ଅଗ୍ନିବୀର ନିଯୁକ୍ତି ପାଇଁ ଅନଲାଇନ୍‌ ପଞ୍ଜୀକରଣ ଆରମ୍ଭ, ଏମିତି କରନ୍ତୁ ଆବେଦନ

ଭାରତୀୟ ସେନାରେ ଆଜି (ଜୁଲାଇ ୧, ୨୦୨୨) ଠାରୁ ଅଗ୍ନିପଥ ଯୋଜନା ମାଧ୍ୟମରେ ଅଗ୍ନିବୀରଙ୍କ ନିଯୁକ୍ତି ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀ ଏହାର ଅଫିସିଆଲ୍ ୱେବସାଇଟ୍ joinindianarmy.nic.in କୁ ଯାଇ ଆବେଦନ କରି ପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ

ଅଧିସୂଚନା ଜାରି ହେବା ତାରିଖ- ୨୦ ଜୁନ୍ ୨୦୨୨
ଅନଲାଇନ୍ ପଞ୍ଜୀକରଣ- ୧ ଜୁଲାଇ, ୨୦୨୨
ଲିଖିତ ପରୀକ୍ଷା-୧୬ ଅକ୍ଟୋବର, ୨୦୨୨
ପ୍ରଶିକ୍ଷଣ- ୩୦ ଡିସେମ୍ବର, ୨୦୨୨ ପରେ

କହି ରଖୁଛୁ, ଅଗ୍ନିପଥ ଯୋଜନା ଅଧୀନରେ ପ୍ରାର୍ଥୀମାନଙ୍କୁ ୪ ବର୍ଷ ପାଇଁ ନିଯୁକ୍ତି ଦିଆଯିବ। ଏଥିରେ ଅଗ୍ନିବୀର ଜେନେରାଲ୍‌ ଡ୍ୟୁଟି, ଅଗ୍ନିବୀର ଟେକ୍ନିକାଲ୍, ଅଗ୍ନିବୀର ଟେକ୍ନିକାଲ୍ (ଆଭିଏସନ୍ / ଆମ୍ୟୁନିସନ ଏକ୍ସାମିନର), ଅଗ୍ନିବୀର କ୍ଲର୍କ / ଷ୍ଟୋର କିପର, ଟେକ୍ନିକାଲ୍, ଅଗ୍ନିବୀର ଟ୍ରେଡ୍ସମ୍ୟାନ୍ ଜେନେରାଲ୍ (ଅଷ୍ଟମ ପାସ୍) ଏବଂ ଅଗ୍ନିବୀର ଟ୍ରେଡ୍ସମ୍ୟାନ ଟେକ୍ନିକାଲ୍ ପଦ ସାମିଲ ରହିଛି।

ଏହି ପଦ ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କୁ ଫିଜିକାଲ୍ ଫିଟନେସ୍ ଟେଷ୍ଟ (PFT) ଏବଂ ଫିଜିକାଲ୍ ମେଜରମେଣ୍ଟ ଟେଷ୍ଟ (PMT)ରେ ସାମିଲ ହେବାକୁ ଡକାଯିବ। ଏହାପରେ ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀଙ୍କୁ ମେଡିକାଲ ଟେଷ୍ଟ୍‍ ଏବଂ ପରେ ଲିଖିତ ପରୀକ୍ଷା ପାଇଁ ଡକାଯିବ। ଆବେଦନକାରୀଙ୍କ ବୟସ ସାଢ଼େ ୧୭ ବର୍ଷରୁ ୨୩ ବର୍ଷ ମଧ୍ୟରେ ହେବା ଉଚିତ୍।

କେତେ ମିଳିବ ଦରମା

ପ୍ରଥମ ବର୍ଷ- ୩୦,୦୦୦ ଟଙ୍କା (ଏଥି ସହିତ ଲାଗୁ ଭତ୍ତା)

ଦ୍ୱିତୀୟ ବର୍ଷ- ୩୩,୦୦୦ ଟଙ୍କା (ଭତ୍ତା)

ତୃତୀୟ ବର୍ଷ- ୩୬,୫୦୦ ଟଙ୍କା (ଭତ୍ତା)

ଚତୁର୍ଥ ବର୍ଷ- ୪୦,୦୦୦ ଟଙ୍କା (ଭତ୍ତା)

ନିଯୁକ୍ତି ରାଲିର ସମ୍ଭାବ୍ୟ ତାରିଖ

ବାଙ୍ଗାଲୋର୍‌ ଜୋନ- ୧୦ ଅଗଷ୍ଟରୁ ୨୨ ଡିସେମ୍ବର, ୨୦୨୨
ଅମ୍ବାଲା ଜୋନ୍- ୧୨ ଅଗଷ୍ଟରୁ ୧୦ ଡିସେମ୍ବର ୨୦୨୨
ଜୟପୁର ଜୋନ୍- ୧୩ ଅଗଷ୍ଟରୁ ୧୨ ଡିସେମ୍ବର ୨୦୨୨
ଚେନ୍ନାଇ ଜୋନ୍- ୧୩ ଅଗଷ୍ଟରୁ ୨୫ ନଭେମ୍ବର ୨୦୨୨
ଜବଲପୁର ଜୋନ୍- ୧ ସେପ୍ଟେମ୍ବରରୁ ୨୭ ନଭେମ୍ବର ୨୦୨୨
ଦାନାପୁର ଜୋନ୍- ୫ ସେପ୍ଟେମ୍ବରରୁ ୨୦ ଡିସେମ୍ବର ୨୦୨୨

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.