ଦୂରଦର୍ଶନର ଜଣାଶୁଣା ନ୍ୟୁଜ୍‌ ଆଙ୍କର୍‌ ଗୀତାଞ୍ଜଳି ଅୟରଙ୍କ ପରଲୋକ

ଜଣାଶୁଣା ନ୍ୟୁଜ୍‌ ଆଙ୍କର ଗୀତାଞ୍ଜଳି ଅୟରଙ୍କର ବୁଧବାର ୭୬ ବର୍ଷ ବୟସରେ ପରଲୋକ ହୋଇଛି। ସେ ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ଦୂରଦର୍ଶନରେ କାମ କରିଥିଲେ। ଅୟରଙ୍କ ନିଧନରେ ତାଙ୍କ ପ୍ରଶଂସକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି।

ଜଣାଶୁଣା ନ୍ୟୁଜ୍‌ ଆଙ୍କର ଗୀତାଞ୍ଜଳି ଅୟରଙ୍କର ବୁଧବାର ୭୬ ବର୍ଷ ବୟସରେ ପରଲୋକ ହୋଇଛି। ସେ ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ଦୂରଦର୍ଶନରେ କାମ କରିଥିଲେ। ଅୟରଙ୍କ ନିଧନରେ ତାଙ୍କ ପ୍ରଶଂସକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି।

ସୋସିଆଲ ମିଡିଆରେ ଅନେକ ଲୋକ ଅୟରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଗୀତାଞ୍ଜଳି ଅୟରଙ୍କ ନିଧନରେ ଶୋକ ବ୍ୟକ୍ତ କରିଛନ୍ତି।

କ୍ରୀଡ଼ା ମନ୍ତ୍ରୀ ଟ୍ଵିଟ୍‌ କରି କହିଛନ୍ତି, ‘ଦୂରଦର୍ଶନ ଏବଂ ଅଲ୍‌ ଇଣ୍ଡିଆ ରେଡିଓରେ ସର୍ବପ୍ରଥମ ତଥା ଉତ୍କଷ୍ଠ ଇଂରାଜୀ ସମାଚାର ଆଙ୍କରମାନଙ୍କ ମଧ୍ୟରୁ ଗୀତାଞ୍ଜଳି ଅୟର ଜଣେ ଥିଲେ। ତାଙ୍କ ନିଧନ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ଏଭଳି କଠିନ ସମୟରେ ତାଙ୍କ ପରିବାର ପ୍ରତି ମୁଁ ଗଭୀର ସମବେଦନା ଜଣାଉଛି’।

କହି ରଖୁଛୁ, ଅୟର ୧୯୭୧ରେ ଦୂରଦର୍ଶନ ସହ ଯୋଡ଼ି ହୋଇଥିଲେ ଏବଂ ଚ୍ୟାନେଲ ସହିତ କ୍ୟାରିୟର ଗଢ଼ିବା ଭିତରେ ତାଙ୍କୁ ଚାରିଥର ଶ୍ରେଷ୍ଠ ଆଙ୍କର୍ ପୁରସ୍କାର ମିଳିଥିଲା। ୧୯୮୯ରେ ସେ ଉଲ୍ଲେଖନୀୟ ମହିଳାମାନଙ୍କ ସମ୍ମାନାର୍ଥେ ଦିଆଯାଇଥିବା ଇନ୍ଦିରା ଗାନ୍ଧୀ ପ୍ରିୟଦର୍ଶିନୀ ପୁରସ୍କାର ମଧ୍ୟ ପାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.