ଟଙ୍କାକୁ କରନ୍ତୁ ଡବଲ, ଜାଣନ୍ତୁ ପୋଷ୍ଟ ଅଫିସର ଏହି ୯ଟି ସ୍କିମ୍‌ ଯେଉଁଠି ଟଙ୍କା ହୁଏ ଡବଲ

ନୂଆଦିଲ୍ଲୀ :  ଭାରତୀୟ ପୋଷ୍ଟ ଅଫିସ ଏମିତି କିଛି ଯୋଜନା ଆଣିଛି ଯେଉଁଥିରେ ଆପଣ ଟଙ୍କା ରଖିଲେ ଏହା ଡବଲ ହୋଇଥାଏ । ସମସ୍ତେ ଚାହାଁନ୍ତି ନିଜ ଟଙ୍କା ସୁରକ୍ଷିତ ରହିବା ସହ ଯେପରି ଅଧିକ ଲାଭ ଦେଉଥିବ । ଭାରତୀୟ ପୋଷ୍ଟ ବିଭାଗ ଉପଭୋକ୍ତାଙ୍କ ପାଇଁ ଏମିତି କିଛି ସୁବିଧା ଦେଇଛି । ଯାହା ଆପଣଙ୍କ ଟଙ୍କାକୁ ସୁରକ୍ଷିତ ରଖିବା ସହ ଡବଲ ବି କରିଥାଏ । ଆସନ୍ତୁ ଜାଣିବା କିଛି ଯୋଜନା ସମ୍ପର୍କରେ ଯେଉଁଠି ଟଙ୍କା ସୁରକ୍ଷିତ ରହିବା ସହ ଭଲ ରିଟର୍ଣ୍ଣ ବି ଦେଇଥାଏ ।

 

 

postal scheme
photo credit: patrika.com

 

୧. ପୋଷ୍ଟ ଅଫିସ ସୁକନ୍ୟା ସମୃଦ୍ଧି ସ୍କିମ : ଏହି ଯୋଜନାରେ ସବୁଠୁ ଅଧିକ ୭.୬ ପ୍ରତିଶତ ବାର୍ଷିକ ସୁଧ ମିଳିଥାଏ । ପିଲାଙ୍କ ପାଇଁ ଏହି ସ୍କିମରେ ଟଙ୍କା ଡବଲ ହେବା ପାଇଁ ୯ ବର୍ଷ ୫ ମାସ ଲାଗିଥାଏ ।

୨. ପୋଷ୍ଟ ଅଫିସ୍‌ ସିନିୟର ସିଟିଜେନ୍‌ ସ୍କିମ୍‌ : ପୋଷ୍ଟ ଅଫିସ ସିନିୟର ସିଟିଜେନ ସେଭିଂ ସ୍କିମରେ ୭.୪ ପ୍ରତିଶତ ବାର୍ଷିକ ସୁଧ ମିଳିଥାଏ ।ଏହି ସ୍କିମରେ ଟଙ୍କା ଡବଲ ହେବା ପାଇଁ ୯ ବର୍ଷ ୭ ମାସ ଲାଗିଥାଏ ।

୩. ପୋଷ୍ଟ ଅଫିସ କିସାନ ବିକାଶ ପତ୍ର ସ୍କିମ : ପୋଷ୍ଟ ଅଫିସ କିସାନ ବିକାଶ ପତ୍ର ସ୍କିମରେ ୬.୯ ପ୍ରତିଶତ ବାର୍ଷିକ ସୁଧ ମିଳିଥାଏ ।ଏହି ସ୍କିମରେ ଟଙ୍କା ଡବଲ ହେବା ପାଇଁ ୧୦ ବର୍ଷ ୪ ମାସ ଲାଗିଥାଏ ।

୪. ପୋଷ୍ଟ ଅଫିସ ନେସନାଲ୍‌ ସେଭିଂ ସାର୍ଟିଫିକେଟ ସ୍କିମ : ପୋଷ୍ଟ ଅଫିସ କିସାନ ବିକାଶ ପତ୍ର ସ୍କିମରେ ୬.୮ ପ୍ରତିଶତ ବାର୍ଷିକ ସୁଧ ମିଳିଥାଏ । ଏହି ସ୍କିମରେ ଟଙ୍କା ଡବଲ ହେବା ପାଇଁ ୧୦ ବର୍ଷ ୫ ମାସ ଲାଗିଥାଏ ।

୫. ପୋଷ୍ଟ ଅଫିସ ଟାଇମ ଡିପୋଜିଟ୍‌ ସ୍କିମ : ପୋଷ୍ଟ ଅଫିସ କିସାନ ବିକାଶ ପତ୍ର ସ୍କିମରେ ୧ ବର୍ଷରୁ ୩ ବର୍ଷ ପାଇଁ ଡିପୋଜିଟ ଉପରେ ୫.୫ ପ୍ରତିଶତ ବାର୍ଷିକ ସୁଧ ମିଳିଥାଏ ।ଏହି ସ୍କିମରେ ଟଙ୍କା ଡବଲ ହେବା ପାଇଁ ୧୩ ବର୍ଷ ସମୟ ଲାଗିଥାଏ । ୫ ବର୍ଷର ଡିପୋଜିଟ ଉପରେ ୬.୭ ପ୍ରତିଶତ ବାର୍ଷିକ ସୁଧ ମିଳିଥାଏ । ଏହି ସ୍କିମରେ ଟଙ୍କା ଡବଲ ହେବା ପାଇଁ ୧୦ ବର୍ଷ ୮ ମାସ ଲାଗିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.