ପୁଣି ହ୍ରାସ ପାଇଛି ସୁନା ମୂଲ୍ୟ, ଜାଣି ରଖନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦର

ଗତ କିଛି ଦିନ ହେବ ଦେଶରେ ସୁନା ଦାମ ଦିନ କୁ ଦିନ ଆକାଶ ଛୁଆଁ ସ୍ଥିତି ଛୁଇଁବାରେ ଲାଗିଥିଲା । କିନ୍ତୁ ଗତ ଦୁଇ ଦିନ ହେବ ଏହି ମୂଲ୍ୟବାନ ଧାତୁ ମୂଲ୍ୟରେ ସାମାନ୍ୟ ସ୍ଥିରତା ଆସିଥିବା ଦେଖାଦେଇଛି । ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଥିବା ଲକ୍ଷ କରାଯାଇଛି । ଶନିବାର ସନ୍ଧ୍ୟା ସୁଦ୍ଧା ସୁନା ଦର ୧୦ ଗ୍ରାମ ପ୍ରତି ୫୧,୧୨୦ ଟଙ୍କାରେ ପହଁଚିଥିବା ବେଳେ ୨୪ କ୍ୟାରେଟ  ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୨,୨୨୦
ଛୁଇଁଥିବା ନେଇ ରେକର୍ଡ ହୋଇଛି । ଯେବେକି ପୂର୍ବଦିନ ଅର୍ଥାତ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୫୨,୨୧୦ ଟଙ୍କା ଓ ୫୧,୧୧୦ ଟଙ୍କାରେ ସ୍ଥିର ରହିଥିବା ନେଇ ରେକର୍ଡ ହୋଇଥିଲା । ସେପଟେ ଓଡିଶା ରାଜଧାନୀ ଭୁବନେଶ୍ୱରରେ ବି ସୁନା ମୂଲ୍ୟରେ ମଧ୍ୟମ ଧରଣର ହ୍ରାସ ଘଟିଥିବା ଜଣାଯାଇଛି ।

gold1

ଶନିବାର ସନ୍ଧ୍ୟା ସୁଦ୍ଧା ସୁନା ମୂଲ୍ୟ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ଯଥାକ୍ରମେ ୫୫,୬୫୦ ଟଙ୍କା ଓ ୫୧,୦୦୦
ଟଙ୍କାକୁ ଖସିଥିବା ଜଣାଯାଇଛି । ଯେବେକି ପୂର୍ବ ଦିନ ଏହି ଦର ଯଥାକ୍ରମେ ୫୨,୨୧୦ ଟଙ୍କା ଓ ୫୧,୧୧୦ ଟଙ୍କାରେ ସ୍ଥିର ରହିଥିବା ରେକର୍ଡ ହୋଇଥିଲା । ସେପଟେ ଦେଶର ପ୍ରମୁଖ ସହର ମାନଙ୍କରେ ସୁନା ଦରରେ ବି ହ୍ରାସ ଘଟିଥିବା ଲକ୍ଷ କରାଯାଇଛି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୫୨,୨୨୦ ଟଙ୍କା ଓ ୫୧,୧୨୦ ଟଙ୍କା ଥିବା ବେଳେ ରାଜଧାନୀ ଦିଲ୍ଲୀରେ କିନ୍ତୁ ଏହି ଦର ୫୫,୦୯୦ ଟଙ୍କା ଓ ୫୧,୧୫୦ ଟଙ୍କା ଥିବା ଜଣାଯାଇଛି ।

ସେପଟେ ଚେନ୍ନାଇରେ ୫୫,୬୫୦ ଟଙ୍କା ଓ ୫୧,୦୦୦ ଟଙ୍କା ଥିବା ବେଳେ କୋଲକାତାରେ ଏହି ଦର ଯଥାକ୍ରମେ ୫୪,୪୪୦ ଟଙ୍କା ଓ ୫୧୭୫୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି । ସେପଟେ ଅନ୍ୟତମ ମୂଲ୍ୟବାନ ଧାତୁ ରୂପା ମୂଲ୍ୟ କିଛି ଦିନ ତଳେ ଦ୍ରୁତ ଭାବେ ବଢିଥିବା ବେଳେ ଏହା ମୂଲ୍ୟରେ ହ୍ରାସ ଘଟି ୬୮୦୦୦ ଟଙ୍କାରେ ପହଂଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.