ପୁଣି କମିଲା ସୁନା ଓ ରୁପା ଦର

ନୂଆଦିଲ୍ଲୀ : ପୁଣି କମିଲା ସୁନା ଦର । ଆଜି ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୨୦୦ ଟଙ୍କା କମି ୩୧,୪୦୦ ଟଙ୍କାରେ ପହଞ୍ଚିଛି । ସେହିପରି ରୁପା ଦଳ କିଲୋ ପିଛା ୨୫୦ ଟଙ୍କା କମି ୩୭,୬୫୦ ଟଙ୍କାରେ ପହଞ୍ଚିଛି । ଦିଲ୍ଲୀରେ ଏହି ଦର ଥିବା ବେଳେ କୋଲକାତାରେ ସବୁଠାରୁ କମ୍ ୩୧,୩୭୫ ଟଙ୍କା ରହିଛି । ବିକ୍ରିବଟାରେ ମାନ୍ଦା ଅବସ୍ଥା ଯୋଗୁଁ ଦର କମିଥିବା ଜଣାପଡ଼ିଛି । ତେବେ ଗିନ୍ନି ସୁନାର ଦର ପୂର୍ବ ପରି ୨୪,୫୦୦ ଟଙ୍କା ରହିଛି । ୨୪ କ୍ୟାରେଟ ସୁନା ୧୦ ଗ୍ରାମର ମୂଲ୍ୟ ରହିଛି ୩୧,୮୭୧ ଟଙ୍କା ।

ଭୁବନେଶ୍ବରରେ ଆଜି ୨୨ କ୍ୟାରେଟ୍ ସୁନା ଦାମ୍ ୩୦,୬୦୦ ଟଙ୍କା, ୨୪ କ୍ୟାରେଟ୍ ସୁନା ମୂଲ୍ୟ ୩୧,୪୫୦ ଟଙ୍କା ରହିଛି । ଗତକାଲି ତୁଳନାରେ ୫୦ ଟଙ୍କା କମିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.