Below header

ଲକଡାଉନ ପରେ କେବଳ ଏହି ଯାତ୍ରୀମାନେ କରିପାରିବେ ଟ୍ରେନ ଯାତ୍ରା, ରେଲୱେ ଆଣୁଛି ନୂଆ ନିୟମ

ଲକଡାଉନ ପରର ସ୍ଥିତି କେମିତି ରହିବ, ସରକାର କେଉଁ ନିଷ୍ପତ୍ତି ନେବେ ସେନେଇ ଏପର୍ଯ୍ୟନ୍ତ କିଛି ଜଣାପଡ଼ିନାହିଁ। ତଥାପି ରେଳବିଭାଗ ତରଫରୁ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏପ୍ରିଲ ୧୪ ପରେ ରେଳ ଚଳାଚଳ କରିବାକୁ ଯୋଜନା କରାଯାଉଛି। ମାତ୍ର ଏବେ ଦେଶରେ କରୋନା ସ୍ଥିତି ଉଦବେଗଜନକ ଥିବାରୁ ରେଳ ବିଭାଗ ତରଫରୁ ଅନେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବା ପରେ ହିଁ ଟ୍ରେନ ଗଡ଼ିବ ବୋଲି ଜଣାଯାଇଛି।

ତେବେ ପୁନଶ୍ଚ ଟ୍ରେନ ଚଳାଚଳ ଆରମ୍ଭ କରିବା ପୂର୍ବରୁ କେଉଁମାନେ ଟ୍ରେନରେ ଯାତ୍ରା କରିବେ ବିଭାଗ ତରଫରୁ ସେନେଇ କେତେକ ପ୍ରସ୍ତାବ ଉପରେ ଆଲୋଚନା କରାଯାଉଛି। ଆସନ୍ତୁ ଜାଣିବା ଲକଡାଉନ ପରେ ରେଳ ବିଭାଗ କେଉଁ ମାନଙ୍କୁ ଯାତ୍ରା ପାଇଁ ଅନୁମତି ଦେବ…

  • ଯେଉଁ ଯାତ୍ରୀ ମାନେ ସମ୍ପୂର୍ଣ୍ଣ ସୁସ୍ଥ ଥିବେ।
  • ଟ୍ରେନରେ ଯାତ୍ରା ସମୟରେ ସାମାଜିକ ଦୂରତା ବଜାୟ ରଖିବା ଜରୁରୀ।
  • ଯାତ୍ରୀ ମାସ୍କ ପିନ୍ଧିବା ଆବଶ୍ୟକ।
  • ଥର୍ମାଲ ସ୍କ୍ରିନିଂ ପରେ ହିଁ ଯାତ୍ରୀ ଟ୍ରେନକୁ ପ୍ରବେଶ କରିପାରିବେ।

Railways now offers Rs 10 lakh insurance cover for train travel ...

ଲକଡାଉନ ପରେ ଟ୍ରେନ ଚଳାଚଳ ହେବକି ନାହିଁ ସେ ନେଇ ସରକାର ନିଷ୍ପତ୍ତି ନେବେ। ସମସ୍ତ ସ୍ଥାନକୁ ଟ୍ରେନ ଚଳାଚଳ ହେବ ନାହିଁ। ଯେଉଁ ଅଞ୍ଚଳକୁ କୋଭିଡ-୧୯ ହଟସ୍ପଟ ଭାବେ ସୂଚିତ କରାଯାଇନଥିବ, କେବଳ ସେହି ଅଞ୍ଚଳକୁ ଟ୍ରେନ ଚଳାଚଳ ପାଇଁ ଅନୁମତି ମିଳିପାରେ ବୋଲି ଆଶା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.