ସେଣ୍ଟ୍ରାଲ ବ୍ୟାଙ୍କରେ ଖାଲି ପଡ଼ିଛି ଅନେକ ପଦବୀ, ୭ମ ପାସ୍‌ ପିଲା ବି କରିପାରିବେ ଆବେଦନ

ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଖାଲି ପଡ଼ିଛି ଅନେକ ପଦ ପଦବୀ। ଏ ନେଇ ସେଣ୍ଟ୍ରାଲ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନୋଟିଫିକେସନ୍‌ ମୁତାବକ, ବ୍ୟାଙ୍କରେ ଏଫ୍‌ଏଲ୍‌ସିସି ଇନ୍‌ଚାର୍ଜ, ଆଟେଣ୍ଡର, ଚୌକିଦାର, ମାଳୀ ଓ ଅଫିସ ଆସିଷ୍ଟାଣ୍ଟ ପଦ ଖାଲି ପଡ଼ିଛି। ଏହି ପଦ ପାଇଁ ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀ ଫେବ୍ରୁଆରୀ ୧୫ ପୂର୍ବରୁ ଆପ୍ଲାଏ କରିପାରିବେ।

ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ନିଯୁକ୍ତି ପାଇଁ ବୟସ ସୀମା:

୧୮ ବର୍ଷରୁ ୬୪ ବର୍ଷ

ଶିକ୍ଷାଗତ ଯୋଗ୍ୟତା:

୭ମ ପାସ୍‌ଠାରୁ ଆରମ୍ଭ କରି ସ୍ନାତକ ପର୍ଯ୍ୟନ୍ତ

ଆବେଦନ ଶୁଳ୍କ:

କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ

ଦରମା:

ଚୟନିତ ପ୍ରାର୍ଥୀଙ୍କୁ ମାସିକ ୬୦୦୦ରୁ ୧୫,୦୦୦ ଟଙ୍କା ଦରମା ମିଳିବ

ଚୟନ ପ୍ରକ୍ରିୟା:

ସାକ୍ଷାତକାର/ କୌଶଳ ପରୀକ୍ଷା

ଆବେଦନର ଶେଷ ତାରିଖ:

୧୫ ଫେବ୍ରୁଆରୀ ୨୦୨୨

ଏମିତି କରନ୍ତୁ ଆବେଦନ:

  • ପ୍ରଥମେ ସେଣ୍ଟ୍ରାଲ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆର ଅଫିସିଆଲ ୱେବ୍‌ସାଇଟ୍‌ centralbankofindia.co.in କୁ ଯାଆନ୍ତୁ।
  • ଏବେ କ୍ୟାରିୟର ପେଜ୍‌କୁ ଯାଆନ୍ତୁ ଓ ଜବ୍‌ ଓପନିଂ ଖୋଲନ୍ତୁ।
  • କିମ୍ବା ଏହି ପେଜ୍‌ରେ ଦିଆଯାଇଥିବା ଲିଙ୍କ୍‌କୁ କ୍ଲିକ୍‌ କରନ୍ତୁ।
  • ଏଠାରେ ଆପଣଙ୍କୁ ଆପ୍ଲିକେସନ୍‌ ଲୋଡ୍‌ କରିବାକୁ ହେବ।
  • ଆବେଦନ ପତ୍ର ଭରନ୍ତୁ ଓ ଅଧିସୂଚନାରେ ଦିଆଯାଇଥିବା ଠିକଣାକୁ ପଠାନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.