Below header

Tyresରେ କାହିଁକି ଲାଗିଥାଏ ରବର ହେୟାର ? ଆପଣଙ୍କୁ ଜଣାଅଛି କି ନାହିଁ ଏହାର ଉତ୍ତର

ଯଦି ଆପଣ ଗାଡିର ନୂଆ ଟାୟାରକୁ କେବେ ନୋଟିସ୍‌ କରିଥିବେ ତାହେଲେ ନିଶ୍ଚୟ ଦେଖିଥିବେ ଯେ ଟାୟାର ଉପରେ ରବରରେ ଏକ କଣ୍ଟା ଭଳି ସେପ୍‌ ରହିଥାଏ। କିନ୍ତୁ ଅଧିକାଂଶ ଲୋକଙ୍କୁ ଏହା ଜଣାନାହିଁ ଯେ ଏହି ହେୟାର ଟାୟାର୍ସ ଉପରେ କାହିଁକି ଲାଗିଥାଏ। ବହୁତ କମ୍‌ ଲୋକଙ୍କୁ ଏହା ଜଣାଥିବ ଯେ ଏହାକୁ ଟାୟାର ଉପରେ କାହିଁକି ଲଗାଯାଏ।

ଟାୟର୍ସର ଉପର ଲେୟାରରେ ଲାଗିଥିବା ଏହି ହେୟାରକୁ ଭେଣ୍ଟ ସ୍ପୁଜ୍‌ (Vent Spews) କୁହାଯାଏ। ଏହାକୁ ଏଥିପାଇଁ ଲଗାଯାଏ କାରଣ ଏହା ଗାଡିକୁ ରାସ୍ତାରେ ଚାଲିବାବେଳେ ଟାୟରର କ୍ଷମତାକୁ ମଜବୁତ କରାଇଥାଏ। ଏହାର କାମ ସେତେ ପର୍ଯ୍ୟନ୍ତ ଥାଏ, ଯେତେ ପର୍ଯ୍ୟନ୍ତ ଟାୟର୍ସକୁ ବନାଯାଇଥାଏ। ଥରେ ଯେତେବେଳେ ଟାୟାର ପ୍ରସ୍ତୁତ ହୋଇଯାଏ, ସେତେବେଳେ ଏହାର କାମ କିଛି ନଥାଏ। ପରେ ଏହାର ରହିବା ନରହିବା ଦ୍ୱାରା ବି କୌଣସି ଫରକ ପଡିନଥାଏ। ଆପଣ ଏହାକୁ ପରେ ହଟାଇ ବି ପାରିବେ।

ଗାଡି ଚଲାଇବା ସମୟରେ ଟାୟର ଉପରେ ଯେଉଁ ଚାପ ପଡିଥାଏ, ସେହି ଚାପର ପ୍ରଭାବକୁ କମ୍‌ କରିବା ପାଇଁ ଟାୟର ମଜବୁତ ରହିବା ବହୁତ ଜରୁରୀ। ନଚେତ ଟାୟର ଅଧିକ ଦିନ ଧରି ଲାଷ୍ଟିଙ୍ଗ କରିବନାହିଁ। ମଜୁବତ ଟାୟାର ବନାଇବା ପାଇଁ ଯେତିକି ଜରୁରୀ ଭଲ ମ୍ୟାଟେରିଆଲର ବ୍ୟବହାର, ସେତିକି ଜରୁରୀ ଟାୟରକୁ ବନାଇବା ସମୟର ଏହାର ପ୍ରକ୍ରୀୟା।

ଫ୍ୟାକ୍ଟ୍ରିରେ ଟାୟାର ବନାଇବା ପାଇଁ ରବରକୁ ମେଲ୍ଟ କରାଯାଇ ଟାୟରର ସେପ୍‌ ଦିଆଯାଏ। ଏହି ପ୍ରକ୍ରୀୟା ସମୟରେ ଯେପରି ଟାୟାର ଏବଂ ମୋଲ୍ଡ ମଧ୍ୟରେ ଟିକେ ବି ପବନ ନରହେ। ଏହି ସମୟରେ ଭେଣ୍ଟ ସ୍ପୁଜ୍‌ ବନିଯାଏ। ଆଉ ଏହା ଟାୟାର ବନାଇବା ପ୍ରକ୍ରୀୟାର ଅଂଶ ହୋଇଥାଏ।

ଏହାପରେ ଯେତେବେଳେ ଆପଣ ଟାୟାରର ବ୍ୟବହାର କରନ୍ତି, ସେତେବେଳେ ଏହି ରବରର କଣ୍ଟା ଘସି ଯାଏ। କିନ୍ତୁ ଆପଣଙ୍କ ଟାୟାର ଉପରେ ଏହାର କୌଣସି ପ୍ରଭାବ ପଡିନଥାଏ। ମିଡିଲ ପଏଣ୍ଟରେ ସିନା ଏହି ରବର ହେୟାର ଘସିଯାଏ କିନ୍ତୁ ଟାୟାରର ସାଇଡରେ ଲମ୍ବା ସମୟ ପର୍ଯ୍ୟନ୍ତ ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.