ବିନା ପରୀକ୍ଷାରେ ରେଲୱେରେ ଚାକିରି! ଯଦି ଆପଣ ୧୦ମ ପାସ୍‌…ତା’ ହେଲେ ତୁରନ୍ତ କରନ୍ତୁ ଆବେଦନ

ଆପଣ ସରକାରୀ ଚାକିରି ଚାହୁଁଛନ୍ତି କି? ତ ୧୦ମ ପାସ୍‌ ଆଶାୟୀଙ୍କ ପାଇଁ ରେଲୱେରେ ରହିଛି ବଢ଼ିଆ ନିଯୁକ୍ତି ସୁଯୋଗ। ଅର୍ଥାତ୍‌ ଯଦି ଆପଣ ମାଟ୍ରିକ୍‌ ପାସ୍‌ କରିଛନ୍ତି, ତ ରେଲୱେରେ ଏକ ଭଲ ଚାକିରି ପାଇ ପାରିବେ। ଖାସ୍‌ କଥା ହେଉଛି, ଆପଣ ବିନା ପରୀକ୍ଷାରେ ହିଁ ଏଥିରେ ଉତ୍ତୀର୍ଣ୍ଣ ହୋଇ ପାରିବେ। ସୂଚନାଥାଉ କି, ସାଉଥ୍‌ ଇଷ୍ଟ୍‍ ସେଣ୍ଟ୍ରାଲ ରେଲୱେ (SECR) େଓ୍ଵଲ୍‌ଡର, ଟର୍ନର, ଫିଟର, ଇଲେକ୍ଟ୍ରିସିଆନ, ଷ୍ଟେନୋଗ୍ରାଫର (ହିନ୍ଦୀ ଓ ଇଂଲିଶ), ମେସିନିଷ୍ଟ୍‍ ଆଦି କେତେକ ଟ୍ରେଡ୍‌ରେ ଖାଲି ପଡ଼ିଥିବା ପଦ ପାଇଁ ଆବେଦନ ମାଗିଛି। ଏହି ନିଯୁକ୍ତି ଅଭିଯାନ ମାଧ୍ୟମରେ ମୋଟ ୧୦୩୩ଟି ପଦ ପୂରଣ କରାଯିବ। ଅନଲାଇନ ଆବେଦନ ୨୫ ଏପ୍ରିଲରୁ ଆରମ୍ଭ ହୋଇ ଯାଇଥିବା ବେଳେ ଯୋଗ୍ୟ ପ୍ରାର୍ଥୀମାନେ ୨୪ ମେ’ କିମ୍ବା ଏହା ପୂର୍ବରୁ ଅନଲାଇନ ମୋଡ୍‌ରେ ଆବେଦନ କରି ପାରିବେ।

ଖାଲି ପଡ଼ିଥିବା ପଦର ବିବରଣୀ

SECR Railway Apprentice Recruitment 2022 ଅଭିଯାନରେ ଡିଆର୍‌ଏମ୍‌ ଅଫିସ୍‌, ରାୟପୁର ଡିଭିଜନରେ ମୋଟ ୬୯୬ଟି ଆପ୍ରେଣ୍ଟିସ୍‌ ପଦ ଏବଂ ଭେଗାନ ରିପେୟାର ଶପ୍‌, ରାୟପୁରରେ ମୋଟ ୩୩୭ଟି ଆପ୍ରେଣ୍ଟିସ୍‌ ପଦ ସାମିଲ ରହିଛି।

ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା

ଆପ୍ରେଣ୍ଟିସ୍‌ ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀ ମାନଙ୍କର କୌଣସି ବି ମାନ୍ୟତାପ୍ରାପ୍ତ ବୋର୍ଡରୁ ଅତି କମ୍‌ରେ ୫୦ ପ୍ରତିଶତ ମାର୍କ ସହିତ ୧୦ମ ପାସ୍‌ ସାର୍ଟିଫିକେଟ ଥିବା ଜରୁରୀ। ଏହାଛଡ଼ା ମାନ୍ୟତାପ୍ରାପ୍ତ ସଂସ୍ଥାରୁ ସମ୍ବନ୍ଧିତ ଟ୍ରେଡ୍‌ରେ ଆଇଟିଆଇ ସାର୍ଟିଫିକେଟ ଥିବା ମଧ୍ୟ ଜରୁରୀ। ଆବେଦନ ପାଇଁ ବୟସ ସୀମା ୧୫ରୁ ୨୪ ବର୍ଷ ନିର୍ଦ୍ଧାରିତ କରାଯାଇଛି। ସଂରକ୍ଷିତ ବର୍ଗର ପ୍ରାର୍ଥୀ ମାନଙ୍କୁ ସରକାରୀ ମାନଦଣ୍ଡ ଅନୁସାରେ ସର୍ବାଧିକ ବୟସ ସୀମାରେ ଛାଡ୍‌ କରାଯିବ।

ଚୟନ ପ୍ରକ୍ରିୟା

ରେଲୱେ ଆପ୍ରେଣ୍ଟିସ୍‌ ପଦରେ ନିଯୁକ୍ତି ନିମନ୍ତେ ପ୍ରାର୍ଥୀ ମାନଙ୍କର କୌଣସି ଲିଖିତ ପରୀକ୍ଷା କିମ୍ବା ଇଣ୍ଟରଭ୍ୟୁ କରାଯିବ ନାହିଁ। କେବଳ ୧୦ମ ବୋର୍ଡ ପରୀକ୍ଷାରେ ହାସଲ କରିଥିବା ମାର୍କ ବା ପ୍ରତିଶତ ଆଧାରରେ ପ୍ରସ୍ତୁତ ମେରିଟ୍‌ ଲିଷ୍ଟ ମାଧ୍ୟମରେ ପ୍ରାର୍ଥୀ ଚୟନ ହେବେ।

କେମିତି କରିବେ ଅନଲାଇନ ଆବେଦନ

ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ Apprenticeship India ର ଅଫିସିଆଲ େଓ୍ଵବ୍‌ସାଇଟ apprenticeshipindia.org କୁ ଯାଇ ଅନଲାଇନ ଆବେଦନ କରି ପାରିବେ। ଧ୍ୟାନ ରଖନ୍ତୁ ଯେ ଆବେଦନର ହାର୍ଡ କପି ଗ୍ରହଣ କରାଯିବ ନାହିଁ। ପ୍ରାର୍ଥୀ ମାନେ କେବଳ ଅନଲାଇନ ମୋଡ୍‌ରେ ହିଁ ଆବେଦନ କରି ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.