ବିବାହ ବେଦୀରେ PUBG ଖେଳୁଥିଲା ବର, ପାଖରେ ବସି ଦେଖୁଥିଲେ କନିଆଁ: ଭିଡିଓ ଭାଇରାଲ

ଦେଶରେ PUBG ଖେଳିବା ନେଇ ଲୋକଙ୍କ ମଧ୍ୟ ଖୁବ ଆଗ୍ରହ ଦେଖିବାକୁ ମିଳୁଛି। ବିଭିନ୍ନ ରାଜ୍ୟରେ ଏହାକୁ ବ୍ୟାନ କରାଯିବା ପରେ ମଧ୍ୟ ଲୋକଙ୍କ ମଧ୍ୟରେ ଏନେଇ କୌଣସି ସଚେତନତା ବଢ଼ିଥିବାର ଦେଖାଯାଉନାହିଁ। ଏହାର ଏକ ପ୍ରତ୍ୟକ୍ଷ ଉଦାହରଣ ଦେଖିବାକୁ ମିଳିଛି ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ। ଭିଡିଓରେ ଜଣେ ବର ନିଜ ବିବାହ ମଣ୍ଡପରେ PUBG ଖେଳୁଥିବା ନଜର ଆସିଥିବା ବେଳେ ତାଙ୍କ ପାଖରେ କନ୍ୟା ବସି ଏହାକୁ ଦେଖୁଛନ୍ତି।

ବିବାହ ସମସ୍ତଙ୍କ ଜୀବନର ଏକ ମହତ୍ତ୍ବପୂର୍ଣ୍ଣ ଅଂଶ ରହିଥାଏ। ଏଣୁ ସମସ୍ତେ ଏହାକୁ ଖାସ କରିବାକୁ ବିଭିନ୍ନ ଚେଷ୍ଟା କରିଥାନ୍ତି। କିନ୍ତୁ ଭାଇରାଲ ହେଉଥିବା ଏହି ଭିଡିଓରେ ବର ବେଦୀ ଉପରେ ବସିଥିବା ବେଳେ ତା ଆଖି ମୋବାଇଲ ସ୍କ୍ରିନ ଉପରୁ ଉଠୁନାହିଁ। କାରଣ ବର PUBG ଖେଳିବାରେ ଖୁବ ବ୍ୟସ୍ତ ରହିଛି।

https://www.facebook.com/Ishare4/videos/579163512603324/

ଭିଡିଓରେ ଦେଖିବାକୁ ମିଳିଛି, ଉତ୍ସବକୁ ଆସିଥିବା ଅତିଥି ବରବଧୂଙ୍କୁ ଅନେକ ପ୍ରକାରର ଉପହାର ଦେଉଛନ୍ତି । କିନ୍ତୁ ବର ତାହାକୁ ହଟାଇ ଦେଇ ମୋବାଇଲରେ ଖେଳ ଖେଳିବାରେ ବ୍ୟସ୍ତ ରହୁଛି। ଏହି ସମୟରେ ତାଙ୍କ ପାଖରେ ବସିଥିବା ସ୍ତ୍ରୀ କିଛି ନବୁଝି ମୋବାଇଲକୁ ଦେଖୁଥିବାର ନଜର ଆସିଛି। ଏଥିରୁ କୁହାଯାଇପାରିବ କେବଳ ଟିକଟୋକ ନୁହଁ ବରଂ PUBG ଗେମ୍ ମଧ୍ୟ ଭାରତର ଯୁବପିଢ଼ିଙ୍କ ଉପରେ ଖୁବ ପ୍ରଭାବ ପକାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.