ବିନା ପରୀକ୍ଷାରେ ଭାରତୀୟ ନୌସେନାରେ ନିଯୁକ୍ତି ସୁଯୋଗ, ମିଳିବ ମୋଟା ଅଙ୍କର ଦରମା

ଭାରତୀୟ ନୌସେନାରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଥିବା ଯୁବପିଢ଼ିଙ୍କ ପାଇଁ ଖୁସି ଖବର। ଇଣ୍ଡିଆନ୍‌ ନ୍ୟାଭିରେ ଏକ୍‌ଜିକ୍ୟୁଟିଭ୍‌, ଟେକ୍ନିକାଲ ଓ ଏଜୁକେସନ୍‌ ବ୍ରାଞ୍ଚରେ ସର୍ଟ ସର୍ଭିସ କମିଶନ ଅଧିକାରୀ ପଦ ଖାଲି ପଡ଼ିଛି। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ ଇଣ୍ଡିଆନ୍‌ ନ୍ୟାଭିର ଅଫିସିଆଲ େଓ୍ଵବ୍‌ସାଇଟ୍‌ joinindiannavy.gov.inକୁ ଯାଇ ଏସବୁ ପଦ ପାଇଁ ଆବେଦନ କରିପାରିବେ। ଏହି ପଦ ପାଇଁ ଆବେଦନ କରିବାର ଶେଷ ତାରିଖ ଅକ୍ଟୋବର ୫ ରହିଛି।

ଏହା ବ୍ୟତୀତ ପ୍ରାର୍ଥୀ ଚାହିଁଲେ ସିଧାସଳଖ ଏହି ଲିଙ୍କ୍‌ https://www.joinindiannavy.gov.in/ ଉପରେ କ୍ଲିକ୍‌ କରି ମଧ୍ୟ ଏସବୁ ପଦ ପାଇଁ ଆବେଦନ କରିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୧୮୧ଟି ପଦ ପୂରଣ କରାଯିବ।

ଅନ୍‌ଲାଇନ୍‌ ଆବେଦନ ଆରମ୍ଭ-୧୮ ସେପ୍ଟେମ୍ବର ୨୦୨୧

ଅନ୍‌ଲାଇନ୍‌ ଆବେଦନ ଶେଷ-୫ ଅକ୍ଟୋବର ୨୦୨୧

ଯୋଗ୍ୟତା:

ଏକ୍‌ଜିକ୍ୟୁଟିଭ୍‌ ବ୍ରାଞ୍ଚ- ବିଇ/ବିଟେକ୍‌

ଏଜୁକେସନ୍‌ ବ୍ରାଞ୍ଚ-ବିଏସ୍‌ସି/ବିଟେକ୍‌

ଟେକ୍ନିକାଲ ବ୍ରାଞ୍ଚ- ବିଇ/ବିଟେକ୍‌

ଚୟନ ପ୍ରକ୍ରିୟା:

ସର୍ଟ ଲିଷ୍ଟରେ ପରଫରମାନ୍ସ ଓ ଡିଗ୍ରୀରେ ପାଇଥିବା ନମ୍ବର ଆଧାରରେ ପ୍ରାର୍ଥୀଙ୍କୁ ଚୟନ କରାଯିବ। ଏଥିସହ ଏସ୍‌ଏସ୍‌ବି ପ୍ରଦର୍ଶନ ଆଧାରରେ ମଧ୍ୟ ମେରିଟ୍‌ ଲିଷ୍ଟ ପ୍ରସ୍ତୁତ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.