ମହାରାଷ୍ଟ୍ର ଗଡ଼ଚିରୋଲିରେ ନକ୍ସଲଙ୍କ ତାଣ୍ଡବ। ଆଇଇଡି ବିସ୍ଫୋରଣରେ ୧୬ ଯବାନ ସହିଦ। ସି-୬୦ କମାଣ୍ଡୋ ଗାଡ଼ିକୁ ଟାର୍ଗେଟ କରି ବିସ୍ଫୋରଣ କରାଯାଇଛି। ଗଡ଼ଚିରୋଲିର କୁରଖୋ଼ଡା- କୋରଚି ରାସ୍ତାରେ ୧୬ଜଣ କମାଣ୍ଡୋଙ୍କୁ ନେଇ ଯାଉଥିବା ଗାଡ଼ିରେ ନକ୍ସଲମାନେ ଏହି ବିସ୍ଫୋରଣ ଘଟାଇଛନ୍ତି। ଗତ ୨ବର୍ଷରେ ମହାରାଷ୍ଟ୍ରରେ ଯବାନଙ୍କ ଉପରେ ନକ୍ସଲଙ୍କ ଏହା ବଡ଼ ଆକ୍ରମଣ। ଘଟଣାସ୍ଥଳରେ ସୁରକ୍ଷା କର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି।
ଗତବର୍ଷ ମଧ୍ୟ ସି-୬୦ କମାଣ୍ଡୋଙ୍କୁ ଟାର୍ଗେଟ କରି ଆକ୍ରମଣ କରିଥିଲେ ନକ୍ସଲ। ଯବାନଙ୍କ ପାଲଟା ଆକ୍ରମଣରେ ୪୦ ନକ୍ସଲ ନିପାତ ହୋଇଥିଲେ। ନକ୍ସଲଙ୍କ ବର୍ବରୋଚିତ ଆକ୍ରମଣକୁ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ। ଆକ୍ରମଣକୁ ନକ୍ସଲଙ୍କ କାପୁରୁଷତା ବୋଲି ସେ କହିଛନ୍ତି। ସେପଟେ ସ୍ଥିତି ଉପରେ ନଜର ରଖାଯାଇଥିବା କହିଛନ୍ତି ମହାରାଷ୍ଟ୍ର ଡିଜିପି ସୁବୋଧ ଜୟସ୍ୱାଲ। ବିନା କୌଣସି ଯବାନଙ୍କ କ୍ଷତିରେ ନକ୍ସଲଙ୍କ ଆକ୍ରମଣର ଉଚିତ ଜବାବ ଦିଆଯିବ ବୋଲି ସେ କହିଛନ୍ତି।
Strongly condemn the despicable attack on our security personnel in Gadchiroli, Maharashtra. I salute all the brave personnel. Their sacrifices will never be forgotten. My thoughts & solidarity are with the bereaved families. The perpetrators of such violence will not be spared.
— Chowkidar Narendra Modi (@narendramodi) May 1, 2019
ଦୁଇଟି ଗାଡି ପେଟ୍ରୋଲିଂ ପାଇଁ ବାହାରିଥିବା ବେଳେ ଏପରି ଅଘଟଣ ଘଟିଥିବା ଜଣାପଡିଛି। ଘଟଣାର ଖୁବ ଶୀଘ୍ର ପ୍ରତିଶୋଧ ନିଆଯିବ ବୋଲି ଡିଜିପି କହିଥିବା ବେଳେ ସହିଦଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।