ସହଜ ନୁହେଁ ସର୍ବଦା ଜନତାଙ୍କ ସେବାରେ ନିୟୋଜିତ ପୋଲିସଙ୍କ ଚାକିରି, ଦେଖନ୍ତୁ ଏହି ଭିଡିଓ ଭିଜିଯିବ ଆପଣଙ୍କ ଆଖି

ଦିନ ହେଉ ବା ରାତି । ହୋଲି ହେଉ ବି ଦିୱାଲି । କୌଣସି ଉତ୍ସବ ହେଉ ବା ପର୍ବ । ଦେଶର ଜନତାଙ୍କ ସୁରକ୍ଷା ପାଇଁ ସର୍ବଦା ନିୟୋଜିତ ଭାରତୀୟ ପୋଲିସ୍ । ମୁଣ୍ଡ ଫଟା ଖରା , ପ୍ରବଳ ଗରମ ଏବଂ ଧୂଳି ଧୂଆଁରେ ଏକ ମାତ୍ର ବର୍ଦ୍ଦି ହିଁ ଯିଏ ସର୍ବଦା ଥାଏ ଜନତାଙ୍କ ସାଥିରେ । ଖାକି ବର୍ଦ୍ଦିରେ ଥିବା ପୋଲିସ୍ ସର୍ବଦା ଥାଏ ଦେଶର ଜନତାର ସହ । ହେଲେ କେବେ ଭାବିଛନ୍ତି ଦିନ ରାତି ଜନତାଙ୍କ ସେବାରେ ନିୟୋଜିତ ଏହି ପୋଲିସ ନିଜ ପରିବାରଙ୍କୁ କେତେ ସମୟ ଦେଉଛନ୍ତି ? ଯଦି ଜାଣି ନାହାଁନ୍ତି ତେବେ ଏହାର ଏକ ଭିଡିଓ ଆମେ ଆପଣଙ୍କୁ ଦେଖାଇବୁ । ଯାହା ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ଏହା ସହ ପଢନ୍ତୁ କେବେ ଭାବିଛନ୍ତି ଭାରତୀୟ ପୋଲିସର ବର୍ଦ୍ଦି ଖାକି କାହିଁକି ? ଯଦି ଜାଣିନାହାଁନ୍ତି ତେବେ ପଢନ୍ତୁ ଉତ୍ତର

ଭିଡିଓରେ ଦେଖିବାକୁ ମିଳିଛି ଜଣେ ପୋଲିସକର୍ମୀ ଘରୁ ଅଫିସ୍ ଯାଉଛନ୍ତି । ଆଉ ସେହି ସମୟରେ ତାଙ୍କ ପିଲା ହଠାତ୍ ଆସି ତାଙ୍କ ଗୋଡ ଧରି ଜୋର ଜୋରରେ କାନ୍ଦି ଅଟକାଇବାକୁ ଚାହୁଁଛି । ଆଉ ନିଜର କାନ୍ଦୁଥିବା ପିଲାକୁ ଚୁପ୍ କରାଇବାକୁ ଯାଇ ପୋଲିସ୍ ଜଣକ କହୁଛନ୍ତି ପୁଅ ମୁଁ ଖୁବ୍ ଶୀଘ୍ର ଆସିଯିବି, ଡ୍ୟୁଟି କୁ ଯିବାକୁ ଦେ । ହେଲେ ପିଲାଟି ନା କାନ୍ଦିବା ବନ୍ଦ କରୁଛି ନା ବାପାଙ୍କୁ ଗୋଡ ଛାଡୁଛି । ଏପରିକି ପୋଲିସ୍ ଜଣକ ପିଲାକୁ ଉଠାଇ ଦେବା ପରେ ମଧ୍ୟ ଚୁପ୍ ହେଉନି ପିଲାଟି ଏବଂ ବାପାର ଗୋଡ ଧରି କାନ୍ଦି କାନ୍ଦି ଅଟକାଇବାକୁ ଚେଷ୍ଟା କରୁଛି ।

ଓଡିଶା ପୋଲିସ ମହାନିରୀକ୍ଷକ ଅରୁଣ ବୋଥରାଙ୍କ ଟୁଇଟର ଆକାଉଣ୍ଟରୁ ଏହି ଭିଡିଓ ସେୟାର୍ କରାଯାଇଛି । ଏହା ସହ ସେ ଲେଖିଛନ୍ତି , ପୋଲିସ୍ ଚାକିରିର ଏହା ସବୁଠାରୁ କଷ୍ଟ ସମୟ । ଲମ୍ବା ସମୟ ଯାଏଁ କାମ କରିବା ଯୋଗୁଁ ପୋଲିସ୍ କର୍ମଚାରୀଙ୍କୁ ଅନେକ ସମୟରେ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡିଥାଏ ।

୧ ମିନିଟ ୨୫ ସେକେଣ୍ଡର ଏହି ଭିଡିଓରେ ବାପା ପୁଅକୁ ବୁଝାଉଥିବାର ଏହି ଦୃଶ୍ୟ ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଥିବା ବେଳେ ଲୋକମାନଙ୍କୁ ମଧ୍ୟ ଖୁବ ପ୍ରଭାବିତ କରିଛି। ବହୁତ ଲୋକ ଏହି ଭିଡ଼ିଓକୁ ଅତ୍ୟନ୍ତ ଭାବନାତ୍ମକ ବୋଲି ମତ ଦେଇଥିବା ବେଳେ ଅନ୍ୟମାନେ ପୋଲିସଙ୍କୁ ନିଜର ଅଧ୍ୟବସାୟ ଓ କଠିନ ପରିଶ୍ରମ ପାଇଁ ଖୁବ ପ୍ରସଶଂସା କରିଛନ୍ତି। ଆମେ ଏ କଥା କାହିଁକି କହୁଛୁ ଆପଣ ଏ ଭିଡ଼ିଓ ଦେଖିଲେ ନିଶ୍ଚୟ ଜାଣି ପାରିବେ।

ବାସ୍ତବ ଜୀବନରେ ପୋଲିସ ଏବଂ ସୁରକ୍ଷାବଳଙ୍କୁ ଥଟ୍ଟା ପରିହାସ କରିବା ଏବଂ ସେମାନଙ୍କର ମଜାକ ଉଡାଇବା ଅତି ସହଜ ହୋଇଥିବା ବେଳେ ସେମାନଙ୍କର ଜୀବନର ଏହି ଅକୁହା କଥାକୁ ହୃଦୟଙ୍ଗମ କରିବା ବାସ୍ତବରେ ଅତ୍ୟନ୍ତ କଷ୍ଟସାଧ୍ୟ।

Leave A Reply

Your email address will not be published.