କ୍ୟାବିନେଟ ବୈଠକରେ ଲାଗିଲା ମୋହର, କେନ୍ଦ୍ରୀୟ ର୍କଚରାରୀଙ୍କ ବଢ଼ିଲା ୪% ମହଙ୍ଗା ଭତ୍ତା

କେନ୍ଦ୍ରୀୟ କର୍ମଚାରୀଙ୍କୁ ମୋଦି ସରକାରଙ୍କ ତରଫରୁ ମିଳିଛି ବଡ଼ ଗିଫ୍ଟ। ମହଙ୍ଗା ଭତ୍ତାକୁ ୪% ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ଉପରେ ମୋହର ଲାଗିଛି। ଏହାପରେ ମହଙ୍ଗା ଭତ୍ତା ୩୮% ରୁ ବଢ଼ି ୪୨% ହୋଇଛି।

କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀମାନଙ୍କ ପାଇଁ ଆସିଲା ବଡ଼ ଖୁସିଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀମାନଙ୍କ ପାଇଁ ମହଙ୍ଗା ଭତ୍ତା ବା ଡିଏ ରେ ବୃଦ୍ଧି କରିବାକୁ ଘୋଷଣା କରାଯାଇଛି । ମହଙ୍ଗା ଭତ୍ତାକୁ ୩୮ ପ୍ରତିଶତରୁ ୪୨%କୁ ବୃଦ୍ଧି କରାଯାଇଛି । ମୋଦୀ ସରକାରଙ୍କ ଏହି ନିଷ୍ପତ୍ତିରେ କୋଟି କୋଟି ପେନସନଭୋଗୀ ଓ କେନ୍ଦ୍ର କର୍ମଚାରୀମାନେ ଉପକୃତ ହେବେ । ପ୍ରତିବର୍ଷ ମାର୍ଚ୍ଚ ମାସରେ କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀମାନଙ୍କ ମହଙ୍ଗା ଭତ୍ତାକୁ ବୃଦ୍ଧି କରାଇଥାନ୍ତି କେନ୍ଦ୍ର ସରକାର, ଯାହାଦ୍ୱାରା ତାଙ୍କୁ ମହଙ୍ଗା ମାଡରୁ ଆଶ୍ୱସ୍ତି ମିଳିଥାଏ ।

କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ଏହାଦ୍ୱାରା ସରକାରଙ୍କ ଉପରେ ୧୨,୮୧୫ କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ। ସେହିପରି ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ୨୦୨୩ ଜାନୁଆରୀ ୧ରୁ ଲାଗୁ ହେବ। ନୂଆ ନିଷ୍ପତ୍ତି ଦ୍ୱାରା କେନ୍ଦ୍ରର କାର୍ଯ୍ୟରତ ୪୭.୫୮ ଲକ୍ଷ କର୍ମଚାରୀ ଓ ୬୯.୭୬ ଲକ୍ଷ ପେନସନ ଭୋଗୀ ଲାଭବାନ ହେବେ । ୭ମ ବେତନ କମିଶନ ଆଧାରରେ ଏପରି ବୃଦ୍ଧି କରାଯାଇଥିବା ବୋଲି ସେ ସୂଚନା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ ୧ କୋଟିରୁ ଉର୍ଦ୍ଧ୍ୱ କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ୩୮ ପ୍ରତିଶତରେ ୪ % ବୃଦ୍ଧି କରି ୪୨ ପ୍ରତିଶତ କରାଯାଇଛି ।

କେନ୍ଦ୍ରୀୟ କର୍ମଚାରୀଙ୍କ ପ୍ରିୟତା ଭତ୍ତା ବୃଦ୍ଧି ଏବଂ ପେନସନଭୋଗୀଙ୍କ ମହଙ୍ଗା ରିଲିଫ୍ ୧ ଜାନୁଆରୀ ୨୦୨୩ ଠାରୁ ଲାଗୁ ବୋଲି ବିବେଚନା କରାଯିବ । ଅର୍ଥାତ୍ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ଏବଂ ମହଙ୍ଗା ରିଲିଫ୍ ବୃଦ୍ଧି ନିଷ୍ପତ୍ତି ପରେ ସରକାରଙ୍କ ଖର୍ଚ୍ଚ ବାର୍ଷିକ ୧୨,୮୧୫.୬୦ କୋଟି ଟଙ୍କା ବଢ଼ିଯିବ । ଏହି ନିଷ୍ପତ୍ତି ୪୭.୫୮ ଲକ୍ଷ କର୍ମଚାରୀ ଏବଂ ୬୯.୭୬ ଲକ୍ଷ ପେନସନଭୋଗୀଙ୍କୁ ଉପକୃତ କରିବ । ସପ୍ତମ ବେତନ ଆୟୋଗର ସୁପାରିଶ ଆଧାରରେ ସ୍ଥିର ହୋଇଥିବା ସୂତ୍ର ଆଧାରରେ ଏହି ବୃଦ୍ଧି କରାଯାଇଛି ।

ଆପଣଙ୍କୁ କହି ରଖୁଛୁ ଯେ, ଯଦି ଜଣେ କର୍ମଚାରୀଙ୍କ ବେସିକ୍ ଦରମା ୧୮,୦୦୦ ଟଙ୍କା, ତା’ହେଲେ ତାଙ୍କ ବେତନରେ ମାସକୁ ୭୨୯ ଟଙ୍କା ବୃଦ୍ଧି ହେବ । ଅର୍ଥାତ୍ କର୍ମଚାରୀଙ୍କ ବାର୍ଷିକ ବେତନରେ ୮,୬୪୦ ଟଙ୍କା ବୃଦ୍ଧି ହେବ । ଅନ୍ୟପକ୍ଷରେ, ଯଦି କର୍ମଚାରୀଙ୍କ ବେତନ ମାସକୁ ୫୬,୯୦୦ ଟଙ୍କା, ତା’ହେଲେ ସେମାନଙ୍କ ଦରମା ମାସିକ ୨୨୭୬ ଟଙ୍କା ବୃଦ୍ଧି ପାଇବ । ଅର୍ଥାତ୍ ବାର୍ଷିକ ବେତନ ୨୭,୩୧୨ ଟଙ୍କା ବୃଦ୍ଧି ପାଇବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.