ବିବାହର ଦୁଇ ଦିନ ପରେ ସ୍ତ୍ରୀକୁ ହତ୍ୟା କରି ନିଜକୁ ଗୁଳିମାରିଲେ ସ୍ବାମୀ

ରାୱଲପେଣ୍ଡି : ପାକିସ୍ତାନର ପଞ୍ଜାବ ପ୍ରାନ୍ତର ରାୱଲପେଣ୍ଡି ଜିଲ୍ଲାରେ ଜଣେ ବ୍ୟକ୍ତି ବିବାହର ମାତ୍ର ଦୁଇ ଦିନ ମଧ୍ୟରେ ନିଜ ସ୍ତ୍ରୀକୁ ହତ୍ୟା କରିବା ପରେ ନିଜକୁ ଗୁଳିମାରି ଦେଇଛନ୍ତି। ଘଟଣାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଏନେଇ କୌଣସି ସୂଚନା ମିଳିନାହିଁ। ଆସନ୍ତୁ ଜାଣିବା କଣ ରହିଛି ସଂପୂର୍ଣ୍ଣ ଘଟଣା।

marriage

ମିଡିଆ ରିପୋର୍ଟ ମୁତାବକ, ମହମ୍ମଦ ରଜାକ ଗୁଜାର ନାମକ ଜଣେ ବ୍ୟକ୍ତିଙ୍କ ବିବାହ ତାଙ୍କର ଜଣେ ସଂପକୀୟ ଭଉଣୀଙ୍କ ସହ ଏପ୍ରିଲ ୨୫ ତାରିଖରେ ହୋଇଥିଲା। ବିବାହର ଠିକ୍ ଦୁଇ ଦିନପରେ ଅର୍ଥାତ୍ ଗତକାଲି ହଠାତ୍ ତାଙ୍କ ରୁମରୁ ଗୁଳି ଫୁଟିବାର ଶବ୍ଦ ଶୁଣାଯାଇଥିଲା। ଯାହାପରେ ଘରଲୋକ ଦୌଉଡି ଗଲାରୁ ସେଠାରେ ପୁଅ ଏବଂ ବୋହୁ ରକ୍ତ ଜୁଡ଼ୁବୁଡ ଅବସ୍ଥାରେ ପଡିଥିବାର ଦେଖିଥିଲେ। ଏହାପରେ ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦିଆଯାଇଥିବା ବେଳେ ଏବେ ଘଟଣାର ତଦନ୍ତ କରାଯାଉଛି।

ପ୍ରଥମସ୍ତରର ତଦନ୍ତରେ ଜଣାପଡିଛି, ମହମ୍ମଦ ପ୍ରଥମେ ତାଙ୍କ ସ୍ତ୍ରୀକୁ ହତ୍ୟା କରବା ପରେ ନିଜ ମୁଣ୍ଡରେ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଏହି ଲୋମହର୍ଷଣକାରୀ ଘଟଣା ପଛର କାରଣ ବର୍ତ୍ତମାନ ପର‌୍ୟ୍ୟନ୍ତ ଅସ୍ପଷ୍ଟ ରହିଛି।

Leave A Reply

Your email address will not be published.