ଟ୍ରେନରେ ଆପଣଙ୍କ ସିଟ୍‌ ରେ କେହି ଅବୈଧ ଭାବେ ବସିଲେ ତେବେ ତୁରନ୍ତ ଏପରି କରନ୍ତୁ ଅଭିଯୋଗ, ଫଟାଫଟ୍‌ ହୋଇଯିବ ଆପଣଙ୍କ କାମ

ଟ୍ରେନରେ ଯଦି କେହି ଆପଣଙ୍କ ବୁକ୍‌ ହୋଇଥିବା ସିଟକୁ କବ୍ଜା କରିବ ତେବେ ଅସୁବିଧା ହେବ ନିଶ୍ଚୟ। ଅନେକ ସମୟରେ ଯାତ୍ରୀ ମାନେ ବୁକ କରିଥିବା ସିଟ୍‌ ରେ ଅନ୍ୟ କେହି ଆସି ବସିଯାନ୍ତି। କହିଲେ ବି ସେଟି ସିଟ୍‌ ରୁ ଉଠିବା ଠିକ ଭାବନ୍ତି ନାହିଁ। ତେବେ ଯଦି କେହି ବିନା ବୁକ କରି ଅନ୍ୟ କାହାର ସିଟକୁ ଅକ୍ତିଆର କରୁଛି ଏହି ସମୟରେ ଆଦୌ ଚିନ୍ତା କରିବା କଥା ନୁହେଁ। ଏମିତିରେ ଆପଣ ତୁରନ୍ତ ଅଭିଯୋଗ କରିପାରିବେ। ଆଉ ଅଭିଯୋଗ ପାଇଁ ଆପଣଙ୍କୁ କେଉଁଠାକୁ ଯିବାକୁ ମଧ୍ୟ ପଡ଼ିବ ନାହିଁ।

ଭାରତୀୟ ରେଳ ବିଭାଗ ଲାଗାତାର ଭାବେ ନିଜ ଯାତ୍ରୀ ମାନଙ୍କୁ ସୁବିଧା ଯୋଗାଇବା ପାଇଁ ତତ୍ପରତା ଦେଖାଇଥାଏ। ଉଭୟ ଅଫଲାଇନ ଓ ଅନଲାଇନ ମାଧ୍ୟମରେ ରେଳ ବିଭାଗ ଏହି ସୁବିିଧା ଯୋଗାଇଥାଏ। ଡିଜିଟାଲ ଯୁଗରେ ଏବେ ଆପଣ ଘରେ ବସି ଟ୍ରେନ ଟିକେଟଠୁ ଆରମ୍ଭ କରି ଫୁଡ ଆଇଟମ ପର୍ଯ୍ୟନ୍ତ । ସବୁକିଛି ଆମେ ଗୋଟିଏ ଜାଗାରେ ବସି କରିପାରୁଛେ।

ତେବେ ଏସବୁ ଭିତରେ ଯଦି ଆପଣ ଟ୍ରେନ ଟିକେଟ ବୁକ କରୁଛନ୍ତି ତେବେବି ଆଉ କେହି ଆସି ସେହି ସିଟ୍‌ ରେ ବସୁଛି ତେବେ ଏହି ପରିସ୍ଥିତିରେ ଆପଣ ଅଭିଯୋଗ କରିପାରିବେ। ରେଳ ବିଭାଗରେ ଅଭିଯୋଗ କରି ନିଜ ସିଟ୍‌ କୁ ପୁଣି ଥରେ ପାଇପାରିବେ ।

ଭାରତରେ ଟ୍ରେନରେ ସିଟ କବ୍ଜା କରିବା କଥା କିଛି ନୂଆ ନୁହେଁ। କିନ୍ତୁ ଏହାକୁ ନେଇ ସବୁ ସମୟରେ ଅସୁିବିଧା ହୁଏ। ପ୍ରାୟ ସମୟରେ ଟ୍ରେନରେ ଏହି ମାମ ଲା ସାମ୍ନାକୁ ଆସିଥାଏ। ସେକେଣ୍ଡ କ୍ଲାସ ଓ ସ୍ଲିପର ଠୁ ଆରମ୍ଭ କରି ଏସି କ୍ଲାସରେ ଅନଅଥରାଜଡ ପାସେଞ୍ଜର ବସିଥିବାର ଦେଖିବାକୁ ମିଳେ । ଯଦି ଆପଣଙ୍କ ସହ ଏମିତି ହେଉଛି ଏବଂ ପାଖରେ ଟିଟିଇ ନଥାନ୍ତି ତେବେ ଆପଣଙ୍କ ରେଳ ବିଭାଗର ସାହାଯ୍ୟ ନେଇପାରିବେ। କେମିତି କରିବେ ଅଭିଯୋଗ ଏବେ ଜାଣିନିଅନ୍ତୁ…

– ଅନଅଥରାଇଜଡ ପାସେଞ୍ଜର ଙ୍କ ବିରୁଦ୍ଧରେ ଅଭିଯୋଗ କରିବା ପାଇଁ ରେଲେଓ୍ଵ ମଦଦ୍‌ ର େଓ୍ଵବସାଇଟକୁ ଯାଆନ୍ତୁ।
– ଆପଣ ଡାଇରେକ୍ଟ https://railmadad.indianrailways.gov.in କୁ କ୍ଲିକ କରିପାରିବେ।
– ଏଠାରେ ଆପଣଙ୍କୁ ମୋବାଇଲ ନମ୍ବର ଦର୍ଜ କରନ୍ତୁ।
– ଏହାପରେ ସେଣ୍ଡ ଓଟିପିକୁ କ୍ଲିକ କରନ୍ତୁ।
– ଏବେ ଆପଣଙ୍କ ମୋବାଇଲ ନମ୍ବରରେ ଓଟିପି ଆସିବ।
– ଏବେ ଆପଣଙ୍କ ଟିକେଟ ବୁକିଂ ର ପିଏନଆର ନମ୍ବର ଏଣ୍ଟର କରାନ୍ତୁ।
– ଏବେ ଟାଇପ ଅପସନରେ କ୍ଲିକ କରି ନିଜ ଅଭିଯୋଗ କରନ୍ତୁ।
– ଏହାପରେ ଘଟଣାର ତାରିଖକୁ ବାଛନ୍ତୁ।
– ଆପଣ ନିଜ ଅଭିଯୋଗକୁ ବିସ୍ତାର ରୂପରେ ଲେଖିପାରିବେ।
– ଏହାପରେ ସବମିଟ ବଟନକୁ କ୍ଲିକ କରନ୍ତୁ।

ଏହି ମାମଲାରେ ଯାତ୍ରୀ ମାନେ ଆଉ ଏକ ଉପାୟ ମଧ୍ୟ ବାଛି ପାରିବେ। ଏମିତିରେ ଯାତ୍ରୀ ରିଜର୍ଭ ସିଟି କିମ୍ବା ବାର୍ଥରେ ଅନ୍ୟ କେହି ଅବୈଧ ଉପାୟରେ ବସିଲେ ତେବେ ପ୍ରଥମେ ଟ୍ରେନ ର ଟିଟିଇ କୁ ଏହା ସମ୍ପର୍କରେ ଜଣାନ୍ତୁ। ଯଦି ଆପଣ ଅନଲାଇନ ମାଧ୍ୟମରେ ଏହା ସମ୍ପର୍କରେ ଅଭିଯୋଗ କରିପାରିବେ ନାହିଁ ତେବେ ଆପଣ ରେଳ ବିଭାଗର ହେଲ୍ପଲାଇନ ନମ୍ବର ୧୩୯ ରେ ଫୋନ କରି ଅଭିଯୋଗ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.