କୃଷକଙ୍କୁ ଦୀପାବଳି ଭେଟି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି; ୧୧ କୋଟିରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ଜାରି ହେଲା ଦ୍ୱାଦଶ କିସ୍ତି

ଦୀପାବଳି ପୂର୍ବରୁ ସାରା ଦେଶର ୧୧ କୋଟିରୁ ଅଧିକ ଚାଷୀଙ୍କ ପାଇଁ ଖୁସି ଖବର ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ କିସାନ ସମ୍ମାନ ନିଧିର ଦ୍ୱାଦଶ କିସ୍ତି ପଇସା ଜାରି କରିଛନ୍ତି। ଏହି ଯୋଜନା ଅଧୀନରେ ଚାଷୀଙ୍କ ଆକାଉଣ୍ଟରେ ଦ୍ୱାଦଶ କିସ୍ତିର ୨୦୦୦ ଟଙ୍କା ଜମା କରାଯାଇଛି। ଯଦି ଆପଣ କେନ୍ଦ୍ର ସରକାରଙ୍କ ଏହି ଯୋଜନା ଅଧୀନରେ ଜଣେ ଲାଭାର୍ଥୀ, ତା’ ହେଲେ ନିଜ ଆକାଉଣ୍ଟ ଚେକ୍‌ କରି ପାରିବେ। ଆପଣ ନିଜ ଆକାଉଣ୍ଟକୁ ଅନଲାଇନ୍ ଯାଞ୍ଚ କରି ପଇସା ଆସିଛି କି ନାହିଁ, ତାହା ଯାଞ୍ଚ କରି ପାରିବେ।

ଏଥି ପୂର୍ବରୁ ୧୧ତମ କିସ୍ତିକୁ ପିଏମ୍‌ ମୋଦି ୩୧ ମେ’, ୨୦୨୨ରେ ଚାଷୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ। ମୋଦି ଅକ୍ଟୋବର ୧୭ରେ ପୁସାସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥାନ (ଆଇସିଆର)ରେ ଆୟୋଜିତ କାର୍ଯ୍ୟକ୍ରମରେ DBT ଜରିଆରେ ଦ୍ୱାଦଶ କିସ୍ତି ଜାରି କରିଛନ୍ତି। ସେ ଚାଷୀଙ୍କ ଆକାଉଣ୍ଟକୁ ୧୬ ହଜାର କୋଟି ଟଙ୍କା ଟ୍ରାନ୍ସଫର କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ କୃଷକ ଓ କୃଷି ଷ୍ଟାର୍ଟଅପ୍, ଗବେଷକ, ନୀତି ନିର୍ମାତା, ବ୍ୟାଙ୍କର୍ ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କୁ ମଧ୍ୟ ସମ୍ବୋଧିତ କରିଥିଲେ।

ଅନଲାଇନ୍ ଯାଞ୍ଚ କରନ୍ତୁ ଷ୍ଟାଟସ୍‌

-ପ୍ରଥମେ ପିଏମ କିସାନର ୱେବସାଇଟ୍ https://pmkisan.gov.in/ କୁ ଯାଆନ୍ତୁ।

-ଏଠାରେ ଡାହାଣ ପାର୍ଶ୍ୱରେ ଥିବା ‘Farmers Corner’ରେ ‘Beneficiary Status’ର ଅପସନ ଦେଖାଯିବ। ଏହା ଉପରେ କ୍ଲିକ୍ କରନ୍ତୁ।

-ନୂଆ ୱେବ୍ ପେଜ୍‌ ଖୋଲିବା ପରେ ମୋବାଇଲ୍ ନମ୍ବର କିମ୍ବା ପଞ୍ଜୀକରଣ ନମ୍ବର, କୌଣସି ଗୋଟିଏ ବିକଳ୍ପ ଚୟନ କରନ୍ତୁ।

ଏହା ମାଧ୍ୟମରେ ଆପଣ ଆକାଉଣ୍ଟରେ ପଇସା ଆସିଛି କି ନାହିଁ, ଯାଞ୍ଚ କରି ପାରିବେ।

-ଆପଣ ଯେଉଁ ବିକଳ୍ପ ଚୟନ କରିଛନ୍ତି, ତାହାର ନମ୍ବର ଭରନ୍ତୁ। ଏହା ପରେ ‘Get Data’ ଉପରେ କ୍ଲିକ୍ କରନ୍ତୁ।

-ଏଠାରେ କ୍ଲିକ୍ କଲେ ଆପଣଙ୍କୁ ସମସ୍ତ ଟ୍ରାଞ୍ଜାକ୍ସନର ସୂଚନା ମିଳିଯିବ। ଏଠାରୁ ଜଣାପଡ଼ିବ କି, ଆପଣଙ୍କ କିସ୍ତି ଜାରି ହୋଇଛି କି ନାହିଁ।

ଏମିତି ଚାଷୀଙ୍କୁ ମିଳିବ ୪୦୦୦ ଟଙ୍କା!

ସରକାରଙ୍କ ତରଫରୁ ପୂର୍ବରୁ ସ୍ପଷ୍ଟ କରାଯାଇଥିଲା ଯେ ଇ-କେଓ୍ଵାଇସି (e-kyc) କରାଇ ନ ଥିବା ଚାଷୀଙ୍କୁ ଦ୍ୱାଦଶ କିସ୍ତିର ପଇସା ପଠାଯିବ ନାହିଁ। ଯଦି ଆପଣଙ୍କ ଆକାଉଣ୍ଟରେ କୌଣସି କାରଣବଶତଃ ଏକାଦଶ କିସ୍ତିର ପଇସା ଆସିନାହିଁ ଏବଂ ଏଥର ଆପଣ e-kyc କମ୍ପ୍ଲିଟ୍‌ କରାଇ ଦେଇଛନ୍ତି, ତା’ ହେଲେ ଆକାଉଣ୍ଟରେ ୪୦୦୦ ଟଙ୍କାର ଧନରାଶି ଆସିଥିବ। ସେଥି ମଧ୍ୟରୁ ୨୦୦୦ ଟଙ୍କା ଏକାଦଶ କିସ୍ତିର ଏବଂ ୨୦୦୦ ଟଙ୍କା ଦ୍ୱାଦଶ କିସ୍ତିର ରହିଥିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.