୧୦ମ ପାସ୍‌ କିମ୍ବା ସ୍ନାତକ କରିଥିଲେ ତୁରନ୍ତ କରନ୍ତୁ ଆବେଦନ, DRDO ରେ ୧୦୦୦ରୁ ଅଧିକ ପଦବୀ ଖାଲି

ଡିଆରଡିଓ ସେଣ୍ଟର ଫର ପର୍ସନାଲ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟରେ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ସୁଯୋଗ । ଏହି ସଂସ୍ଥାରେ ବମ୍ପର ଭର୍ତ୍ତି ପାଇଁ ଆବେଦନ ପତ୍ର ଗ୍ରହଣ କରୁଛି । ଯେଉଁଥିପାଇଁ ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେଉଛି। ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ଡିଆରଡିଓର ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଏଠାରେ ୧୦୬୧ ପଦବୀ ଖାଲିପଡିଛି।

ପଦବୀ ବିବରଣୀ : ୧୦୬୧

ଆଡମିନିଷ୍ଟ୍ରେଟିଭ ଆସିଷ୍ଟାଣ୍ଟ : ୨୫୦
ଷ୍ଟେନୋଗ୍ରାଫର ଗ୍ରେଡ-୧ : ୨୧୫
ଗାଡି ଅପରେଟର : ୧୪୫
ଷ୍ଟୋର ଆସିଷ୍ଟାଣ୍ଟ : ୧୩୪
ଷ୍ଟେନୋଗ୍ରାଫର ଗ୍ରେଡ-୨: ୧୨୩
ଫାୟାରମ୍ୟାନ୍‌ : ୮୬
ସକ୍ୟୁରିଟି ଆସିଷ୍ଟାଣ୍ଟ ଏ : ୪୧
ଜୁନିଅର ଟ୍ରାନ୍ସଲେସନ ଅଫିସର : ୩୩
ଫାୟାର ଇଂଜିନ ଡ୍ରାଇଭର : ୧୮
ଆଡମିନିଷ୍ଟ୍ରେଟିଭ ଆସିଷ୍ଟାଣ୍ଟ (ହିନ୍ଦୀ) : ୧୨
ଷ୍ଟୋର ଆସିଷ୍ଟାଣ୍ଟ (ହିନ୍ଦୀ) : ୪

ଶିକ୍ଷାଗତ ଯୋଗ୍ୟତା :

ଏହି ପଦବୀରେ ଆବେଦନ କରୁଥିବା ପ୍ରାର୍ଥୀଙ୍କୁ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ସଂସ୍ଥାରୁ ଇଣ୍ଟରମିଡିଏଡ, ସ୍ନାତକ କିମ୍ବା ଏହା ସମକକ୍ଷ ପାଠ ପଢିଥିବା ଜରୁରୀ। ପ୍ରାର୍ଥୀଙ୍କୁ ଇଂଲିଶ ଏବଂ ହିନ୍ଦୀରେ ଟାଇପିଂ ଜାଣିଥିବା ଜରୁରୀ।

ବୟସ ସୀମା :

ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ ୧୮ରୁ ସର୍ବାଧିକ ୩୦ ବର୍ଷ ହେବା ଜରୁରୀ।

ଆବେଦନ ଶୁଳ୍କ : ସାଧାରଣ ବର୍ଗ ୧୦୦ ଟଙ୍କା ଆବେଦନ ଶୁଳ୍କ ଭରିବେ। ସେହିପରି ଅନୁସୂଚିତ ଜାତି/ ଜନଜାତି/PWD/ESM/ମହିଳା ପ୍ରାର୍ଥୀଙ୍କୁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ।

ମାସିକ ଦରମା : ଚୟନ ହେବା ପ୍ରାର୍ଥୀଙ୍କୁ ୧୯,୦୦୦ରୁ ୧,୧୨,୪୦୦ ଟଙ୍କା ମାସିକ ଦେବାକୁ ହେବ।

କେମିତି ହେବ ଚୟନ :

ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଆଧାରରେ ହେବ।

କେମିତି କରିବେ ଆବେଦନ : ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି। ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ www.drdo.gov.in କୁ ଯାଇ ଆବେଦନ କରିପାରିବେ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://www.drdo.gov.in/sites/default/files/career-vacancy-documents/ceptam_jrf_2022.pdf

 

Also Read : ଇଫକୋ ଓଡିଶାରେ ଆସିଷ୍ଟାଣ୍ଟ ଟ୍ରେନି ପଦବୀ ଖାଲି, ମାସକୁ ଦରମା ୬୪ ହଜାର ଟଙ୍କା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.