ପାସପୋର୍ଟର ରଙ୍ଗ ଭିନ୍ନ ଭିନ୍ନ ହୋଇଥାଏ କାହିଁକି ? ଜାଣନ୍ତୁ କେମିତି ହୋଇଥାଏ ନିର୍ଦ୍ଧାରିତ…..

ପାସପୋର୍ଟ ବିନା ବିଦେଶ ଯାତ୍ରା ଅସମ୍ଭବ ଅଟେ । ଏହା ଏପରି ଏକ ଜିନିଷ ଯାହା ଆପଣଙ୍କୁ ବିଦେଶ ଯାତ୍ରା କରିବାରେ ବୈଧାନିକ ରୂପରେ ମାନ୍ଯତା ଦେଇଥାଏ । ଏହା ବିନା ବିଦେଶ ଯାତ୍ରା କରିବା ଅପରାଧ ଅଟେ । କିନ୍ତୁ ଆମ ପଡୋଶୀ ଦେଶ ନେପାଳ ଏବଂ ଭୂଟାନରେ ପାସପୋର୍ଟ ବିନା ମଧ୍ୟ ଯାତ୍ରା କରିହେବ । କିନ୍ତୁ ଅନ୍ଯ ଦେଶ ମାନଙ୍କୁ ଯିବାକୁ ହେଲେ ପାସପୋର୍ଟ ନିହାତି ଆବଶ୍ୟକ । ଏହି ତଥ୍ୟ ତ ପୁର୍ବରୁ ଅନେକ ଲୋକ ଜାଣିଥିବେ କିନ୍ତୁ ବର୍ତ୍ତମାନ ଯାହା ଆମେ  ଜଣାଇବାକୁ ଯାଉଛୁ ତାହା ଆପଣଙ୍କୁ ଆଗରୁ ଜଣା ନ ଥିବ ।

ଆପଣ କେବେ ଧ୍ୟାନ ଦେଇଛନ୍ତି ପାସପୋର୍ଟ କଭରର ରଙ୍ଗ କେତେ ପ୍ରକାରର ଏବଂ  ଏହା  କେମିତି ନିର୍ଦ୍ଧାରିତ କରାଯାଏ  । ଏହା ଆପଣଙ୍କୁ ନିଶ୍ଚିତ ଭାବରେ ଚିନ୍ତାରେ ପକାଇଥିବ । ପାସପୋର୍ଟ ସାଧାରଣତଃ ନୀଳ ରଙ୍ଗର ହୋଇଥାଏ ତାହା ସମସ୍ତେ ଜାଣନ୍ତି । ତାହେଲେ ଆସନ୍ତୁ ଜାଣିବା ପାସପୋର୍ଟ ବିଷୟରେ ଲୁଚି ରହିଥିବା ତଥ୍ୟ ।

ଦୁନିଆରେ ସମସ୍ତ ଦେଶକୁ ନିଜର ପାସପୋର୍ଟର ରଙ୍ଗ ବାଛିବାରେ ସ୍ବତନ୍ତ୍ରତା ରହିଛି । ତଥାପି କୌଣସି ଦେଶ ପାସପୋର୍ଟର ରଙ୍ଗ ନିର୍ଦ୍ଦାରଣ କରିବା ସମୟରେ କିଛି ବିଶେଷ ତଥ୍ୟ ଉପରେ ଧ୍ୟାନ ଦେବାକୁ ପଡିଥାଏ । ଏଥି ସହିତ ଆହୁରି ଅନେକ କାରଣ ପାସପୋର୍ଟର ରଙ୍ଗକୁ ପ୍ରଭାବିତ କରିଥାଏ ।

ସବୁଜ ରଙ୍ଗର ପାସପୋର୍ଟ

GreenPassport

ଦୁନିଆରେ ଅଧିକାଂଶ ଇସଲାମିକ ଦେଶ ନିଜର ପାସପୋର୍ଟର ରଙ୍ଗ ସବୁଜ ରଖିଛନ୍ତି । କାରଣ ସବୁଜ ରଙ୍ଗ ଇସଲାମ ମାନଙ୍କ ପାଇଁ ବିଶେଷ ମହତ୍ବ ରଖିଥାଏ । ଏହା ଛଡା ଆଫ୍ରିକାର କେତେକ ଦେଶ ଯଥା ବୁକିନା ଫାସୋ,ନାଇଜିରିଆ, ନାଇଜର, ଆଇବରୀ କୋଷ୍ଟ ଏବଂ ସେନେଗଲର ପାସପୋର୍ଟର ରଂଗ ମଧ୍ୟ ସବୁଜ ।

ନୀଳ ରଂଗର ପାସପୋର୍ଟ

blue passport

ଏହି ରଂଗର ପାସପୋର୍ଟ ଦୁନିଆରେ ଅଧିକାଂଶ ଗଣତାନ୍ତ୍ରିକ ଦେଶ ମାନଙ୍କରେ ଦେଖାଯାଏ । ଦକ୍ଷିଣ ଭାରତର ଦେଶ ଯଥା ବ୍ରାଜିଲ,ଆର୍ଜେଟିନା ଏବଂ ପରାଗ୍ବେରେ ମଧ୍ୟ ପାସପୋର୍ଟର ରଙ୍ଗ ନୀଳ ହୋଇଥାଏ । ୧୦୭୬ ମସିହାରେ ଆମେରିକା ତାର ଦେଶର ନାଗରିକ ମାନଙ୍କ ପାଇଁ ନୀଳ ରଙ୍ଗର ପାସପୋର୍ଟ ବନାଇଥିଲେ ।

ଲାଲ ରଙ୍ଗର ପାସପୋର୍ଟ

red pasport

ଯେଉଁ ଦେଶର କମ୍ଯୁନିଷ୍ଟ ସରକାର ଅଛନ୍ତି ସେହି ଦେଶର ପାସପୋର୍ଟର ରଂଗ ଲାଲ କିମ୍ବା ମେରୁନ ହୋଇଥାଏ । ଏହି ରଂଗ ତାଙ୍କ ବିଚାର ଶକ୍ତି ସହିତ ମଧ୍ୟ ମେଳ ଖାଉଛି । ଚୀନ,ରୁସ,ସର୍ବିଆ,ଲାତ୍ବିଆ,ରୋମାନିଆ,ପୋଲୈଡ ଏବଂ ଜାର୍ଜିଆ ଭଳି ଦେଶରେ ପାସପୋର୍ଟର ରଂଗ ମଧ୍ୟ ଲାଲ ।

କଳା ରଂଗର ପାସପୋର୍ଟ

black passport

ଦୁନିଆରେ ବହୁତ ଦେଶରେ କଳା ରଂଗର ପାସପୋର୍ଟ ମଧ୍ୟ ପ୍ରଚଳିତ ହେଉଛି । ଏଙ୍ଗଲା,କନଗଣଊ,ମଲାମ୍ବୀ ,ଜାମ୍ବିଆ ,ବୁରୁଣ୍ଡି ଆଦି ଦେଶର ପାସପୋର୍ଟର ରଂଗ କଳା । ନିଉଜଲାଣ୍ଡର ପାସପୋର୍ଟର ରଂଗ ମଧ୍ୟ କଳା ।

ଭାରତରେ ଏହି ତିନି ପ୍ରକାରର ପାସ୍ପୋର୍ଟ ଦେଖିବାକୁ ମିଳିଥାଏ

ସାମାନ୍ୟ ପାସପୋର୍ଟ

ଏହି ପାସପୋର୍ଟ ସାଧାରଣ ଲୋକଙ୍କ ପାଇଁ ଜାରି କରାଯାଇଛି ଏବଂ ଏହାର ରଂଗ ନୀଳ । ଭାରତୀୟ ନାଗରିକ ଏହି ପାସ୍ପୋର୍ଟ ବିଷୟରେ ଜାଣିଥିଲେ ମଧ୍ୟ ଏହାକୁ ବାଦ ଦେଇ ଆଉ ଦୁଇଟି ରଂଗର ପାସପୋର୍ଟର ବନଯାଇଥାଏ ।

ଡିପ୍ଲୋମେଟିକ ପାସପୋର୍ଟ

ଏହି ପାସପୋର୍ଟ ଭାରତର ରାଜନୀତିଜ୍ଞ  ଯଥା ଯେଉଁମାନେ ଦେଶର ପ୍ରତିନିଧି ଭାବେ ଦେଶ ପାଇଁ ସେବା କରିଥାନ୍ତି ସେମାନଙ୍କ ପାଇଁ ଉପଲବ୍ଧ ହୋଇଥାଏ । ଏହି ପାସପୋର୍ଟର ରଂଗ ଲାଲ ।

ଅଫିସିଆଲ ପାସପୋର୍ଟ

ସରକାରି ଅଧିକାରୀମାନଙ୍କର ଜାରି ହେଉଥିବା ପାସପୋର୍ଟର ରଂଗ ଧଳା ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.