ଭାଲେଣ୍ଟାଇନ୍ସ ଡେ’ ରେ ଦମଦାର ଅଫର୍, Vivo ସ୍ମାର୍ଟଫୋନରେ ମିଳୁଛି ୫ହଜାର ଟଙ୍କା ପର୍ଯ୍ୟନ୍ତ ଜବରଦସ୍ତ ରିହାତି

ସ୍ମାର୍ଟଫୋନରେ ସ୍ମାର୍ଟ ରିହାତି । ଭାଲେଣ୍ଟାଇନ୍ସ ଡେ ଅବସରରେ ଭିଭୋର ଦମଦାର ଅଫର୍ । ଅନେକ ସ୍ମାର୍ଟଫୋନରେ ୫୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ଦେଉଛି କମ୍ପାନୀ । ତେବେ ଭିଭୋର ଏହି କାର୍ନିଭାଲ୍ ସେଲ୍ ଆଜି ରାତି ୧୨ ଟାରେ ଶେଷ ହୋଇଯିବ ।

ଭିଭୋର ଏହି ଅଫର୍ ପାଇବାକୁ ହେଲେ ଫ୍ଲିପକାର୍ଟ, ଆମାଜନ୍ ଏବଂ କମ୍ପାନୀର ୱେବସାଇଟରେ ଆପଣଙ୍କୁ କିଣିବାକୁ ପଡିବ । ଏହି ସାଇଟରେ ଭିଭୋର କିଛି ବଛା ବଛା ଫୋନରେ ମିଳୁଛି ରିହାତି । ଏହି ସେଲରେ Vivo Nex, Vivo V9 ଏବଂ Vivo y95 ଭଳି ଅନେକ ଫୋନରେ ମିଳୁଛି ଭାରି ଡିସକାଉଣ୍ଟ ।

Vivo V9 : ଭାରତରେ ଏହି ଫୋନ୍ ୬ ଜିବି ରାମ୍ ସହ ୧୯.୯୯୦ ଟଙ୍କାରେ ଲଂଚ୍ ହୋଇଥିଲା । କିନ୍ତୁ ଏହି ଫୋନକୁ ଏବେ ୧୫,୯୯୦ ଟଙ୍କାରେ କିଣି ପାରିବେ । ଏହା ସହ ଆମାଜନରେ ନୋ କଷ୍ଟ ଇଏମଆଇ ସୁବିଧା ମଧ୍ୟ ମିଳୁଛି । ସେହିପରି ଏହି ଫୋନର ୪ ଜିବି ଭାରିଏଣ୍ଟରେ ୧୩,୮୫୦ ଟଙ୍କାର ଏକ୍ସଚେଞ୍ଜ ଅଫର୍ ମଧ୍ୟ ମିଳୁଛି ।

Vivo Nex  : ସେହିପରି ଏହି ସେଲରେ ଆପଣ ଭିଭୋ ନେକ୍ସ ୩୯,୯୯୦ ଟଙ୍କାରେ କିଣି ପାରିବେ । ଯେତେବେଳେ କି ଏହି ଫୋନକୁ ଗତ ବର୍ଷ କମ୍ପାନୀ ୪୪,୯୯୦ ଟଙ୍କାରେ ଲଞ୍ଚ କରିଥିଲା ।

Vivo y95 : ସେହିପରି ଠସଙ୍ଖକ୍ଟ ଚ୍ଚ୯୫ ରେ ୧୪,୯୯୦ ଟଙ୍କା ପର୍ଯ୍ୟନ୍ତ ମିଳୁଛି ଏକ୍ସଚେଞ୍ଜ ଅଫର୍ । ଏହା ସହ ଏହି ଫୋନକୁ ୫ ହଜାର ଟଙ୍କା ରିହାତିରେ ୨୩,୯୯୦ ଟଙ୍କାରେ ମଧ୍ୟ କିଣିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.