କଲେଜ ଡ୍ରପ୍‌ ଆଉଟ୍‌ ହେବା ସତ୍ତ୍ୱେ ଇରଫାନ୍‌ ଖାନ୍‌ଙ୍କ ପୁଅ ବାବିଲଙ୍କୁ ମିଳିଲା ଡିଗ୍ରୀ ସାର୍ଟିଫିକେଟ୍‌, ସେୟାର କଲେ ଫଟୋ

କଲେଜ ଡ୍ରପ୍‌ ଆଉଟ୍‌ ହେବା ସତ୍ତ୍ୱେ ଡିଗ୍ରୀ ହାସଲ କରିଛନ୍ତି ଦିବଂଗତ ଅଭିନେତା ଇରଫାନ୍‌ ଖାନ୍‌ଙ୍କ ପୁଅ ବାବିଲ। ତାଙ୍କୁ ଲଣ୍ଡନର େଓ୍ଵଷ୍ଟ ମିନିଷ୍ଟର କଲେଜରୁ ସ୍ନାତକ ଡିଗ୍ରୀ ମିଳିଛି। ଏନେଇ ବାବିଲଙ୍କ ମା’ ଇନ୍‌ଷ୍ଟାଗ୍ରାମ୍‌ରେ ସୂଚନା ଦେଇଛନ୍ତି।

ତେବେ ଚଳିତବର୍ଷ ଆରମ୍ଭରେ ବାବିଲ ଏକ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟରେ ଘୋଷଣା କରିଥିଲେ ଯେ ଅଭିନୟକୁ ଆଗକୁ ବଢ଼ାଇବା ପାଇଁ ସେ ଅଧାରୁ ପାଠପଢ଼ା ଛାଡ଼ୁଛନ୍ତି। କିନ୍ତୁ ବୁଧବାର ଇନ୍‌ଷ୍ଟାଗ୍ରାମ୍‌ରେ ନିଜ ଡିଗ୍ରୀ ସାର୍ଟିଫିକେଟ୍‌ର ଫଟୋ ସେୟାର କରି ସେ କ୍ୟାପସନ୍‌ରେ ଲେଖିଛନ୍ତି- ମୁଁ ପାଠପଢ଼ା ଛାଡ଼ି ମଧ୍ୟ ଡିଗ୍ରୀ ହାସଲ କରିବାରେ ସଫଳ ହୋଇଛି।

 

View this post on Instagram

 

A post shared by Babil (@babil.i.k)


ବାବିଲଙ୍କ ମା’ ସୁତାପା ସିକନ୍ଦର ଏହି ଫଟୋରେ କମେଣ୍ଟ କରିଛନ୍ତି। ସେ ଲେଖିଛନ୍ତି-‘ମୁଁ ନିଜକୁ ଧନ୍ୟ ମନେକରୁଛି। କାରଣ ଇରଫାନ୍‌ ଚାହୁଁଥିଲେ ତୁମେ ପୂରା କୋର୍ସ ଶେଷ କର। ଲଭ୍‌ ୟୁ ବାବିଲ, ଲେଟ୍ସ ରକ୍ସ ଜୟ ମାତା ଦି’।

ସୂଚନାଯୋଗ୍ୟ ବାବିଲ ଖାନ୍‌ ଅନୁଷ୍କା ଶର୍ମାଙ୍କ ଦ୍ୱାରା ନିର୍ମିତ ‘କ୍ୱାଲା’ରେ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ସେ ସୁଟିଂର ପ୍ରଥମ ସିଡ୍ୟୁଲ ପୂରା କରିଛନ୍ତି। ଏହି ଫିଲ୍ମରେ ‘ବୁଲବୁଲ’ ଫେମ୍‌ ଅଭିନେତ୍ରୀ ତୃପ୍ତି ଡିମରୀ ମଧ୍ୟ ଅଭିନୟ କରୁଛନ୍ତି।