୬ ଟଙ୍କାରୁ କମ୍‌ ମୂଲ୍ୟରେ ଯାତ୍ରା କରନ୍ତୁ ୨୦ କିଲୋମିଟର, କିଣିବେକି ଆପଣ ଏହି ଜବରଦସ୍ତ ଇଲେକଟ୍ରିକ ସ୍କୁଟର

ପେଟ୍ରୋଲ ଡିଜେଲର ଦାମ୍‌ ଦିନକୁ ଦିନ ବଢ଼ୁଥିବା କାରଣରୁ ବର୍ତ୍ତମାନ ଇଲେକଟ୍ରିକ ବାଇକ ଏବଂ ସ୍କୁଟର୍ସର ଡିମାଣ୍ଡ ବହୁତ ବେଶି ରହିଛି। ଏହାକୁ ନଜରରେ ରଖି ନିକଟରେ ପ୍ୟୋର ଇଭି ନିଜର ଇ-ସ୍କୁଟର ଇପ୍ଲୁଟୋ ୭ଜିକୁ ଲଞ୍ଚ୍‌ କରିଛି।

ପ୍ୟୋର ଇଭି ଇପ୍ଲୁଟୋ ୭ଜିକୁ ଥରେ ଫୁଲ ଚାର୍ଜ କରିବା ପରେ ୧୨୦ କିଲୋମିଟର ପର୍ଯ୍ୟନ୍ତ ଚଲାଯାଇପାରିବ। ପ୍ରତି କିଲୋମିଟର ପିଛା ଏହାର ରନିଙ୍ଗ କଷ୍ଟ୍‍ ୨୮ ପଇସା ଆସୁଛି। ଏହି ହିସାବରେ ପ୍ରତିଦିନ ୨୦ କିଲୋମିଟର ଟ୍ରାଭେଳ କରିବା ଦ୍ୱାରା ଗୋଟିଏ ଦିନରେ ଏହାର ଖର୍ଚ୍ଚ ୫ ଟଙ୍କା ୬୦ ପଇସା ଆସିଯିବ।

ଏହିପରି ଭାବରେ ଏହି ସ୍କୁଟରର ଚାର୍ଜିଙ୍ଗ ଫିସ୍‌ ୧୫୬ ଟଙ୍କା ରହିବ। ଏହି ଇ ସ୍କୁଟରର ଟପ୍‌ ସ୍ପୀଡ ୬୦ କିଲୋମିଟର ପ୍ରତି ଘଣ୍ଟା ରଖାଯାଇଛି। ଏହି ସ୍କୁଟରକୁ ଚାରି ଘଣ୍ଟା ଭିତରେ ଫୁଲ୍‌ ଚାର୍ଜ କରାଯାଇହେବ। ଏହି ଇଲେକଟ୍ରିକ ସ୍କୁଟରର ଏକ୍ସ-ଶୋରୁମ ଦାମ୍‌ ୮୩,୭୦୧ ଟଙ୍କା ରଖାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.