ଭାରତ ସହ ପଙ୍ଗା ପଡିଲା ମହଙ୍ଗା, ପାକିସ୍ତାନରେ ୪ ବର୍ଷର ରେକର୍ଡ ଭାଙ୍ଗିଲା ଦରଦାମ୍

ପଙ୍ଗା ପଡିଲା ମହଙ୍ଗା । ପାକିସ୍ତାନକୁ ଓଲଟା ପଡିଛି ଭାରତ ସହ ବିବାଦ । ପୁଲୱାମା ଆକ୍ରମଣ ପରେ ଶତ୍ରୁ ଦେଶ ବିରୋଧରେ ଶକ୍ତ କାର‌୍ୟ୍ୟାନୁଷ୍ଠାନ ନେଇଛି ଭାରତ । ଯାହା ଫଳରେ ପାକିସ୍ତାନରେ ଆକାଶ ଛୁଆଁ ହୋଇଛି ଦରଦାମ୍ । ଗତ ଚାରି ବର୍ଷର ଭାଙ୍ଗିଛି ରେକର୍ଡ ।

ରିପୋର୍ଟ ମୂତାବକ, ଫେବ୍ରୁଆରୀ ମାସରେ ପାକିସ୍ତାନର ଦରଦାମ୍ ୮.୨ ପ୍ରତିଶତ ବୃଦ୍ଧି ହୋଇଛି । ଭାରତର ଶକ୍ତ ପଦକ୍ଷେପ ଯୋଗୁଁ ପାକିସ୍ତାନରେ କମିଯାଇଛି ଟଙ୍କାର ମୂଲ୍ୟ । ଯାହା ଫଳରେ ଟମାଟୋ, ଅଦା, ଚିନି, ଚା, ମଟନ, ଗୁଡ, ଘିଅ, ମାଛ, ଡାଲି ଏବଂ କ୍ଷୀର ଆଦି ଦ୍ରବ୍ୟର ମୂଲ୍ୟରେ ବୃଦ୍ଧି ହେବାର ଲାଗିଛି ।

ସେହିପରି କିଛି ଦିନ ତଳେ ଟମାଟୋ କିଲୋ ୧୮୦ ଟଙ୍କା ଥିବା ଖବର ଆସିଥିଲା । ଦାମ୍ ଏତେ ବେଶି, ତା ସାଙ୍ଗକୁ ମିଳୁ ନାହିଁ । ତେଣୁ ବିନା ଟମାଟୋରେ କିଭଳି ତରକାରୀ କରାଯିବ ତାକୁ ନେଇ ପାକ୍ ଗଣମାଧ୍ୟମରେ ଆଲୋଚନା କରାଯାଉଥିଲା ।

ଗୋଟିଏ ନ୍ୟୁଜ୍ ଚ୍ୟାନେଲ ଏହି ଆଲୋଚନା ବେଳେ ଜଣେ ଡାକ୍ତରଙ୍କୁ ବିଶେଷଜ୍ଞ ଭାବେ ରଖିଥିଲା । ଏଥିରେ ଆଙ୍କରଙ୍କର ପ୍ରଶ୍ନ ଥିଲା ଯେ ଭାରତରୁ ଟମାଟୋ ନଆସିଲେ କଣ ତରକାରୀର ସ୍ୱାଦ ରହିବ ନାହିଁ ? ସେହି ବିଶେଷଜ୍ଞ ଉତ୍ତର ଦେଇଥିଲେ, କଖାରୁ, କମଳା ଏବଂ ତେନ୍ତୁଳି ପକାଇ ତରକାରୀ ପ୍ରସ୍ତୁତ କରନ୍ତୁ । ଆଉ ଟମାଟୋ ଉପରେ ନିର୍ଭର ନକରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.