Appleର ଇଲେକଟ୍ରିକ୍‌ କାରର ଲୁକ୍‌ ଦେଖିଲେ ଉଡିଯିବ ଆପଣଙ୍କ ହୋସ୍‌, ଫଟୋ କଲା ଲୋକଙ୍କୁ ଦିଓ୍ଵାନା

ବହୁତ ଜଲଦି ଆପଲ୍‌ ଆଣୁଛି ନିଜର ଇଲେକଟ୍ରିକ୍‌ କାର। ସେଥିପାଇଁ କମ୍ପାନୀ ପୂରା ଜୋର ସୋରରେ ପ୍ରସ୍ତୁତି ଚଳାଇଛି। କିନ୍ତୁ ଏହି କାରର ଡିଜାଇନ, ସ୍ପେସିଫିକେସନ, ଲଞ୍ଚ୍‌ ତାରିଖ ଏବଂ ଆହୁରି ବହୁତ କିଛି ବିଷୟରେ ଏବେ ସୁଦ୍ଧା ଅଧିକ କିଛି ସୂଚନା ମିଳିନାହିଁ। ତେବେ ଏହାରି ଭିତରେ କାରକୁ ଦେଖାଉଥିବା ନୂଆ ରେଣ୍ଡର ଅନଲାଇନ୍‌ ସାମ୍ନାକୁ ଆସିଛି। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ରେଣ୍ଡର ବିଶୁଦ୍ଧା ଭାବରେ କାଳ୍ପନିକ ଅଟେ ଏବଂ ଏହାକୁ ବାସ୍‌ କେବଳ କାଳ୍ପନିକ ଭାବରେ ଡିଜାଇନ୍‌ କରାଯାଇଛି ଯେ କାରଟି କେମିତି ଦେଖାଯିବ।

apple carତେବେ ଏଠାରେ ଯେଉଁ ଚିତ୍ର ଆମେ ଆପଣଙ୍କୁ ଦେଖାଉଛୁ ତାହା କେବଳ ସମ୍ଭାବିତ ଡିଜାଇନ୍‌। ଓ୍ଵାନରାମା ନାମକ ଏକ କାର କମ୍ପାନୀ ଆପଲ୍‌ ଇଲେକଟ୍ରିକ କାରର ରେଣ୍ଡର ତିଆରି କରିଛି। ଯେଉଁଥିରେ ସମ୍ଭାବନା କରାଯାଉଛି ଯେ ଆପଲର କାର ର ଡିଜାଇନ୍‌ ଏପରି ହୋଇପାରେ।

ଫଟୋକୁ ଦେଖି ଲାଗୁଛି କାରର ପାର୍ଟସ ବହୁତ ସ୍ମଥ୍‌। କାରର ସମ୍ପୂର୍ଣ୍ଣ ବଡି ଏକ ସିଙ୍ଗଲ ପ୍ୟାନେଲ ଲାଗୁଛି। ଏହି ଫଟୋରେ ବଡ ଚକା, ରିଟ୍ରାକଟେବଲ ଡୋର ହ୍ୟାଣ୍ଡେଲ୍ସ ଏବଂ ନୋ ଡୋର ପିଲର ନଜର ଆସୁଛି।

car ଏ ଫଟୋକୁ ଦେଖିଲେ ଅନୁମାନ କରାଯାଉଛି ଯେ ଏହି କାରରେ ଷ୍ଟ୍ୟୟରିଙ୍ଗ ସହିତ ସାଇଡରେ ପ୍ୟାଡେଲ, ସ୍ଲିକ ଏବଂ ସ୍ମାର୍ଟ ଗିୟର ରହିଛି। ପୂରା ଡ୍ୟାସବୋର୍ଡରେ ଏକ ସିଙ୍ଗଲ ଡିସପ୍ଲେ ମଧ୍ୟ ଚାଲୁଛି। ଯେଉଁଠି ସ୍ପିଡୋମିଟର, କାର ଡିଟେଲ୍ସ, ମ୍ୟାପ୍ସ, ମ୍ୟୁଜିକ, ଆପ୍ସ ସବୁ ମହଜୁଦ ରହିପାରିବ।

ଏହି ଡିଜାଇନରେ କାର ଭିତରେ ଚାରୋଟି ମୁଭିଙ୍ଗ୍‌ ସିଟ୍‌ ଦେଖାଯାଉଛି। ଯାହା କାରର ସେଲ୍ଫ ଡ୍ରାଇଭ କରିବାରେ ଅକ୍ଷମ ହେବା ପରିସ୍ଥିତିରେ କାମରେ ଆସିବ। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆପଲ ନିଜର ଏହି କାରକୁ ନେଇ କୌଣସି ସୂଚନା ଦେଇନାହିଁ। ତଥାପି କୁହାଯାଉଛି ୨୦୧୫ ବେଳକୁ କମ୍ପାନୀ ଏହି କାରକୁ ନେଇ ଘୋଷଣା କରିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.