ଅଭାବନୀୟ ଘଟଣା : କୀଟନାଶକ ପିଇ ବୃଦ୍ଧ ଦମ୍ପତ୍ତିଙ୍କ ଆତ୍ମହତ୍ୟା

ମୟୁରଭଞ୍ଜ : ବୈଶିଙ୍ଗା ଥାନା ଅନ୍ତର୍ଗତ ଶହିଦପୁର ପଞ୍ଚାୟତ ଭାଗବସା ଗାଁରେ ବୃଦ୍ଧ ଦମ୍ପତ୍ତିଙ୍କ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି। କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି ଦମ୍ପତ୍ତି । ଗତକାଲି ଘରୁ ଦୁର୍ଗନ୍ଧ ବାହାରିବାରୁ ଆତ୍ମହତ୍ୟା ଘଟଣା ପଦାକୁ ଆସିଥିଲା । ଖବର ପାଇ ବୈଶିଙ୍ଗା ଥାନା ପୋଲିସ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସ ଦମ୍ପତ୍ତିଙ୍କ ଘରୁ ବିଷ ବୋତଲ ମଧ୍ୟ ଜବତ କରିଛି । ମୃତ ଦମ୍ପତ୍ତିଙ୍କ କେହି ସନ୍ତାନ ନଥିବାବେଳେ ଦିନକୁ ୨ମୁଠା ଖାଦ୍ୟ ଯୋଗାଡ କରିବା ତାଙ୍କ ପାଇଁ ସମ୍ଭବ ହେଉନଥିଲା । ତେଣୁ ବାଧ୍ୟ ହୋଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଘଟଣା ସମ୍ପର୍କରେ ମୃତ ଦମ୍ପତ୍ତିଙ୍କ ପୁତୁରା ଲୁସା ମୁର୍ମୁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.