ଏବେ ଟ୍ରେନରେ ଖାଇବା ପାଇଁ ହେଲେ ଦେବାକୁ ହେବ ଅଧିକ ଟଙ୍କା, ଜାଣନ୍ତୁ IRCTC ର ନୂଆ ମେନ୍ୟୁ

ବଢ଼ିଲା ଟ୍ରେନ ଖାଦ୍ୟ ଦର । ଏବେ ଟ୍ରେନରେ ଖାଇବା ପାଇଁ ହେଲେ ଦେବାକୁ ହେବ ଅଧିକ ଟଙ୍କା, ଜାଣନ୍ତୁ IRCTC ର ନୂଆ ମେନ୍ୟୁ । ଏଥିରେ ୭୦ ରୁ ଅଧିକ ଅପସନ ମିଳିବ। ଭେଜ ଓ ନନ୍‌ ଭେଜ ଉଭୟ ଲିଷ୍ଟ ରହିବ। ସୁଗାର ଫ୍ରି ଅପସନ ମଧ୍ୟ ଦିଆଯିବ।

ପ୍ରତିଦିନ ଟ୍ରେନରେ କୋଟି କୋଟି ଲୋକ ଯାତ୍ରା କରୁଛନ୍ତି। ନିଜର ଲମ୍ବା ଓ ଛୋଟ ଯାତ୍ରା ପାଇଁ ପ୍ରତ୍ୟେକ ଯାତ୍ରୀ ଏହି ଟ୍ରେନ ଉପରେ ନିର୍ଭର କରିଥାନ୍ତି। ଏମିତିରେ ଟ୍ରେନ ସହ ଜଡ଼ିତ କିଛି ଖବର ସମ୍ପର୍କରେ ଜାଣିବା ନିହାତି ଜରୁରୀ। ପ୍ରତ୍ୟେକ ଥର ଆମେ ଆପଣଙ୍କୁ ଟ୍ରେନ ସହ ଜଡ଼ିତ ନୂଆ ନୂଆ ଅପଡେଟ ସମ୍ପର୍କରେ କହୁଛୁ। ଏମିତି କିଛି ଖବର ଆମେ ଆପଣଙ୍କ ପାଇଁ ଆଜି ନେଇ ଆସିଛୁ। ଯାହାର ପ୍ରଭାବ ପ୍ରତ୍ୟେକ ସ୍ଥାନରେ ପ୍ରତ୍ୟେକ ଯାତ୍ରୀଙ୍କ ଉପରେ ପଡ଼ିବ।

ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନେ ଏକ ବଡ଼ ଝଟକା ପାଇଛନ୍ତି। ବର୍ତ୍ତମାନ ଆପଣ ଟ୍ରେନରେ ଖାଦ୍ୟ ଅର୍ଡ଼ର କରୁଥିବେ, ତେବେ ଆପଣଙ୍କୁ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।ରେଳ ଖାଦ୍ୟର ମୂଲ୍ୟ ବୃଦ୍ଧି କରିଛି। ତେବେ ବର୍ତ୍ତମାନ ଲୋକମାନେ ରେଳବାଇରେ ମହଙ୍ଗା ଖାଦ୍ୟ ଖାଇବାକୁ ପାଇବେ । ରେଳବାଇ ଚାଟରେ ମୂଲ୍ୟ ବୃଦ୍ଧି କରିଛି।

ଏବେ ଟ୍ରେନରେ ଖାଦ୍ୟ ହେବ ମହଙ୍ଗା। ଆଇଆରସିଟିସି ଏହାକୁ ନେଇ ଏକ ବଡ଼ ନିଷ୍ପତ୍ତି ଜଣାଇଛି। ପ୍ରତ୍ୟେକ ରେଳ ଯାତ୍ରୀ ଏହି ପରିବର୍ତ୍ତନରେ ପ୍ରଭାବିତ ହେବେ। ଏହାକ ପୂର୍ବରୁ ଆଉ ଏକ କଥା ଜାଣିନିଅନ୍ତୁ। ଟ୍ରେନରେ ଷ୍ଟାଣ୍ଡାର୍ଡ ମେନ୍ୟୁରେ କିଛି ପରିବର୍ତ୍ତନ କରାଯାଇନାହିଁ। ପ୍ୟାଣ୍ଟି କାରରେ ମିଳୁଥିବା ସାମାନ୍ୟ ଫୁଡର ଦାମରେ କିଛି ଚେଞ୍ଜେସ ହୋଇନାହିଁ। କିନ୍ତୁ ନୂଆ ମେନ୍ୟୁରେ ଫୁଡ଼ ଦାମ ବଦଳାଯାଇଛି।

ଆଇଆରସିଟିସି କହିଛି ଯେ, ଖାଦ୍ୟ ତାଲିକାରେ ଆହୁରି ଅନେକ ଜିନିଷ ଆଡ଼୍‍ କରାଯାଇଛି ଏବଂ ଏଥିରେ ଅନେକ ପରିବର୍ତ୍ତନ ମଧ୍ୟ କରାଯାଇଛି। ସେଥିପାଇଁ ମୂଲ୍ୟ ବୃଦ୍ଧି କରାଯାଇଛି। ମୂଲ୍ୟ ନିଶ୍ଚିତ ଭାବେ ବୃଦ୍ଧି ପାଇଛି କିନ୍ତୁ ଏତେ ବୃଦ୍ଧି ହୋଇନାହିଁ ଯେ ଜଣେ ସାଧାରଣ ଲୋକ ଖାଇ ପାରିବେ ନାହିଁ । ଟ୍ରେନର ପାନ୍ଟ୍ରି କାରରେ ମିଳୁଥିବା ସାଧାରଣ ଖାଦ୍ୟ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।

ଆଇଆରସିଟିସି ର କହିବା ଅନୁସାରେ କିଛି ସମୟ ପୂର୍ବରୁ ସେ A-La-Carte ମେନ୍ୟୁ ବାହାର କରିଥିଲା। ଏଥିରେ ନୂଆ ଆଇଟମ ରହିଛି। ଯାହାର ଦାମ ନୂଆ ରହିଛି। ସୂଚନା ଅନୁସାରେ ଟ୍ରେନରେ ମିଳୁଥିବା ସକାଳ ଓ ସନ୍ଧ୍ୟାରେ ଫିକ୍ସଡ ମେନ୍ୟୁ ବ୍ୟତିତ ଆପଣ ନିଜ ମନ ପସନ୍ଦ ମୁତାବିକ A-La-Carte ଅର୍ଡ଼ର ମଧ୍ୟ କରିପାରିବେ। ଏଥିରେ ୭୦ ରୁ ଅଧିକ ଅପସନ ମିଳିବ। ଭେଜ ଓ ନନ୍‌ ଭେଜ ଉଭୟ ଲିଷ୍ଟ ରହିବ। ସୁଗାର ଫ୍ରି ଅପସନ ମଧ୍ୟ ଦିଆଯିବ।

ଟ୍ରେନର ଖାଦ୍ୟ ମେନୁରେ ଅନେକ ଆଇଟମ୍ ଅଛି ସେଠି ମଧ୍ୟରୁ ରୋଟି, ଦୋସା, ଡାଲି, ଗୁଲାବ ଜାମୁନ୍ ଏବଂ ସ୍ୟାଣ୍ଡୱିଚ୍ ମୂଲ୍ୟ ବୃଦ୍ଧି କରାଯାଇଛି ବୋଲି ଆଇଆରସିଟିସି କହିଛି:

– ରୁଟି – ୩ ରୁ ୧୦ ଟଙ୍କାକୁ ବୃଦ୍ଧି କରାଯାଇଛି
– ସାଣ୍ଡୱିଚ୍ – ୧୫ ରୁ ୨୫ ଟଙ୍କା
– ମସାଲା ଦୋସା – ୪୦ ରୁ ୫୦ ଟଙ୍କାକୁ ବୃଦ୍ଧି କରାଯାଇଛି
– ବ୍ରେଡ୍ ପାକୋଡା – ୧୦ ରୁ ୧୫ ଟଙ୍କାକୁ ବୃଦ୍ଧି କରାଯାଇଛି
– ଆଲୁ ବରା – ଏହା ୭ ଟଙ୍କାରୁ ୧୦ ଟଙ୍କାରେ ପରିଣତ ହୋଇଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.