ଅକ୍ଟୋବର ୧ରୁ ବନ୍ଦ ହୋଇଯିବ ଏହି ୩ଟି ବ୍ୟାଙ୍କର ଚେକ୍‌ବୁକ୍‌, ନୂଆ ପାଇଁ ଆଜି ହିଁ କରନ୍ତୁ ଆବେଦନ

ଅକ୍ଟୋବର ପହିଲାରୁ ଅଚଳ ହୋଇଯିବ ୩ଟି ବ୍ୟାଙ୍କର ଚେକ୍‌ବୁକ୍‌ ଓ MICR କୋଡ୍‌। ଏଣୁ ଅକ୍ଟୋବର ପୂର୍ବରୁ ହିଁ ଚେକ୍‌ବୁକ୍‌ ବଦଳାଇ ଦେବାକୁ ବ୍ୟାଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହି ୩ଟି ବ୍ୟାଙ୍କ ହେଉଛନ୍ତି ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସ(OBC), ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(United Bank of India) ଓ ଆହ୍ଲାବାଦ ବ୍ୟାଙ୍କ(Allahabad Bank)।

ସୂଚନାଯୋଗ୍ୟ ଯେ ୧ ଏପ୍ରିଲ ୨୦୨୦ରେ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସ ଓ ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସହ ସମିଶ୍ରଣ ହୋଇଥିଲା। ଏହି ଦୁଇଟି ବ୍ୟାଙ୍କର ଗ୍ରାହକଙ୍କ ଠାରୁ ଆରମ୍ଭ କରି ବ୍ରାଞ୍ଚ ପର୍ଯ୍ୟନ୍ତ ଏବେ ସବୁ କିଛି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର। ସେହିପରି ଆହ୍ଲାବାଦ ବ୍ୟାଙ୍କ ମଧ୍ୟ ଇଣ୍ଡିଆନ୍‌ ବ୍ୟାଙ୍କ ସହ ମିଶିଛି। ଏପ୍ରିଲ ପହିଲାରୁ ଏହା କାର୍ଯ୍ୟକ୍ଷମ ହୋଇଛି।

ଇଣ୍ଡିଆନ୍‌ ବ୍ୟାଙ୍କ ଗତ କିଛି ଦିନ ତଳେ ଏକ ଟ୍ଵିଟ୍‌ରେ ସୂଚନା ଦେଇଥିଲା ଯେ ପୂର୍ବବର୍ତ୍ତୀ ଆହ୍ଲାବାଦର MICR କୋଡ୍‌ ଓ ଚେକ୍‌ବୁକ୍‌ କେବଳ ୩୦ ସେପ୍ଟେମ୍ବର ୨୦୨୧ ଯାଏଁ ବୈଧ। ବିନା କୌଣସି ପ୍ରତିବନ୍ଧକରେ ବ୍ୟାଙ୍କିଂ ଟ୍ରାନ୍‌ଜାକସନ୍‌ ଜାରି ରଖିବା ପାଇଁ ଗ୍ରାହକ ୧ ଅକ୍ଟୋବର ୨୦୨୧ ପୂର୍ବରୁ ନୂଆ ଚେକ୍‌ବୁକ୍‌ କରିନିଅନ୍ତୁ। ଗ୍ରାହକ ନିଜ ନିକଟତମ ବ୍ୟାଞ୍ଚ୍‌ରୁ ଏହି ଚେକ୍‌ବୁକ୍‌ ପାଇପାରିବେ। ଏହା ବ୍ୟତୀତ ଇଣ୍ଟରନେଟ୍‌ ବ୍ୟାଙ୍କିଂ କିମ୍ବା ମୋବାଇଲ ବ୍ୟାଙ୍କିଂ ମାଧ୍ୟମରେ ବି ଆପ୍ଲାଏ କରିପାରିବେ।

Leave A Reply

Your email address will not be published.