ଏଠାରେ ଚକୋଲେଟ୍ ଡେ’କୁ ନେଇ ରହିଛି ଅନନ୍ୟ ପରମ୍ପରା , ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଭାଲେଣ୍ଟାଇନ୍ସ ସପ୍ତାହର ତୃତୀୟ ଦିନକୁ ଚକୋଲେଟ୍ ଡେ ଭାବେ ସେଲିବ୍ରେଟ୍ କରାଯାଇଥାଏ । ଏହା ମଧ୍ୟରେ ପରସ୍ପର ଭଲପାଉଥିବା ନିଜର ପ୍ରୀୟର ଲୋକମାନଙ୍କୁ ଉପହାର ଭାବେ ବିଭିନ୍ନ ପ୍ରକାରର ଚକୋଲେଟ୍ ଦେଇଥାନ୍ତି । କିନ୍ତୁ କଣ ଆପଣଙ୍କୁ ଜଣାଅଛି ଏକ ଏମିତି ଦେଶ ଅଛି ଯେଉଁଠାରେ କେବଳ ଝିଅମାନେ ହିଁ ଚକୋଲେଟ ଦେଇଥାନ୍ତି ।

ଆସନ୍ତୁ ଚକୋଲେଟ୍ ଡେ ସହିତ ଯୋଡିହୋଇଥିବା କିଛି ରୋଚକ ତଥ୍ୟ ସମ୍ପର୍କରେ ଜାଣିବା 

chocolateଜାପାନରେ ରହିଛି ଅନନ୍ୟ ପରମ୍ପରା :

ଜାପାନରେ ପରମ୍ପରା ରହିଛି କି ଏହି ଭାଲେନଣ୍ଟାଇନ ସପ୍ତାହର ଚକୋଲେଟ ଡେ ରେ କେବଳ ମହିଳାମାନେ ହିଁ ପୁରୁଷମାନଙ୍କୁ ଚକୋଲେଟ୍ ଦେଇଥାନ୍ତି । ଏହି ଅବସରରେ ଦୁଇ ପ୍ରକାରର ଚକୋଲେଟ୍ ଦିଆଯାଇଥାଏ ।

ହୋନମେଇ ଚକୋ(honmei-choko) : ଏହାର ମାନେ ହେଉଛି ଚକୋଲେଟ ଅଫ୍ ଲବ୍ । ଯଦି କେଉଁ ଝିଅ କୌଣସି ପୁଅକୁ ଏହି ଚକୋଲେଟ ଦେଇଥାଏ ତା ମାନେ କି ସେ ସେହି ପୁଅକୁ ଭଲ ପାଉଛନ୍ତି ।

ଗିରି ଚକୋ(giri-choko) : ଏହାକୁ କର୍ଟସି ଚକୋଲେଟ ମଧ୍ୟ କୁହାଯାଇଥାଏ । ଯଦି କୌଣସି ଝିଅ ଏହି ପ୍ରକାରର ଚକୋଲେଟ କୌଣସି ପୁଅକୁ ଦିଅନ୍ତି ତେବେ ଏହାର ମାନେ ଏହା କେବଳ ଏକ ପରମ୍ପରା ପାଇଁ ।

chocoଏହାବ୍ୟତିତ କୌଣସି ମହିଳ ଯଦି କୌଣସି ପୁରୁଷଙ୍କୁ ଜୀବନସାଥୀ ଭାବେ ବାଛି ସାରିଛନ୍ତି ତେବେ ସେ ତାଙ୍କ ହାତ ତିଆରି ଚକୋଲେଟ୍ ଖାଇବାକୁ ଦେଇଥାନ୍ତି । ପାଖାପାଖି ଏକ ମାସ ବ୍ୟଧାନରେ ମାନେ ମାର୍ଚ୍ଚ ୧୪ ଦିନ ହ୍ବାଇଟ୍ ଡେ ପାଳନ କରାଯାଇଥାଏ । ଯେବେ କେବଳ ପୁରୁଷମାନେ ହିଁ ମହିଳାମାନଙ୍କୁ ଚକୋଲେଟ ଦେଇଥାନ୍ତି । ତାହା କେବଳ ଧଳା ରଙ୍ଗର ହୋଇଥାଏ । ଏହି ମାଧ୍ଯମରେ ସେ ସେହି ମହିଳାଙ୍କୁ ନିଜର ମନ କଥା ଖୋଲି କହିଥାନ୍ତି ।

ବର୍ଷକୁ ୧୦ ଥର ପାଳନ କରାଯାଇଥାଏ ଚକୋଲେଟ୍ ଡେ :

ବର୍ଷର ସବୁଠାରୁ ରୋମାଣ୍ଟିକ୍ ସପ୍ତାହ ଭାଲେଣ୍ଟାଇନ୍ ସପ୍ତାହର ତୃତୀୟ ଦିନ ଚକୋଲେଟ୍ ଡେ ଭାବେ ପାଳନ କରାଯାଇଥାଏ । ଏହି ଦିନ ଖାସକରି ଏବ କପଲ୍ସ ପରସ୍ପର ମଧ୍ୟରେ ଚକୋଲେଟ୍ ଦେଇଥାନ୍ତି । କହିବାକୁ ଗଲେ ବର୍ଷକୁ ବହୁ ଥର ଏହି ଚକୋଲେଟ୍ ଡେ ପାଳନ କରାଯାଇଥାଏ ।

chocolate1ଆସନ୍ତୁ ଜାଣିବା କେଉଁ କେଉଁ ଦିନ ପାଳନ କରାଯାଏ ଚକୋଲେଟ୍ ଡେ :

ବିଟରହ୍ୟୁଚ୍ ଚକୋଲେଟ୍ ଡେ : ଜାନୁଆରୀ ୧୦
ଚକୋଲେଟ୍ ଡେ : ଫ୍ରେବୁଆରୀ ୯
ହ୍ବାଇଟ୍ ଡେ(ଜାପାନ) : ମାର୍ଚ୍ଚ ୧୪
ଚକୋଲେଟ୍ ଚିପ୍ ଡେ : ମେ ୧୫
ଚକୋଲେଟ୍ ଆଇସକ୍ରିମ୍ ଡେ : ଜୁନ୍ ୭
ଇଣ୍ଟରନ୍ୟାସନାଲ ଚକୋଲେଟ୍ ଡେ : ଜୁଲାଇ ୭
ମିଲ୍କ ଚକୋଲେଟ୍ ଡେ : ଜୁଲାଇ ୨୮
ଚକୋଲେଟ୍ ମିଲ୍କସେକ୍ ଡେ : ସେପ୍ଟେମ୍ବର ୧୨
ନ୍ୟାସନାଲ ଚକୋଲେଟ୍ ଡେ(ୟୁଏସ୍) : ଅକ୍ଟୋବର ୨୮
ଚକୋଲେଟ୍ କଭରର୍ଡ ଅନଥରିଂ ଡେ : ଡିସେମ୍ବର ୧୬

Chocolate ଚକୋଲେଟ୍ ଡେ’ର ଇତିହାସ :

ଧରାଯାଏ କି ଚକୋଲେଟ୍ ଡେ’ର ଆରମ୍ଭ ରିଚର୍ଡ କେଡବରି କରିଥିଲେ । ରିଚର୍ଡ କେଡବରି ପ୍ରଥମେ ଚକୋଲେଟର ବିଜନେସ୍ ଆରମ୍ଭ କରିଥିଲେ । କୁହାଯାଏ କି ସେ ଭାଲେଣ୍ଟାଇନ୍ ଡେ ପ୍ରେବୁଆରୀ ୧୪ତାରିଖ ପାଇଁ ସ୍ପେଶାଲ ଚକୋଲେଟ୍ ବଜାରରେ ଲଞ୍ଚ କରିଥିଲେ । ଚକୋଲେଟ୍ ବକ୍ସର ଲଞ୍ଚିଙ୍ଗ କରିବା ଭିତରେ ଲୋକଙ୍କୁ ସେ ଏହା ଉପଦେଶ ଦେଉଥିଲେ କି ଚକୋଲେଟ ସରିଯିବା ପରେ ବକ୍ସକୁ ନଫିଙ୍ଗି ସେଥିରେ ଲବ୍ ଲେଟର ରଖିବା ପାଇଁ ବ୍ୟବାହାର କରନ୍ତୁ । ଏହାର ଆରମ୍ଭରୁ ସେହି ଚକୋଲେଟ୍ ବକ୍ସ ଉପରେ ରିଚର୍ଡ କେଡବରୀଙ୍କର ଫଟୋ ଲଗାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.