ଛତିଶଗଡ଼(କେନ୍ୟୁଜ୍) : ଛତିଶଗଡ଼ରେ ସୁରକ୍ଷାବାହିନୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ। ଏଥିରେ ୨ ଯବାନ ସହିଦ। ଛତିଶଗଡ଼ ବିଜାପୁର ପାମେଡ଼ ଜଙ୍ଗଲରେ ଗୁଳି ବିନିମୟରେ ମାଓବାଦୀଙ୍କ ଗୁଳିରେ ୨ ଯବାନ ସହିଦ ହୋଇଛନ୍ତି। ସହିଦ ଯବାନମାନେ କନେଷ୍ଟବଳ ଅରବିନ୍ଦ ମିଞ୍ଜ ଓ ଏଏସଆଇ ଶୁଖୁ ହାପକାବୋଲି ଜଣାପଡିଛି। ସେପଟେ ମହାରାଷ୍ଟ୍ରର ଗଡଚିରୌଲିରେ ଗୁଳି ବିନିମୟରେ ୨ମହିଳା ମାଓବାଦୀ ନିହତ ହୋଇଛନ୍ତି।