ଯେଉଁ କର୍ମଚାରୀମାନେ ୫ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ କୌଣସି ଏକ କମ୍ପାନୀରେ କାମ କରିଥାନ୍ତି ସେହି ବ୍ୟକ୍ତିଙ୍କୁ ନିଯୁକ୍ତି ଦ୍ୱାରା ଗ୍ରାଚୁଇଟି ରାଶି ଦିଆଯାଇଥାଏ। ପେମେଣ୍ଟ ଅଫ୍ ଗ୍ରାଚୁଇଟି ଆକ୍ଟ ୧୯୭୨ ମାଧ୍ୟମରେ କର୍ମଚାରୀଙ୍କୁ ଗ୍ରାଚୁଇଟି ଦିଆଯାିଥାଏ। ରିପୋର୍ଟ ଅନୁଯାୟୀ ଏହି ରାଶି ଅବସର ପରେ ମିଳିଥାଏ କିନ୍ତୁ କିଛି ସର୍ତ୍ତ ମାଧ୍ୟମରେ ଏହି ରାଶି ଅବସର ପୂର୍ବରୁ ମଧ୍ୟ ମିଳିଥାଏ।
ଜାଣନ୍ତୁ କେଉଁ କର୍ମଚାରୀଙ୍କୁ ମିଳିଥାଏ ଗ୍ରାଚୁଇଟି ଏବଂ କଣ ରହିଛି ଏହାର ନିୟମ?
ପେମେଣ୍ଟ ଅଫ୍ ଗ୍ରାଚୁଇଟି ଆକ୍ଟ ୧୯୭୨ ଅନୁଯାୟୀ ୧୦ କିମ୍ବା ଏହାଠାରୁ ଅଧିକ କର୍ମଚାରୀଙ୍କ ସଂଖ୍ୟା ଥିବା ସମସ୍ତ କାରଖାନା, ତୈଳ କ୍ଷେତ୍ର, ବୃକ୍ଷାରୋପଣ, ରେଲେଓ୍ଵ କମ୍ପାନୀ, ଦୋକାନ ବା ସଂସ୍ଥାରେ କର୍ମଚାରୀଙ୍କୁ ତାଙ୍କ ଦରମା ଅନୁସାରେ ଗ୍ରାଚୁଇଟି ଦେବା ଆବଶ୍ୟକ । ଗ୍ରାଚୁଇଟି ରାଶି କର୍ମଚାରୀଙ୍କ ଶେଷ ଦରମା ଏବଂ ସେହି କମ୍ପାନୀରେ କାମ କରିଥିବା ସମୁଦାୟ ବର୍ଷ ଉପରେ ନିର୍ଭର କରିଥାଏ। ସରକାରୀ କର୍ମଚାରୀଙ୍କ ପାଇଁ ଗ୍ରାଚୁଇଟି ଗଣଦନା ପାଇଁ ଭିନ୍ନ ଭିନ୍ନ ନିୟମ ରହିଛି, ଯାହା ମଧ୍ୟରେ କିଛି ଅଧିନିୟମ ଜରିଆରେ କଭର କରାଯାଇଛି ଏବଂ କିଛି କଭର ମଧ୍ୟ କରାଯାଇନାହିଁ।
ଗ୍ରାଚୁଇଟି ଗଣନା ପାଇଁ ଆପଣାନ୍ତୁ ଏହି ଫର୍ମୁଲା:
ଗ୍ରାଚୁଇଟି ଗଣନାରେ ବେସିକ୍ ସାଲାରି, ମହଙ୍ଗା ଭତା ଏବଂ କମିଶନକୁ ମିଶାଯାଇଥାଏ। ଏହି ଫର୍ମୁଲାରେ କର୍ମଚାରୀଙ୍କ ପୂର୍ବ ଦରମାର ୧୫ ଦିନର ସମାନ ସହିତ ଗ୍ରାଚୁଇଟି ଦିଆଯାଇଥାଏ। ଧରାଯାଉ କୌଣସି କର୍ମଚାରୀଙ୍କ ଶେଷ ଦରମା ପ୍ରତି ମାସରେ ୨୦,୦୦୦ ଟଙ୍କା ହୋଇଥିବ ଏବଂ ସେହି ବ୍ୟକ୍ତି କୌଣସି ଏକ କମ୍ପାନୀରେ ପାଖାପାଖି ୨୦ ବର୍ଷ ପର୍ଯ୍ୟନ୍ତ କାମ କରିଥିବେ, ସେହି କର୍ମଚାରୀଙ୍କ ଗ୍ରାଚୁଇଟିର ଗଣନା ଏହି ପ୍ରକାର କରାଯାଇଥାଏ। (୧୫x୨୦,୦୦୦x୨୦) /୨୬ = ୨,୩୦,୭୬୯ଟଙ୍କା।
ଏହି ଫର୍ମୁଲା ଜରିଆରେ ଯଦି କୌଣସି କର୍ମଚାରୀ ଦ୍ୱରା ନିଜର ଚାକିରୀ କାଳ ଅନ୍ତିମ ବର୍ଷ ୬ ମାସରୁ ଅଧିକ କାମ କରିବା ଉପରେ ତାଙ୍କର ଗ୍ରାଚୁଇଟିର ହିସାବ ପାଇଁ ସମ୍ପୂର୍ଣ୍ଣ ଗୋଟିଏ ବର୍ଷର ଯୋଗ୍ୟ ମନାଯାଇଥାଏ। ଶ୍ରମ ମନ୍ତ୍ରାଳୟ ଗ୍ରାଚୁଇଟିରେ ଆୟକର ଛାଡର ସୀମାକୁ ୧୦ ଲକ୍ଷରୁ ଡବଲ କରି ୨୦ ଲକ୍ଷ ଟଙ୍କା କରାଯାଇଛି। ଏହାଦ୍ୱାରା ଯେଉଁ କର୍ମଚାରୀମାନେ ପେମେଣ୍ଟ ଅଫ୍ ଗ୍ରାଚୁଇଟି ଆକ୍ଟର ୧୯୭୨ ଡାଏରୀରେ ଆସିନଥାନ୍ତି , ସେହି କର୍ମଚାରୀମାନେ ଏହାର ଲାଭ ପାଇପାରିବେ।