2022 କାର ମଡେଲ ଉପରେ ଭାରି ଡ଼ିସକାଉଣ୍ଟ, ଆଜି ହିଁ ଉଠାନ୍ତୁ ଏହାର ଫାଇଦା

ଏବେ ଗାଡିରେ ମିଳୁଛି ବମ୍ପର ଡିସକାଉଣ୍ଟ । ୨୦୨୩ ଫେବୃୟାରୀରେ ୨୦୨୨ ମଡେଲର ଗାଡି ଗୁଡିକ ଉପରେ ଦମଦାର ରିହାତି ମିଳୁଛି ।

ଏବେ ଗାଡିରେ ମିଳୁଛି ବମ୍ପର ଡିସକାଉଣ୍ଟ । ୨୦୨୩ ଫେବୃୟାରୀରେ ୨୦୨୨ ମଡେଲର ଗାଡି ଗୁଡିକ ଉପରେ ଦମଦାର ରିହାତି ମିଳୁଛି । କିନ୍ତୁ ଏହି ଡିସକାଉଣ୍ଟ କେବଳ ମହଜୁଦ୍ ଥିବା ୨୦୨୨ ମଡେଲ ଗୁଡିକ ପାଇଁ ପ୍ରଯୁଜ୍ୟ । ଯଦି ଆପଣ ଗାଡି ଉପରେ ପଇସା ସଞ୍ଚୟ କରିବାକୁ ଚାହୁଁଛନ୍ତି ତାହେଲେ ଏହି ଅଫର କେବଳ ଆପଣଙ୍କ ପାଇଁ । ତେଣୁ ହାତଛଡା ନକରି ଅଫର ବନ୍ଦ ହେବା ପୂର୍ବରୁ ହିଁ ଏହାର ଲାଭ ଉଠାନ୍ତୁ ।

ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଜିପ୍ ଇଣ୍ଡିଆ ମେ ୨୦୨୨ରେ ଫୁଲ୍ ସାଇଜ୍ ଏକ୍ସୟୁଭି ସେଗମେଣ୍ଟରେ ଟୋୟୋଟା ଫର୍ଚ୍ୟୁନର ଭାବେ ମେରିଡିଆନକୁ ଲଞ୍ଚ୍ କରିଥିଲା । ବର୍ତ୍ତମାନ ୨୦୨୨ ମଡେଲର ମେରିଡିଆନ ଉପରେ ପ୍ରାୟ ଅଢ଼େଇ ଲକ୍ଷର ଡିସକାଉଣ୍ଟ ମିଳୁଛି ।

ଏହା ଧ୍ୟାନ ରଖିବାକୁ ହେବ ଯେ ଫ୍ରେଞ୍ଚ ବ୍ରାଣ୍ଡ ସାଇଟ୍ରିଅନ ୨୦୨୧ରେ ସି୫ ଏୟାରକ୍ରାସ ସହିତ ଭାରତରେ ଏହାର ପ୍ରଥମ କାର ଲଂଞ୍ଚ କରିଥିଲା । ଜିପ୍ କମ୍ପାସ୍ MY ୨୦୨୨ ଷ୍ଟକ ପେଟ୍ରୋଲ ଭରିୟାଣ୍ଟ ଉପରେ ୧.୫ ଲକ୍ଷ ଟଙ୍କାର ଓ ଡିଜେଲ ଭରିୟାଣ୍ଟ ଉପରେ ୧ ଲକ୍ଷ ଟଙ୍କାର ଡିସକାଉଣ୍ଟ ଅଫର କରୁଛି । ଏହା ବ୍ୟତୀତ 2022 MY variants, Volkswagen Taigun and Skoda Kushaq ଉପରେ ଡିଲର ପକ୍ଷରୁ ୧.୨୫ ଲକ୍ଷ ପର୍ଯ୍ୟନ୍ତ ଭାରି ଡିସକାଉଣ୍ଟ ମିଳୁଛି ।

ଟାଟା ହାରିୟର ଏବଂ ସଫାରୀର ୨୦୨୨ ଷ୍ଟକ୍ ଭ୍ୟାରିୟଣ୍ଟସ ଉପରେ ୧ ଲକ୍ଷ ଟଙ୍କାର ଡିସକାଉଣ୍ଟ ଉପଲବ୍ଧ ଅଛି । ତେବେ ଟାଟା ଗତ ମାସ ୨୦୨୩ ଅଟୋ ଏକ୍ସପୋରେ ମିଡସାଇଜ ଏସୟୁଭି ଡୁଓର ଡାର୍କ ରେଡ ଏଡିସନକୁ ପ୍ରଦର୍ଷିତ କରିଥିଲା ଏବଂ ତାକୁ ବହୁତ ଜଲଦି ଭାରତରେ ଆଡାସ୍ ଟେକ, ଏକ ବଡ ଟଚସ୍କ୍ରିନ୍ ଇନଫୋଟେନମେଣ୍ଟ ସିଷ୍ଟମ ଏବଂ ଆହୁରି ଅନେକ କିଛି ଅପଡେଟ ସହିତ ଲଞ୍ଚ୍ କରିବ ।

ନିସାନ୍ ମାଗ୍ନାଇଟ୍ ବର୍ତ୍ତମାନ ଭାରତରେ ଜାପାନୀ ନିର୍ମାତାଙ୍କ ଦ୍ୱାରା ବିକ୍ରି କରାଯାଉଥିବା ଏକମାତ୍ର ମଡେଲ ଅଟେ । ନିଶାନର ୨୦୨୨ ମଡେଲରେ ଗ୍ରାହକ ମାନଙ୍କୁ ୮୨ହଜାର ବେନିଫିଟ୍ ମିଳୁଛି । ଆଶା କରାଯାଉଛି ଯେ ନିଶାନ୍ ଚଳିତ ବର୍ଷ ଶେଷ ସୁଦ୍ଧା ଚତୁର୍ଥ ଜେନେରେସନର ଏକ୍ସ-ଟ୍ରେଲକୁ ଲଞ୍ଚ୍ କରିବ । ଗ୍ରାହକ ମାନଙ୍କୁ 5th ଜେନେରେସନର ହୋଣ୍ଡା ସିଟି ଏବଂ ଡବ୍ଲୁଆର-ଭି ଉପରେ ପ୍ରାୟ ୭୦ ହଜାର ପର୍ଯ୍ୟନ୍ତ ଲାଭ ମିଳିବ । ସୂଚନା ଅନୁଯାୟୀ ଏହି ଦୁଇଟି ମଡେଲକୁ କମ୍ପାନୀ ଖୁବ୍ ଶିଘ୍ର ବନ୍ଦ ହେବାକୁ ଯାଉଛି ।

୨୦୨୨ ମହିନ୍ଦ୍ରା ZUV300 W8 (O) ଉପରେ କମ୍ପାନୀ ୭୦ ହଜାର ଡିସକାଉଣ୍ଟ ଅଫର କରୁଛି । ସେହିଭଳି ରିନଲ୍ଟ ଟ୍ରାଇବର ଓ କାଇଗର ଭଳି କାର ଉପରେ ୬୨ ହଜାର ଟଙ୍କାର ରିହାତି ଉଭୟ କମ୍ପାନୀ ଏବଂ ଡିଲରଙ୍କ ତରଫରୁ ମିଳୁଛି । Volkswagen Virtus ଏବଂ ସ୍ଲାଭିଆର ୨୦୨୨ ସିଲେକଟେଡ୍ ମଡେଲ ଉପରେ ୬୦ ହଜାର ଟଙ୍କାର ରିହାତି ମିଳୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.