Flipkart Big Saving Days Sale ଆଜି ଠାରୁ ଆରମ୍ଭ ,ଏହି ସବୁ ଇଲେକ୍ଟ୍ରୋନିକ୍ ଜିନିଷ ଉପରେ ମିଳୁଛି ୮୦% ଛାଡ

ଫ୍ଲିପକାର୍ଟର ସେଲ ଜୁନ୍ ୧୩ ରୁ ଆରମ୍ଭ ହେଉଛି । ଏହି ସେଲରେ ଆପଣ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଉପରେ ବମ୍ପର ରିହାତି ପାଇପାରିବେ।  ଏପରି ପରିସ୍ଥିତିରେ ଯଦି ଆପଣ ଏକ କମ୍ପ୍ୟୁଟର, ଲାପଟପ୍, ସ୍ମାର୍ଟଫୋନ୍ କିଣିବାକୁ ଯୋଜନା କରୁଛନ୍ତି ତେବେ ଆଉ କିଛି ସମୟ ଅପେକ୍ଷା କରନ୍ତୁ।ଫ୍ଲିପକାର୍ଟ ପ୍ଲସ୍ ସଦସ୍ୟମାନଙ୍କ ପାଇଁ, ଏହି ସେଲ ୧୨ ଜୁନ୍ ଅର୍ଥାତ ଆଜି ରାତି ୧୨ ଟାରୁ ଆରମ୍ଭ ହେବ ଏବଂ ନିୟମିତ ଗ୍ରାହକଙ୍କ ପାଇଁ ଏହା ୧୩ ଜୁନ୍ ଠାରୁ ଆରମ୍ଭ ହେବାକୁ ଯାଉଛି । ଜୁନ୍ ୧୩ ରୁ ଏହି ସେଲ ଜୁନ୍ ୧୬ ପର୍ଯ୍ୟନ୍ତ ଚାଲିବ ।  ସ୍ମାର୍ଟଫୋନ୍ ବ୍ୟତୀତ ଫ୍ଲିପକାର୍ଟର ଏହି ସେଲ ଇଲେକ୍ଟ୍ରୋନିକ୍ ଡିଭାଇସ୍ ଏବଂ ଏକ୍ସସୋରିଜ୍ ଉପରେ ୮୦ ପ୍ରତିଶତ ରିହାତି ପ୍ରଦାନ କରାଯିବ। ଫ୍ଲିପକାର୍ଟର ଏହି ସେଲରେ Motorola, Google,Apple, Samsung ଏବଂ Asus, Realme, POCO ଭଳି ବ୍ରାଣ୍ଡରେ ବଡ଼ ରିହାତି ଦିଆଯିବ ।

ଯେଉଁ ଗ୍ରାହକମାନେ ଶସ୍ତା ଆଇଫୋନ୍ ପସନ୍ଦ କରନ୍ତି, ସେମାନେ iPhone 11 Pro କୁ ୭୮,୮୯୯ ଟଙ୍କା ବଦଳରେ ୭୪,୯୯୯ ଟଙ୍କାରେ ପାଇପାରିବେ ।  ସେହିପରି ଆଇଫୋନ୍ XR ୪୧,୯୯୯ ଟଙ୍କା ବଦଳରେ ୩୯,୯୯୯ ଟଙ୍କା ଏବଂ ଆଇଫୋନ୍ SE (2020) ୩୨,୯୯୯ ଟଙ୍କା ବଦଳରେ ୩୧,୯୯୯ ଟଙ୍କାରେ କିଣିବାର ସୁଯୋଗ ପାଇପାରିବେ । ଉପରୋକ୍ତ ଫୋନ୍ ବ୍ୟତୀତ ଫ୍ଲିପକାର୍ଟ ରେ Gionee Max Pro, Infinix Smart 5 ଏବଂ Micromax In Note 1 ଭଳି ଫୋନରେ ରିହାତି ପାଇପାରିବେ । ଇଲେକ୍ଟ୍ରୋନିକ୍ ଡିଭାଇସ୍ ଏବଂ ଏକ୍ସସୋରିଜ୍ ଉପରେ ସ୍ମାର୍ଟଫୋନ୍ ଅପେକ୍ଷା ଆଗାମୀ ସେଲ୍ ଫ୍ଲିପକାର୍ଟରେ ମଧ୍ୟ ୮୦ ପ୍ରତିଶତର ରିହାତି ଦିଆଯିବ । ଏଥି ସହିତ, ସ୍ମାର୍ଟୱାଚ୍ ଉପରେ ୬୦ ପ୍ରତିଶତ ପର୍ଯ୍ୟନ୍ତ, ଟ୍ୟାବଲେଟରେ ୫୦ ପ୍ରତିଶତ ପର୍ଯ୍ୟନ୍ତ, ଡେସ୍କଟପ୍ PC ଏବଂ ଲାପଟପ୍ ରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ଅଫ୍ ରହୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.