ଓଡିଶାରେ ୮ଟି ଲୋକସଭା କ୍ଷେତ୍ରରେ ବିଜୟୀ ହୋଇଛି ବିଜେପି, କେନ୍ଦ୍ରମନ୍ତ୍ରୀ ହେବା ରେସରେ ଆଗରେ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ

କେନ୍ୟୁଜ୍ : ବିଜେପି ଓଡିଶାରେ ୮ଟି ଲୋକସଭା କ୍ଷେତ୍ରରେ ବିଜୟୀ ହୋଇଛି । ୩୦ତାରିଖରେ କେନ୍ଦ୍ରରେ ମୋଦି ସରକାର ଗଠନ ହେବ । ଓଡିଶାକୁ ଏହି ସରକାରରେ କେତେ ଗୁରୁତ୍ୱ ମିଳିବ । କେତେ ଜଣ ଓଡ଼ିଆ କେନ୍ଦ୍ର ମନ୍ତ୍ରୀ ହେବେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ମୋଟା ମୋଟି ଭାବେ କିଏ କେନ୍ଦ୍ର ମନ୍ତ୍ରୀ ହେବ ତାହା ପ୍ରଧାନମନ୍ତ୍ରୀ ନିଷ୍ପତି ନେବେ । ହେଲେ ଓଡିଶାରୁ ୮ଜଣ ସାଂସଦଙ୍କ ଦକ୍ଷତାକୁ ସବୁ ଦିଗରୁ ବିଚାର କରାଯାଇ ମନ୍ତ୍ରୀ କରାଯାଇ ପାରେ । ରେସରେ ଆଗରେ ଅଛନ୍ତି ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ ।

bjp (1)ସେହିପରି ସଙ୍ଗୀତା ସିଂହଦେଓ, ସୁରେଶ ପୂଜାରୀ, ପ୍ରତାପ ଷଡ଼ଙ୍ଗୀ ଓ ବସନ୍ତ ପଣ୍ଡାଙ୍କ ନାଁକୁ ନେଇ ଅଙ୍କକଷା ଚାଲିଛି । ୨୦୧୪ରେ ଓଡ଼ିଶାରୁ ଜିତିଥିଲେ ଜଣେ ବିଜେପି ସାଂସଦ । କିନ୍ତୁ ମୋଦି କ୍ୟାବିନେଟ୍‌ରେ ଥିଲେ ୨ ଓଡ଼ିଆ ମନ୍ତ୍ରୀ । ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.