Below header

TikTok ସହ ସମସ୍ତ ଭିଡ଼ିଓ ଆପକୁ ଟକ୍କର ଦେବ ଫେସବୁକ , ଲଞ୍ଚ ହେଲା ମ୍ଯୁଜିକ୍ ଭିଡ଼ିଓ ଫିଚର

ନୂଆଦିଲ୍ଲୀ : ଭିଡ଼ିଓ ଶେୟାରିଂ ଆପ୍ TikTok କୁ ଟକ୍କର ଦେବା ପାଇଁ ରହିଛି ସୋସିଆଲ ମିଡ଼ିଆ ଆପ୍ ଫେସବୁକ୍ ପ୍ରସ୍ତୁତ କରିଛି ମ୍ଯୁଜିକ୍ ଭିଡ଼ିଓ ଫିଚର। ମ୍ଯୁଜିକ୍ ଭିଡ଼ିଓ ଆପକୁ ଶୁକ୍ରବାର ଲଞ୍ଚ କରିଛି ଫେସବୁକ୍। ରିପୋର୍ଟ ମୁତାବକ, ଫେସବୁକ୍  ଏହାର ନାମ Lasso ରଖିଥିବା ବେଳେ ଏହା TikTok ଏବଂ Musical.ly ଭଳି ସମସ୍ତ ଆପକୁ ଦେବ କଡ଼ା ଟକ୍କର ଦେବ ବୋଲି ଆଶା କରାଯାଉଛି । ଏଥିରେ ମଧ୍ୟ ଆପଣ ଗୀତ ସହ ଭିଡ଼ିଓ ପ୍ରସ୍ତୁତ କରି ସେୟାର କରିପାରିବେ। ଏହାକୁ ଖାସ କରି ଟିନ୍ସ ଏବଂ ବର୍ତ୍ତମାନର ଯୁବକଯୁବତୀଙ୍କୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଉଛି।

LASSO

କମ୍ପାନିର କହିବା ଅନୁଯାୟୀ, ଏହାକୁ ମୁଖ୍ଯ ପ୍ରଡ଼ୋକ୍ଟରେ ଫିଚର ଭାବେ ଯୋଡ଼ିବା ଦ୍ବାରା ଫେସବୁକ୍ ଅଧିକ ଗ୍ରାହକଙ୍କୁ ଆର୍କଷିତ କରି ପାରିବ। ଖାଲି ତାହା ନୁହଁ ଆପକୁ ଅଧିକ ଲୋକପ୍ରିୟ ମଧ୍ୟ ଏହା ଦ୍ବରା ମିଳିବ।

 

ଏଥିରେ ଗ୍ରାହକଙ୍କ ତାଙ୍କ ପ୍ରୋଫାଇଲ ଉପରେ ଗୀତକୁ ଚୟନ କରିବା ପାଇଁ ଅପସନ ରହିବ। ତାହା ସହ ଏଥିରେ ଆପଣ ବିଭିନ୍ନ ଇଫେକ୍ଟ ଏବଂ ଡିଜାଇନର ମଧ୍ୟ ବ୍ଯବହାର କରିପାରିବେ।  ଏବେ ନିକଟରେ ହିଁ ଫେସବୁକ୍ ନିଜର ଷ୍ଟେରିଜ୍ ଏବଂ ନ୍ଯୁଜ୍ ଫିଡ଼କୁ ଅପଗ୍ରେଡ଼ କରିବା ସହ ଫଟୋ ସହ ଗୀତକୁ ସଂଯୋଗ କରିବା ଆପ ପ୍ରସ୍ତୁତି କରୁଛି। ଯାହା ନୂଆ ବର୍ତ୍ତମାନ ପୀଢ଼ିର ଗ୍ରାହକଙ୍କୁ ବହୁମାତ୍ରାରେ ପସନ୍ଦ ଆସୁଛି।

facebook

 

କମ୍ପାନି ଅନୁଯାୟୀ, ଏହାକୁ ବର୍ତ୍ତମାନ ପର୍ଯ୍ଯନ୍ତ କେବଳ ଆମେରିବାରେ ଲଞ୍ଚ କରାଯାଇଥିବା ବେଳେ ସେଠାରେ ଗ୍ରାହକ ମାନଙ୍କରୁ ଏନେଇ ମତ ସଂଗ୍ରହ କରାଯାଉଛି। ତେବେ ଆଗକୁ ଫେସବୁକି ଏକ ନୂଆ ଡିଲିଟ ଫିଚର ଲଞ୍ଚ କରିବାକୁ ଯାଉଛି। ଯେଉଁଥିରେ ମେସେଞ୍ଜର ଜରିଆରେ ପଠାଯାଇଥିବା ମେସେଜକୁ ଆପଣ ନିଜ ଇଛା ମୁତାବକ ତାହାକୁ ଡିଲିଟ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.