ବିବାହ ବନ୍ଧନରେ ଆବଦ୍ଧ ହେଲେ ଋତୁରାଜ ଗାୟକଓ୍ଵାଡ, କ୍ରିକେଟର ଉତ୍କର୍ଷାଙ୍କ ହାତ ଧରିଲେ

ଟିମ୍‌ ଇଣ୍ଡିଆର ଖେଳାଳି ତଥା ସିଏସକେର ବ୍ୟାଟର ଋତୁରାଜ ଗାୟକଓ୍ଵାଡ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । କ୍ରିକେଟର ଉତ୍କର୍ଷାଙ୍କୁ ବିବାହ କରିଛନ୍ତି ଋତୁରାଜ ।

ଚେନ୍ନାଇ ସୁପରକିଙ୍ଗସ ଟିମର ଖେଳାଳି ଋତୁରାଜ ଗାୟକଓ୍ଵାଡ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ତାଙ୍କ ବିବାହ ଉତ୍କର୍ଷାଙ୍କ ସହିତ ହୋଇଛି । ଏବେ ଦୁହିଁଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ତେବେ ଉତ୍କର୍ଷା ମଧ୍ୟ ଜଣେ କ୍ରିକେଟର ତାହା ବହୁତ କମ୍‌ ଫ୍ୟାନ୍ସ ଜାଣିଛନ୍ତି । ମହାରାଷ୍ଟ୍ରର ମହାବଳେଶ୍ୱର ଠାରୁ ଦୁହେଁ ଶନିବାର ଦିନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଋତୁରାଜଙ୍କ ଦେବଦତ୍ତ ପାଡିକ୍କିଲ ଏବଂ ରଜତ ପାଟିଦାର ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।

 

View this post on Instagram

 

A post shared by Ruturaj Gaikwad (@ruutu.131)

ଋତୁରାଜ ଏବଂ ଉତ୍କର୍ଷାଙ୍କ ବିବାହ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାରେ ରହିଛି। ଋତୁରାଜ ଇନଷ୍ଟାଗ୍ରାମରେ କେତେକ ଫଟୋ ସେୟାର କରିଛନ୍ତି । ଯାହାକୁ ଦେଖି ଫ୍ୟାନ୍ସ କମେଣ୍ଟ କରୁଛନ୍ତି । ଋତୁରାଜଙ୍କୁ ଅନେକ ଷ୍ଟାର ଖେଳାଳି ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।
ଋତୁରାତ ଆଇପିଏଲ୍‌ ୨୦୨୩ରେ ଚେନ୍ନାଇ ସୁପରକିଙ୍ଗସ ପାଇଁ ଭଲ ପ୍ରଦର୍ଶନ କରିଥିଲେ । ସେ ୧୬ଟି ମ୍ୟାଚରେ ୫୯୦ ରନ୍‌ କରିଛନ୍ତି । ଏହି ସିଜିନରେ ଋତୁରାଜଙ୍କ ସର୍ବଶ୍ରେଷ୍ଠ ସ୍କୋର ୯୨ ରନ୍‌ ଥିଲା । ଋତୁରାଜଙ୍କୁ ଚେନ୍ନାଇ ରିଟେନ କରିଥିଲା । ତାଙ୍କୁ ୬ କୋଟିରେ କିଣିଥିଲା ସିଏସକେ । ସେ ଟିମ୍‌ ଇଣ୍ଡିଆ ପାଇଁ ୯ଟି-୨୦ ମ୍ୟାଚ ଖେଳିଛନ୍ତି ।

ଉତ୍କର୍ଷା ମହାରାଷ୍ଟ୍ରରେ ଘରୋଇ ମ୍ୟାଚ୍‌ ଖେଳନ୍ତି । ସେ ଜଣେ ଅଲରାଉଣ୍ଡର ଖେଳାଳି । ଉତ୍କର୍ଷା ୨୦୨୧ରେ କେରଳ ଟିମ୍‌ ବିପକ୍ଷରେ ଖେଳି ୨ଟି ଓ୍ଵିକେଟ ନେଇଥିବା ବେଳେ ପଞ୍ଜାବ ବିପକ୍ଷରେ ଗୋଟିଏ ଓ୍ଵିକେଟ ନେଇଛନ୍ତି ।

ଆଇପିଏଲ୍‌ ୨୦୨୩ ଷଷ୍ଠ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ୧୨ ରନରେ ହରାଇଥିଲା । ଚେନ୍ନାଇ ସୁପର କିଙ୍ଗ୍ସର ବ୍ୟାଟ୍ସମ୍ୟାନ ୠତୁରାଜ ଗାୟକଓ୍ଵାଡ ୩୧ ବଲରେ ୫୭ ରନ୍ କରିଥିଲେ । ୫ମ ଓଭରରେ ଗାଏକଓ୍ଵାଡ ବୋଲର କୃଷ୍ଣପା ଗୌତମଙ୍କ ବଲରେ ଏକ ଦମଦାର ଛକା ମାରିଥିଲେ । ବଲ୍ ବାଉଣ୍ଡ୍ରି ବାହାରେ ରଖାଯାଇଥିବା ଟାଟା କାରରେ ମାଡ ହୋଇଥିଲା । ଏଥିରେ ଟାଟା ଟିୟାଗୋ ଇଭି ଗାଡିର ଡୋରର ଗୋଟିଏ ପାର୍ଶ୍ୱ ବଙ୍କା ହୋଇ ଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.