ଏବେ ତେଲ ସମସ୍ଯା ହେବ ଦୂର, ଆବଶ୍ଯକତାକୁ ପୂରା କରିବା ପାଇଁ ଭାରତ ପ୍ରସ୍ତୁତ କରିଛି ଅଏଲ ରିଜର୍ଭ

ନୂଆଦିଲ୍ଲୀ : ତେବେ ନିକଟରେ ତୈଳ ଦର  ବଢ଼ିବା ସାଧାରଣ ଲୋକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏଣୁ ଏବେ ଭାରତ ଦୁନିଆଯାକର ତୈଳ ଉତ୍ପାଦକର ବ୍ଯାପରୀଙ୍କ ନିକଟରୁ ତୈଳ କିଣିବା ଯୋଜନା କରୁଛି। ଏଥିପାଇଁ ୧.୫ଅରବ ଡ଼ଲାରର ନିବେଶ କରାଯିବ।

ଭାରତୀୟ ଷ୍ଟାଟର୍ଜି ପେଟ୍ରୋଲିୟମ ରିଜର୍ବ ଲିମିଟେଡ଼ର ମୁଖ୍ଯ କାର୍ଯ୍ଯକାରୀ ଅଧିକାରୀ ଏଚପିଏସ୍ ଆହୁଜାଙ୍କ କହିଛନ୍ତି, କଞ୍ଚା ତେଲକୁ ଭବିଷ୍ଯତ ପାଇଁ ସୁରକ୍ଷିତ ରଖିବା ପାଇଁ ଅଣ୍ଡରଗ୍ରାଉଣ୍ଡ ଟ୍ଯଙ୍କର ନିର୍ମାଣ କରାଯିବ। ଏହାକୁ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ନିର୍ମାଣ କରାଯିବ, ଯେଉଁଥିରେ ୬୫ଲକ୍ଷ ଟନ୍ କଞ୍ଚ ତେଲ ରଖାଯାଇପାରିବ। ଏହା ଦ୍ବାରା ରାଜ୍ଯର ଆର୍ଥିକ ପରିସ୍ଥିତି;ର କମ ବୋଝ ପଡ଼ିବା ସହ ନିଜର ବଜେଟ ଲକ୍ଷକୁ ପୂରା କରିବାରେ ସାହାଯ୍ଯ କରିବ।

oil 2

ଆପଣଙ୍କ ସୂଚନା ପାଇଁ ଭାରତ ନିଜର ଆବଶ୍ଯକୀୟ ତୈଳ ପାଇଁ ୮୫ପ୍ରତିଶତ କଞ୍ଚା ତେଲ ବାହାରୁ ଆଣିଥାଏ। ଏଣୁ ଦେଶରେ ବଢ଼ୁଥିବା ତୈଳ ଦରକୁ ନିୟନ୍ତ୍ରିତ କରିବା ପାଇଁ ଚଳିତ ମାସ ଟ୍ଯାକ୍ସ କମ କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.