ୟୁଥ୍‌ଙ୍କ ମନ ପସନ୍ଦ ରୟାଲ ଏନଫିଲ୍ଡ ଲଞ୍ଚ କରିବ ନୂଆ ମଡେଲ 350cc ବାଇକ, ଜାଣନ୍ତୁ ଏହାର ଦାମ ସହ ନୂଆ ଫିଚର୍ସ

ରୟାଲ ଏନଫିଲ୍ଡ ଖୁବ ଶୀଘ୍ର ଦେଶରେ Meteor 350 ମଡେଲକୁ ଲଞ୍ଚ କରିବାକୁ ଯାଉଛି। ରିପୋର୍ଟ ଅନୁଯାୟୀ ବାଇକ ନିର୍ମତା କମ୍ପାନୀ ୧୮ ଇଞ୍ଚର ଫ୍ରଣ୍ଟ ଓ ୧୭ ଇଞ୍ଚର ରିୟର ଆଲାଓ ହ୍ଵିଲ ସହିତ ଏହି ନୂଆ ଭାରିଏଣ୍ଟକୁ ମାର୍କେଟକୁ ଆଣିବ। ଏହା ଆଗାମୀ ଜୁନ ଶେଷ କିମ୍ବା ଜୁଲାଇ ମାସର ଆରମ୍ଭରେ ବଜାରକୁ ଆସିବାର ପ୍ଳାନିଂ ରହିଛି।

ନୂଆ ରୟାଲ ଏନଫିଲ୍ଡ meteror 350 ଭାରିଏଣ୍ଟ ରେ ଗୋଟିଲ ଫ୍ଲେଟର ହ୍ୟାଣ୍ଡେଲବାର ସହ ଗୋଟିଏ ସିଙ୍ଗିଲ ପିସ୍‌ କଣ୍ଟର୍ଡ ସିଟ୍‌ ଦିଆଯାଇଛି। ଏହାର ଲୁକ ମଧ୍ୟ ରହିଛି ଜବରଦସ୍ତ। ଏଥିରେ ଅଣ୍ଡରପିନିଙ୍ଗସ୍‌ ଏବଂ ଇଞ୍ଜିନ କେସରେ ସ୍ପୋର୍ଟି ବ୍ଳାକ ଟ୍ରିଟମେଣ୍ଟ ମିଳିବାର ଶୁଣିବାକୁ ମିଳିଛି। ଏହାସହ ମଡେଲରେ ନୂଆ କଲର ଅପସନ ମଧ୍ୟ ରଖାଯାଇଛି।

ଏବେ ଜାଣନ୍ତୁ କଣ ସବୁ ରହିବ ନୂଆ:

ଏହାର ଲୁକ ବ୍ୟତିତ ବାଇକରେ ଅନ୍ୟ କୋଣସି ପରିବର୍ତ୍ତନ ହୋଇନାହିଁ। ନୂଆ ଭାରିଏଣ୍ଟରେ ଫ୍ରଣ୍ଟରେ 130mm ଟ୍ରାଭେଲ ସହିତ 41mm ଟେଲିସ୍କୋପିକ ଫୋର୍କ ଓ ରିୟରରେ ୬ ଷ୍ଟେପ ପ୍ରିଲୋଡ ଆଡଜେଷ୍ଟମେଣ୍ଟ ଦିଆଯାଇଛି। ଏହାବ୍ୟତିତ ଟ୍ଵିନ ସକ୍‌ ଆବଜର୍ଭର ର ସୁବିଧା ମଧ୍ୟ ରହିଛି। ତେବେ ବାଇକରେ 1400mm ର ଲମ୍ବା ହ୍ଵିଲବେସ୍‌ ଓ 170mmର ଗ୍ରାଉଣ୍ଡ କ୍ଲିୟରାନ୍ସ ଦ ିଆଯାଇଛି। ବାଇକରେ 300mm ଫ୍ରଣ୍ଟ ଏବଂ 270mm ରିୟର ଡିସ୍କ ବ୍ରେକ ସେଟଅପ୍‌ କରାଯାଇଛି।

ବାଇକର ଡିଜାଇନ:
ନୂଆ ଭାରିଏଣ୍ଟରେ କମ୍ପାନୀ ଖାସ କରି ଯୁବଗୋଷ୍ଠୀଙ୍କୁ ନଜର ରେ ରଖିଛି। ସେମାନଙ୍କ ୁ ଟାର୍ଗେଟ କରି ଏହି ବାଇକର ଲୁକରେ ପରିବର୍ତ୍ତନ କରାଯାଇଛି। ଯେଉଁମାନେ ଅରବାନ୍‌ ବେସଡ୍‌ କ୍ରୁଜର ବାଇକକୁ ପସନ୍ଦ କରୁଛନ୍ତି ସେମାନଙ୍କ ପାଇଁ ବିଶେଷ କରି ଏହାକୁ ତିଆରି କରାଯାଇଛି। ଏହାର ଦାମ ସମ୍ପର୍କରେ କିଛି କୁହାଯାଇନଥିବା ବେଳେ ଆଶା କରାଯାଉଛି ଯେ ଏହା ଆଣ୍ଟି ଲେଭଲ ଫାୟରବଲ ଭାରିଏଣ୍ଟ ତୁଳନାରେ ପାଖାପାଖି ୮ହଜାର ଟଙ୍କାରୁ ୧୦ ହଜାର ଟଙ୍କା ଅଧିକ ହୋଇପାରେ। ନୂଆ ଭାରିଏଣ୍ଟର ପ୍ରାରମ୍ଭିକ ଦାମ ୨.୦୧ ଲକ୍ଷ ଟଙ୍କା ହେବାର ଶୁଣିବାକୁ ମିଳୁଛି।

ବାଇକର ଇଞ୍ଜିନ:
Meteor ପ୍ଲାଟଫର୍ମ ରେ ଥିବା ମଡେଲ 349cc , ସିଙ୍ଗିଲ ସିଲିଣ୍ଡର, ଏୟାର କୁଲ୍ଡ ଇଞ୍ଜିନ ଯାହା 20.2bhp ପାଓ୍ଵାର ଓ 12nmର ଟ୍ରାକ ଜେନେରେଟ କରିଥାଏ। ବାଇକରେ ରାଉଣ୍ଡ ହ୍ୟାଣ୍ଡଲାମ୍ପ ଓ ରିୟର ଭ୍ୟୁ ମିରର, ରାଉଣ୍ଡେଡ ଫ୍ୟୁଲ ଟ୍ୟାଙ୍କ, କମ୍ପାକ୍ଟ ଏଗଜଷ୍ଟ ଓ ସର୍ଟ ଟେଲ ସେକ୍ସନ ଭଳି ଏଲିମେଣ୍ଟସ୍‌ ସହ ରେଟ୍ରୋ ରୋଡଷ୍ଟାର ଷ୍ଟାଇଲ ଦିଆଯାଇଛି।