୩୦୦୦ କିଲୋମିଟର ଦୂରରେ ବସି ଡାକ୍ତର କଲେ ଅସ୍ତ୍ରୋପଚାର, ସଫଳ ହେଲା ୫ଜି ନେଟୱର୍କ ପରୀକ୍ଷଣ

ଚାଇନାରେ ଜଣେ ଡାକ୍ତର ୩୦୦୦ କିଲୋମିଟର ଦୂରରେ ବସି ପାକିଂସନରେ ଗ୍ରସ୍ତ ଜଣେ ମସ୍ତିଷ୍କ ରୋଗୀଙ୍କ ସର୍ଜରୀ କରିଛନ୍ତି। ରୋବର୍ଟ ଜରିଆରେ କରାଯାଇଥିବା ଏହି ସର୍ଜରୀରେ ୫ଜି ମୋବାଇଲ ନେଟୱାର୍କର ବ୍ୟବହାର କରାଯାଇଥିଲା। ଚାଇନା ଦାବି କରିଛି କି, ଦୁନିଆରେ ଏଭଳି ସର୍ଜରୀ ପ୍ରଥମ ଥର ପାଇଁ ହୋଇଛି।

chain doc

ରୋଗୀ ବେଜିଂର ଏକ ଡାକ୍ତରଖାନାରେ ରହିଥିଲେ। ସେହିପରି ଅସ୍ତ୍ରୋପଚାର କରିଥିବା ଡାକ୍ତର ଲିଙ୍ଗ ଝିପାଇ ପାଖାପାଖି ୩୦୦୦ କିଲୋମିଟର ଦୂର ହେନାନ ପ୍ରାନ୍ତର ସାନ୍ୟରେ ରହିଥିଲେ। ଡାକ୍ତର ଜଣଙ୍କ ସାନ୍ୟରୁ ହିଁ ରୋବର୍ଟ ଏବଂ ମସେନକୁ ନିୟନ୍ତ୍ରିତ କରିଥିଲେ। କେବଳ ଏକ ମୋବାଇଲ ଆପ ଜରୀଆରେ ଡାକ୍ତର ଜଣଙ୍କ ସଂପୂର୍ଣ୍ଣ ସର୍ଜରୀ କରିଥିଲେ।

ଏହି ମାମଲାରେ ୫ଜି ନେଟୱର୍କର ମୁଖ୍ୟ ଭୁମିକା ରହିଥିଲା। କାରଣ ଇଣ୍ଟରନେଟର ସ୍ପିଡ ଠିକ୍ ହୋଇଥିବା କାରଣରୁ ହିଁ ଏହାର ରିୟଲ ଟାଇମ୍ ଅପରେସନ୍ ଠିକ୍ ରହିଥିଲା।

chain adoc

ପିପୁଲ ଲିବେରେସନ୍ ଆର୍ମିରେ ଥିବା ସର୍ଜନ ଡ଼ା. ଝିପେଇ କହିଛନ୍ତି, ୫ଜି ଟେକ୍ନୋଲୋଜିରେ ୪ଜି ନେଟୱାର୍କର ଭିଡିଓରେ ଆସିଥିବା ଲିଗ୍ ଏବଂ ରିମୋଟ କଣ୍ଟ୍ରୋଲ ଭଳି ଅସୁବିଧାକୁ ଦୂର କରାଯାଇଥିଲା। ଯାହାଫଳରେ ମସ୍ତିଷ୍କରେ ଇନପ୍ଳାଣ୍ଟ ସଠିକ୍ ଭାବେ କରାଯାଇପାରିଥିଲା। ସର୍ଜରୀ ପରେ ରୋଗୀ ସୁସ୍ଥ ରହିଥିବା ବେଳେ ତାଙ୍କୁ ଭଲ ଅନୁଭୂତ ହେଉଥିବା କହିଛନ୍ତି।

ଏହି ସର୍ଜରୀ ପାଖାପାଖି ୩ ଘଣ୍ଟା ପର୍ଯ୍ଯନ୍ତ ଚାଲିଥିଲା। ଏହି ସମୟରେ ରୋଗୀଙ୍କ ମସ୍ତିଷ୍କରେ ଇଲେକଟ୍ରୋଡ ଲଗାଯାଇଥିଲା। ଯାହାଫଳରେ ଦୂରଦୁରାନ୍ତରେ ଥିବା ରୋଗୀଙ୍କ ପାଖକୁ ନଯାଇ ମଧ୍ୟ ସହଜରେ ସର୍ଜରୀ କରାଯାଇ ପାରିବ। ଏହା ଦ୍ବାରା ଗ୍ରାମଞ୍ଚଳ ଗୁଡିକରେ ରୋଗର ଉପଚାର ସହଜ ହୋଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.