ଅତି ଦୁଃଖଦ ଘଟଣା : ପାଞ୍ଚ ଝିଅଙ୍କୁ ନେଇ ମା’ର ଆତ୍ମହତ୍ୟା, ପାଣି ଟାଙ୍କି ଭିତରକୁ ଡେଇଁ ପଡ଼ିଲେ

ଜୟପୁର : ରାଜସ୍ଥାନର ବାରମାର ଜିଲ୍ଲା ଚୌହଟନ୍‌ ଟାଉନ୍‌ରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ଜଣେ ମହିଳା ତାଙ୍କର ୫ ଜଣ ପିଲାଙ୍କୁ ନେଇ ଏକ ପାଣି ଟାଙ୍କିକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ପାଞ୍ଚଜଣ ଯାକ ସମସ୍ତେ ଝିଅ । ମହିଳା ଜଣକ ପ୍ରଥମେ ୫ଟି ପିଲାଙ୍କୁ ପାଣି ଟାଙ୍କିରେ ପକାଇ ଦେଇଥିଲେ ଓ ତା ପରେ ନିଜେ ତା ଭିତରକୁ ଡେଇଁ ପଡ଼ିଥିଲେ ।
ପୋଲିସ୍‌ ଘଟଣାର ତଦନ୍ତ କରୁଛି । ଘରୋଇ କଳିରୁ ଏଭଳି ଘଟିଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ମୃତ ମହିଳାଙ୍କ ନାଁ ବନୁ ଦେବୀ । ବଡ଼ ଝିଅକୁ ୧୩ ବର୍ଷ ବୟସ ହୋଇଥିବା ବେଳେ ସବା ସାନ ଝିଅର ବୟସ ମାତ୍ର ତିନି ବର୍ଷ । ଏହି ଘଟଣା ସାରା ଅଞ୍ଚଳକୁ ସ୍ତବ୍‌ଧ କରି ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.