା ପାଇଁ ବ୍ୟବହାର କରିପାରିବେ । ଯଦି ଆପଣଙ୍କର କାରରେ ଏକ ସନ୍ ରୁଫ୍ ଅଛି, ତେବେ ଆପଣ ଏହାକୁ ଖୋଲି କାର ଭିତରେ ତାଜା ପବନ ଉପଭୋଗ କରିପାରିବେ । କାରଟି ସନ୍ ରୁଫ୍ ରୁ ଶୀଘ୍ର ଥଣ୍ଡା ହୋଇପାରିବ । ଯଦି ତୁମର କାର ଟାଣ ଖରାରେ ପାର୍କିଂ ହୋଇଛି, ସନ୍ ରୁଫ୍ କୁ ଖୋଲିବା ଦ୍ୱାରା ଗରମ ପବନ ଶୀଘ୍ର ବାହାରିଯାଏ । ଏହା ପରେ ଆପଣ ଏସି ଅନ୍ କରିପାରିବେ, ନହେଲେ ଖୋଲ ପବନ ମଧ୍ୟ ନେଇ ପାରିବେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.