ଯୁଗ ଯୁଗ ଧରି ଧରାପୃଷ୍ଠରେ ରହିଛନ୍ତି ହନୁମାନ, ଜାଣନ୍ତୁ କେମିତି ପୂଜା କଲେ ଶୀଘ୍ର ହେବେ ପ୍ରସନ୍ନ

ସନାତନ ପରମ୍ପରା ଅନୁଯାୟୀ କୌଣସି ବ୍ୟକ୍ତି ଯଦି ଶ୍ରଦ୍ଧା ଭାବନାରେ ପ୍ରଭୁ ହନୁମାନଙ୍କ ଆରାଧନା କରିଥାଏ ତେବେ ଖୁବ୍ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ବଜରଙ୍ଗବଲୀ । ହନୁମାନଙ୍କୁ ସବୁଠାରୁ ଶୀଘ୍ର ପ୍ରସନ୍ନ ହେଉଥିବା ଦେବତା କୁହାଯାଏ । ଶିବଙ୍କର ଅବତାର ତଥା ଭଗବାନ୍ ଶ୍ରୀରାମଙ୍କ ପରମ ଭକ୍ତ ହେଉଛନ୍ତି ହନୁମାନ । ଶାସ୍ତ୍ରାନୁସାରେ ବଜରଙ୍ଗବଲୀଙ୍କ ଉପାସକଙ୍କୁ କେବେ ବି ରାହୁ ଏବଂ ଶନିଦଶା ହୋଇନଥାଏ । ଏହା ହିଁ କାରଣ ଯେ ଦେଶର କୋଣ ଅନୁକୋଣରେ ହନୁମାନଙ୍କ ପବିତ୍ର ଧାମ ରହିଛି । ହନୁମାନଙ୍କ ଅଭୂତ ଶକ୍ତି ଏବଂ ଭକ୍ତି ସହ ଜଡିତ ଅନେକ ପବିତ୍ର ଧାମ ରହିଛି । ଯାହାର ଦର୍ଶନ ମାତ୍ରେ ସମସ୍ତ କଷ୍ଟ ଦୂର ହେବା ସହ ମନୋସ୍କାମନା ଦୂର ହୋଇଥାଏ ।

ସବୁ ଯୁଗରେ ଅଛନ୍ତି ବଜରଙ୍ଗବଲୀ :

hanumanସପ୍ତ ଚିରଞ୍ଜିବୀଙ୍କ ମଧ୍ୟରୁ ଜଣେ ହନୁମାନ ସବୁ ଯୁଗରେ ଧରିତ୍ରୀ ରହିଥାନ୍ତି । ଯେମିତି ରାମାୟଣରେ ରାମଙ୍କ ସେନାର ନେତୃତ୍ୱ ନେଇଥିଲେ ସେମିତି ମହାଭାରତରେ ମଧ୍ୟ ଭୀମଙ୍କ ସହ ହନୁମାନଙ୍କ ସାକ୍ଷାତ ପ୍ରସଙ୍ଗ ରହିଛି । ଭୀମଙ୍କ ସହ ହନୁମାନଙ୍କର ସେ ସମୟରେ ସାକ୍ଷାତ ହୋଇଥିଲା ଯେତେବେଳେ ମହାଭାରତ ଯୁଦ୍ଧର ସମ୍ଭାବନା ଆରମ୍ଭ ହୋଇଥିଲା । ସେ ସମୟରେ ଭୀମଙ୍କୁ ହନୁମାନ କଥା ଦେଇଥିଲେ ଯେ ଯୁଦ୍ଧ ସମୟରେ ଅର୍ଜୁନଙ୍କ ରଥରେ ରହି ବିଜୟୀ କରିବାରେ ସାହାଯ୍ୟ କରିବେ ।

ସବୁବେଳେ ଭକ୍ତଙ୍କୁ ରକ୍ଷା କରିଥାନ୍ତି :

ଏକମାତ୍ର ଦେବତା ହନୁମାନ ଯାହାଙ୍କ ନାମ ଜପ କରିବା ମାତ୍ରେ ସମସ୍ତ କଷ୍ଟ ଦୂର ହେବା ସମୟ ମନୋସ୍କାମନା ପୁରା ହୋଇଥାଏ । ହନୁମାନଙ୍କ ଭକ୍ତି ସବୁଠାରୁ ସରଳ ଏବଂ ଶୀଘ୍ର ଫଳ ପ୍ରଦାନକାରୀ । ଜୀବନରେ କେବେ ବି ଯଦି ଭୟ, ଭୂତ, ବାଧା ଆଦି ସମସ୍ୟା ହୁଏ ତେବେ ତୁରନ୍ତ ହନୁମାନଙ୍କୁ ସ୍ମରଣ କରନ୍ତୁ ନିଶ୍ଚୟ । ଶ୍ରଦ୍ଧା ଏବଂ ଭକ୍ତିରେ ସ୍ମରଣ କଲେ ନିଜ ଭକ୍ତଙ୍କ ପାଇଁ ଦୌଡି ଚାଲିଆସନ୍ତି ପ୍ରଭୁ ହନୁମାନ । ଧର୍ମର ମାର୍ଗରେ ଚାଲିଲେ ନିଜର ସମସ୍ତ ଭକ୍ତଙ୍କୁ ସାହାଯ୍ୟ କରନ୍ତି ହନୁମାନ ।

hanuman.ଯଦି ଆପଣ ସମସ୍ତ ପ୍ରକାର ସଙ୍କଟରେ ଘେରି ରହିଛନ୍ତି ଏବଂ ଯେତେ ଚେଷ୍ଟା କଲେ ମଧ୍ୟ କୌଣସି ସମାଧାନ ମିଳୁନାହିଁ । ଲକ୍ଷ ପ୍ରୟାସ ପରେ ବି ଜୀବନରେ ସୁଖ ଶାନ୍ତି ମିଳୁନାହିଁ ତେବେ ଏପରି ପରିସ୍ଥତିରେ କେବଳ ହନୁମାନଙ୍କର ସାଧନା – ଆରାଧନା ହିଁ ମୁକ୍ତି ଦେଇପାରିବ । ହନୁମାନଙ୍କ ଚରଣରେ ଶରଣ ଗଲେ ଆପଣଙ୍କ ସମସ୍ତ ସମସ୍ୟା ସମାପ୍ତ ହୋଇଯିବ ।

ହନୁମାନଙ୍କ କୃପା ପାଇବାର ସବୁଠାରୁ ସରଳ ଉପାୟ ହେଉଛି ହନୁମାନ ଚାଲିଶା । ବଜରଙ୍ଗବଲୀଙ୍କ ଗୁଣ ବଖାଣୁଥିବା ହନୁମାନ ଚାଲିଶା ପଢିଲେ ହନୁମାନଙ୍କ କୃପା ବର୍ଷିବା ସହ କୌଣସି ସମସ୍ୟା ହୋଇନଥାଏ । ହନୁମାନ ଚାଲିଶାର ପ୍ରତ୍ୟେକ ପଦ ହିଁ ଏକ ମହାମନ୍ତ୍ର । ଯାହାକୁ ପଢିବା ମାତ୍ରେ ସମସ୍ତ ବାଧା ବିଘ୍ନ ଏବଂ ସମସ୍ୟା ଦୂର ହେବା ସହ ବିଗିଡିଯାଇଥିବା କାମ ହୋଇଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.