Below header

ବିବାହ ପରେ ପ୍ରେମିକ ସହ ଛୁ ମାରିଲେ କନ୍ଯା; ଶିଶୁପାଳ ହୋଇ ଫେରିଲା ବର

ବଲାଙ୍ଗିର (କେନ୍ୟୁଜ): ବଲାଙ୍ଗିର ବ୍ରାହହ୍ମଣ ପଡାକୁ ବାହା ହେବାକୁ ଆସି ଶିଶୁପାଳ ହୋଇ ଘରକୁ ଫେରିଛି ବର । ବାହାଘର ସରିବା ପରେ ଝିଅ ତା ପ୍ରେମିକ ସହ ଫେରାର ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ବଲାଙ୍ଗିର ସହର ର ବ୍ରାହହ୍ମଣ ପଡା ଠାରେ । ବର ପିନ୍ଧାଇଥିବା ସୁନା…

ପାକିସ୍ତାନର କରାଚି ପୋଲିସ ମୁଖ୍ୟାଳୟ ଉପରେ ଆତଙ୍କୀ ଘଟଣା : ୯ ମୃତ, ୧୮ ଆହତ

ନୂଆଦିଲ୍ଲୀ : ଆତଙ୍କବାଦୀ ଆକ୍ରମଣରେ ଥରିଲା ପାକିସ୍ତାନର କରାଚି । ପୋଲିସ ମୁଖ୍ୟାଳୟରେ ଆତ୍ମଘାତୀ ହମଲା । ଆଖିବୁଜା ଫାୟାରିଂ । ଆତଙ୍କବାଦୀ ଆକ୍ରମଣରେ ୯ ଜଣଙ୍କର ମୃତ୍ୟୁ ହୋଇଛି । ଏମାନଙ୍କ ଭିତରେ ଅଛନ୍ତି ୫ ଜଣ ଆତଙ୍କୀ । ଆହତ ହୋଇଛନ୍ତି ୧୮ ଜଣ । ପାଖାପାଖି ଚାରି ଘଣ୍ଟା ଧରି ଚାଲିଥିଲା…

ସ୍ଥିର ରହିଛି ପେଟ୍ରୋଲ ଦର, ଜାଣନ୍ତୁ ଆଜି କେତେ ଅଛି ଦାମ୍

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୦୩ ଟଙ୍କା ୧୯ ପଇସା ଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ବୃଦ୍ଧି ପାଇ ୯୪ ଟଙ୍କା ୭୬ ପଇସା ହୋଇଛି। ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬ ଟଙ୍କା ୭୨ ପଇସା ଓ…

ଭାରତୀୟ ବଜାରରେ ସାମାନ୍ୟ କମିଛି ସୁନା ଦର, ଜାଣନ୍ତୁ ଆଜି ଆପଣଙ୍କ ସହରରେ କେତେ ରହିଛି ଦାମ୍

ସୁନା କିଣିବାକୁ ଦୋକାନକୁ ଯିବା ପୂର୍ବରୁ ଏଠାରେ ପଢ଼ିନିଅନ୍ତୁ କେତେ ଅଛି ୧୦ ଗ୍ରାମ ପ୍ରତି ସୁନା ଦାମ୍। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୧,୪୬୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୬,୧୮୦ ଟଙ୍କା ଥିବା ଜଣାଯାଇଛି। ଓଡ଼ିଶା…

ଆଜି ମହାଶିବରାତ୍ରୀ : ରାଜ୍ୟର ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କର ଜମିଲାଣି ଭିଡ

ଭୁବନେଶ୍ୱର (କେନ୍ୟୁଜ): ଆଜି ମହାଶିବରାତ୍ରୀ । ଜାଗର ଯାତ୍ରା ପାଇଁ ଚଳଚଞ୍ଚଳ ଶୈବପୀଠ । ଓମ୍‌ ନମଃ ଶିବାୟ ଧ୍ୱନିରେ କମ୍ପୁଛି ଶିବାଳୟ । ଭୁବନେଶ୍ୱର ଶ୍ରୀଲିଙ୍ଗରାଜଙ୍କ ପୀଠରେ ଭକ୍ତିମୟ ପରିବେଶ । ରାତି ୧୦ଟାରେ ଉଠିବ ମହାଦୀପ । ସକାଳୁ ସକାଳୁ ଶ୍ରଦ୍ଧାଳୁ ଲିଙ୍ଗରାଜଙ୍କୁ ଦର୍ଶନ କରୁଛନ୍ତି ।…

ଆଇଆଇସିଙ୍କ ସହ ଧସ୍ତାଧସ୍ତି ଘଟଣା: ପ୍ରତିକ୍ରିୟା ରଖିଲେ ଜୟନାରାୟଣ ମିଶ୍ର; ଅତ୍ୟାଚାର ମୋ ଉପରେ ହେବ, ମୁଁ କାହିଁକି…

ଭୁବନେଶ୍ବର (କେନ୍ୟୁଜ): ଧନୁପାଲି ଥାନା ଆଇଆଇସିଙ୍କ ସହ ଧସ୍ତାଧସ୍ତି ଘଟଣା । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଜୟନାରାୟଣ ମିଶ୍ର । କହିଲେ ଅତ୍ୟାଚାର ମୋ ଉପରେ ହୋଇଛି, ମୁଁ କାହିଁକି କ୍ଷମା ପ୍ରାର୍ଥନା କରିବି ବୋଲି କହିଛନ୍ତି ଜୟ ନାରାୟଣ । ମୁଁ ଭୁଲ କରିନାହିଁ, ମୁଁ ଅନୁତପ୍ତ ନୁହେଁ । କଣ…

ମହିଳା IICଙ୍କୁ ମାଡ଼ ମାରିବା ଘଟଣା: ଜୟନାରାୟଣଙ୍କ ସରକାରୀ ବାସଭବନ ସମ୍ମୁଖରେ କିନ୍ନର ସମାଜ ପକ୍ଷରୁ ଜୋରଦାର ବିକ୍ଷୋଭ

ଭୁବନେଶ୍ୱର (କେନ୍ୟୁଜ); କ୍ଷମା ଓ ଇସ୍ତଫା ଦାବିରେ ବିରୋଧୀ ଦଳ ନେତା ଜୟ ନାରାୟଣଙ୍କ ଘର ଘେରିଲେ କିନ୍ନର। ବହୁ ସଂଖ୍ୟାରେ କିନ୍ନର ଭୁବନେଶ୍ୱର ସ୍ଥିତ ତାଙ୍କ କ୍ୱାର୍ଟର ସାମ୍ନାରେ ଘେରାଉ କରିବା ଜୟ ନାରାୟଣଙ୍କ ବିରୋଧରେ ନରବାଜି କରିଥିଲେ। ସମ୍ପୃକ୍ତ ମହିଳା ଆଇଆଇସିଙ୍କୁ କ୍ଷମା ମାଗିବା ସହ…

କମିଶନରେଟ୍‌ ପୋଲିସ ପରେ ଏବେ ଫିଟ୍ ହେବେ ଭିଜିଲାନ୍‌ସ କର୍ମଚାରୀ, ସ୍ୱାସ୍ଥ୍ୟ ସଚିବଙ୍କ ଘୋଷଣା

ଭୁବନେଶ୍ୱର (କେନ୍ୟୁଜ): କମିଶନରେଟ୍‌ ପୋଲିସ ପରେ ଭିଜିଲାନ୍‌ସ କର୍ମଚାରୀଙ୍କ ହେବ ସ୍ୱାସ୍ଥ୍ୟ ପରୀକ୍ଷା। ଭିଜିଲାନ୍ସ ମୁଖ୍ୟାଳୟ ଓ ସମସ୍ତ ଜିଲ୍ଲାରେ କାର୍ଯ୍ୟରତ ୩୫ ବର୍ଷରୁ ଅଧିକ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଏନେଇ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ…

ଓଡ଼ିଶାକୁ ଉତ୍ତରପ୍ରଦେଶ ଯାଏ ଲମ୍ବିଛି ନକଲି ଔଷଧର ଚେର, କାରବାରକୁ ରୋକିବାକୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ସଚିବ

(କେନ୍ୟୁଜ): ଓଡ଼ିଶାକୁ ଉତ୍ତରପ୍ରଦେଶ ଯାଏ ଲମ୍ବିଛି ନକଲି ଔଷଧର ଚେର । ଆଗକୁ କଡ଼ା ଆକ୍ସନ ହେବ । ଜୋରଦାର ହେବ ତଦନ୍ତ । ଏଥିପାଇଁ ଉତ୍ତରପ୍ରଦେଶ ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ । ଆନ୍ତଃରାଜ୍ୟ ନକଲି ଔଷଧ କାରବାର ରୋକିବା ଦିଗରେ ପଦକ୍ଷେପ…

ବିବାଦୀୟ ମନ୍ତବ୍ୟ ପଡିଲା ମହଙ୍ଗା : BCCI ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଲେ ଚେତନ ଶର୍ମା

ଇସ୍ତଫା ଦେଲେ ଚେତନ ଶର୍ମା । BCCI ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଇଛନ୍ତି । ବିସିସିଆଇ ସମ୍ପାଦ ଜୟ ଶାହଙ୍କ ପାଖକୁ ସେ ତାଙ୍କ ଇସ୍ତଫାପତ୍ର ପଠାଇଥିଲେ । ତାଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି ଜୟ ଶାହ । ଷ୍ଟିଂ ଅପରେସନ୍‌ରେ ଫସିଥିଲେ ବିସିସିଆଇ ଚୟନ କମିଟି ମୁଖ୍ୟ ଚେତନ ଶର୍ମା ।…

ରାସ୍ତା କଡରେ ଭାରସାମ୍ୟ ହରାଇ ଓଲଟିଲା ବାଇକ, ଜଣେ ମୃତ

କଣ୍ଟାମାଳ (କେନ୍ୟୁଜ); ବୌଦ୍ଧ ଜିଲ୍ଲାର ବାଉଁଶୁଣି ଥାନା ଅନ୍ତର୍ଗତ ୫୭ନଂ ଜାତୀୟ ରାଜପଥ ସିଙ୍ଗାରି ଛକ ନିକଟରେ ସଡକ ଦୁର୍ଘଟଣା । ଟାଇଞ୍ଜନର ରାସ୍ତା କଡରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ । ମୃତ ଯୁବକ ଜଣକ ହେଉଛନ୍ତି ତେଲିବନ୍ଧ ପଂଚାୟତ ଅନ୍ତର୍ଗତ ଆନନ୍ଦପୁର…

ସମ୍ପର୍କରେ କଳଙ୍କ : ସ୍ତ୍ରୀକୁ ଠେଙ୍ଗାରେ ମାରି ହତ୍ୟା କଲା ସ୍ୱାମୀ

ରାୟଗଡ଼ା : ସ୍ୱାମୀ ସ୍ତ୍ରୀ ସମ୍ପର୍କରେ କଳଙ୍କ। ସ୍ତ୍ରୀକୁ ଠେଙ୍ଗାରେ ମାରି ହତ୍ୟା କଲା ସ୍ୱାମୀ। ସ୍ୱାମୀ ସହ ଦୁଇ ଜଣକୁ ଅଟକ ରଖିଛି ପୋଲିସ। ଟିକିରି ଥାନା ଅନ୍ତର୍ଗତ ଡି. କରଳ ଗ୍ରାମରେ ଘଟିଛି ଏଭଳି ଘଟଣା। ମୃତକ ଶାପାଇ ମାଝିଙ୍କ ଶବ ଜବତ କରିବା ସହିତ ଅଭିଯୁକ୍ତ ସ୍ୱାମୀ ମାଲିକି ମାଝିକୁ…