ଦୃଷ୍ଟିହୀନ କ୍ରିକେଟରେ ରାଜ୍ୟକୁ ସଫଳତା : ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବେ ଲିଙ୍ଗରାଜ ରାଉତରାୟ

odisha blind teamନୂଆଦିଲ୍ଳୀ : ଦୃଷ୍ଟିହୀନ କ୍ରିକେଟରେ ରାଜ୍ୟକୁ ଆଉ ଏକ ସଫଳତା। ଚତୁର୍ଥ ଖେଳାଳି ଭାବେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବେ ଲିଙ୍ଗରାଜ ରାଉତରାୟ। ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକର ଲିଙ୍ଗରାଜ ଆଗାମୀ ଭାରତ-ଶ୍ରୀଲଙ୍କା ଦ୍ୱିପାକ୍ଷିକ ସିରିଜରେ ଅନ୍ତର୍ଜାତୀୟ କ୍ୟାରିଅର ଆରମ୍ଭ କରିବେ। ବାମହାତୀ ବ୍ୟାଟ୍ସମ୍ୟାନ୍ ଓ ଡାହାଣହାତୀ ବୋଲର୍ ଭାବେ ସେ ଦୃଷ୍ଟିହୀନ କ୍ରିକେଟରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି। ଲିଙ୍ଗରାଜଙ୍କ ପୂର୍ବରୁ ଦୃଷ୍ଟିହୀନ ଓଡ଼ିଆ କ୍ରିକେଟର ଭାବରେ ସୁଖରାମ ମାଝୀ, ଜାଫର ଇକବାଲ୍ ଓ ପଙ୍କଜ ଭୁଏ ଭାରତ ପାଇଁ ଖେଳି ସାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.