ନାହକ୍ ମୋଟର୍ସ ସୋଲୋ ଲଞ୍ଚ କଲା ଏହାର ନୂଆ ଗାଡ଼ି, ୨୫ ପଇସାରେ ଚାଲିବ ୧ କିଲୋମିଟର

ଭାରତର ଇଲେକ୍ଟ୍ରିକ୍ କମ୍ପାନୀ ନିର୍ମାତା ନାହକ ମୋଟର୍ସ ଭାରତରେ ଏହାର ନିଜର ଗାଡ଼ି ଇ-ମୋପେଡ୍ Exito Solo ଲଞ୍ଚ କରିଛି। ଯାହାକି ଭାରତୀୟ ଗାଡ଼ି କମ୍ପାନୀ। ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବଢୁଥିବା ମଧ୍ୟରେ ଭାରତର ଇଲେକ୍ଟ୍ରିକ ଯାନ ନିର୍ମାତା ନାହକ ମୋଟର୍ସ ଭାରତରେ ନିର୍ମିତ ଏକଜିଟୋ ସୋଲୋ ଇ-ମୋପେଡ୍ ଲଞ୍ଚ କରିଛି।
ଏହାର ଏକ୍ସ-ସୋରୁମ୍ ମୂଲ୍ୟ ୮୫,୯୯୯ ଟଙ୍କା ରଖାଯାଇଛି। କମ୍ପାନୀ କହିଛି ଯେ ଏହି ଇଲେକ୍ଟ୍ରିକ୍ ମୋପେଡ୍ ଚଳାଇବା ପାଇଁ କିଲୋମିଟର ପିଛା ମାତ୍ର ୨୫ ପଇସା ଖର୍ଚ୍ଚ ହେବ। କମ୍ପାନୀ କହିଛି ଯେ ଏହା ଆସନ୍ତା ଏପ୍ରିଲରୁ ଇ-ମୋପେଡ୍ ମାର୍କେଟରେ ବିକ୍ରି କରିବ। ନାହାକ ମୋଟର୍ସର ଏହି ଗାଡ଼ିର ବ୍ୟାଟେରୀ ଏବଂ ରେଞ୍ଜ ଭଲ ରହିଛି । ଏହାକୁ ଗାଁ ଏବଂ ସହରର ସମସ୍ତ ପ୍ରକାରର ରାସ୍ତାରେ ଚଲାଯିବା ପାଇଁ ଡିଜାଇନ୍ କରାଯାଇଛି। ଏହି ଇ-ମୋପେଡ୍ ୧୫୦ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନ ପର୍ଯ୍ୟନ୍ତ ଜିନିଷ ବୋହି ପାରିବ।
ଏହାର 48v 30 AH ବ୍ୟାଟେରୀ ଥିବା ହେତୁ ଏହାକୁ ଥରେ ଚାର୍ଜ କଲେ ପ୍ରାୟ ୮୦ କିମି ପର୍ଯ୍ୟନ୍ତ ଚାଲିବ। ସଂପୂର୍ଣ୍ଣ ଚାର୍ଜ ହେବାକୁ ଏହି ଗାଡିକୁ ପ୍ରାୟ ୫ ଘଣ୍ଟା ଲାଗେ। ଏହାର ବ୍ୟାଟେରୀକୁ ଘରର ନିୟମିତ ପାୱାର୍ ସକେଟ୍ ମାଧ୍ୟମରେ ମଧ୍ୟ ଚାର୍ଜ କରାଯାଇପାରିବ। ଆପଣ ଏହି ଗାଡିକୁ ଅନଲାଇନରେ ବୁକ୍ କରିପାରିବେ।
ଇ-ମୋପେଡ୍ ବିଷୟରେ ନାହକ ମୋଟର୍ସ ଅଧ୍ୟକ୍ଷ ଡକ୍ଟର ପ୍ରଭାତ ନାହକ୍ କହିଛନ୍ତି, “ଆମେ ଭାରତର ଏକ ନମ୍ବର ଇ-ମୋବିଲିଟି କମ୍ପାନୀ, ଯେଉଁଥିରେ ଭାରତରେ ସର୍ବାଧିକ ସଂଖ୍ୟକ ଇଭିଏମ୍ ଯାନ ରହିଛି। ଦିନକୁ ଦିନ ଯେହେତୁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବଢ଼ିବାକୁ ଲାଗିଛି ଛୋଟ ବ୍ୟବସାୟୀମାନେ ଅଧିକ ପ୍ରଭାବିତ ହେଉଛନ୍ତି।
ଏହି ବ୍ୟବସାୟୀଙ୍କୁ ସୁଲଭ ପରିବହନ ଯୋଗାଇଦେବା ପାଇଁ ଭାରତରେ ତିଆରି ହୋଇଛି ଏହି ଗାଡ଼ି । ଏହା ଭାରତୀୟ କମ୍ପାନୀ ହିଁ ତିଆରି କରିଛି। ଏହି ଗାଡ଼ିର ସବୁଠାରୁ ଭଲ ଫିଚର୍ ହେଉଛି ଏହା ସ୍ମୂଥରେ ଚାଲିଥାଏ। ବ୍ରେକ ମଧ୍ୟ ଭଲ ରହିଛି। ତେଣୁ ଆପଣ ଯଦି ଜଣେ ଖୁଚୁରା ବ୍ୟବସାୟୀ, ସବୁ ଦିନେ ଜିନିଷ ନେବା ଆଣିବା କରିଛନ୍ତି। ଆପଣ ଏହି ଇଲେକ୍ଟ୍ରିକ୍ ଗାଡ଼ି କିଣିପାରିବେ।