ପୁଣି ବଢ଼ିଲା ରନ୍ଧନ ଗ୍ୟାସ୍ ଦର, ମାସକରେ ବଢ଼ିଲାଣି ୩ ଥର
ତୈଳ କମ୍ପାନୀଗୁଡ଼ିକ ଆଜି ଏଲ୍ପିଜି ସିଲିଣ୍ଡର ଦର ପୁଣି ବଢ଼ାଇ ଦେଇଛନ୍ତି। ଦିଲ୍ଲୀରେ ରନ୍ଧନ ଗ୍ୟାସ୍ ସିଲିଣ୍ଡର ଦର ୨୫ ଟଙ୍କା ବଢ଼ି ୭୯୪ ଟଙ୍କା ହୋଇଛି। ଚଳିତ ମାସରେ ତୃତୀୟ ଥର ପାଇଁ ଦର ବଢ଼ିଛି।
ଦର ପାଖାପାଖି ୮୦୦
ଦିଲ୍ଲୀରେ ଅଣ ସବ୍ସିଡିଯୁକ୍ତ ସିଲିଣ୍ଡର ୭୯୪ ଟଙ୍କା ହୋଇଯାଇଛି। ପୂର୍ବରୁ ଏହା ୭୬୯ ଟଙ୍କା ଥିଲା। ଏହି ମାସରେ ୩ ଥର ରନ୍ଧନ ଗ୍ୟାସ୍ ଦର ୧୦୦ ପର୍ଯ୍ୟନ୍ତ ବଢ଼ିଛି। ପୂର୍ବରୁ ୪ ଫେବୃଆରୀରେ ଦର ୨୫ ଟଙ୍କା, ପୁଣି ୧୪ ଫେବୃଆରୀରେ ୫୦ ଟଙ୍କା ଏବଂ ଏବେ ପୁଣିଥରେ ୨୫ ଟଙ୍କା ବଢ଼ିଯାଇଛି। ଡିସେମ୍ବରରୁ ଏ ପର୍ଯ୍ୟନ୍ତ ସିଲିଣ୍ଡର ଦର ୨୦୦ ଟଙ୍କା ବଢ଼ିସାରିଲାଣି।